Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଜୋର ହେଉଛି ମାଓ ବାଦୀ ବିରୋଧୀ ଅଭିଯାନ

Odisha

ଜୋର ହେଉଛି ମାଓ ବାଦୀ ବିରୋଧୀ ଅଭିଯାନ

Rashmita Mishra
Browse all articles by Rashmita Mishra
·1 year ago·1 min read
ଜୋର ହେଉଛି ମାଓ ବାଦୀ ବିରୋଧୀ ଅଭିଯାନ

ଅର୍ଗସ ବ୍ୟୁରୋ:  ଜୋର ହେଉଛି ମାଓ ବିରୋଧୀ ଅଭିଯାନ । କେନ୍ଦ୍ର ଗୃହ ଅମିତ ଶାହ ଆସନ୍ତାକାଲି ନୂଆଦିଲ୍ଲୀର ବିଜ୍ଞାନ ଭବନରେ ନକ୍ସଲ ପ୍ରଭାବିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିବେ। ବୈଠକରେ ଆନ୍ଧ୍ରପ୍ରଦେଶ, ବିହାର, ଛତିଶଗଡ଼, ଝାଡ଼ଖଣ୍ଡ, ତେଲଙ୍ଗାନା, ଓଡ଼ିଶା, ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗଦେବେ । ଏହି ବୈଠକରେ ନକ୍ସଲ ପ୍ରଭାବିତ ରାଜ୍ୟଗୁଡ଼ିକୁ ବିକାଶ ସହାୟତା ଯୋଗାଇଦେବା ସହ ଜଡ଼ିତ ୫ ଜଣ କେନ୍ଦ୍ରମନ୍ତ୍ରୀ ମଧ୍ୟ ଯୋଗଦେବେ। ଜାତୀୟ ସୁରକ୍ଷାର ଉପ ପରାମର୍ଶଦାତା ଏବଂ କେନ୍ଦ୍ର, ରାଜ୍ୟ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ (ସିଏପିଏଫ୍)ର ବରିଷ୍ଠ ଅଧିକାରୀମାନେ ମଧ୍ୟ ଆଲୋଚନାରେ ଅଂଶଗ୍ରହଣ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ମାର୍ଗଦର୍ଶନରେ କେନ୍ଦ୍ର ସରକାର ୨୦୨୬ ମାର୍ଚ୍ଚ ସୁଦ୍ଧା ନକ୍ସଲ ସମସ୍ୟାର ଉଚ୍ଛେଦ କରିବାକୁ ପ୍ରତିଶ୍ରୁତିବଦ୍ଧ । ଗତକାଲି ଛତିଶଗଡ଼ରେ ୩୧ ମାଓବାଦୀଙ୍କ ମୃତଦେହ ଜବତ ହୋଇଥିଲା । ଏହାସହ ବହୁ ମାରଣାସ୍ତ୍ର ବି ଜବତ କରିଥିଲେ ସୁରକ୍ଷା ବାହିନୀ । ଦିନକୁ ଦିନ ମାଓ ବିରୋଧୀ ଅପରେସନକୁ ଜୋରଦାର କରୁଛନ୍ତି ସୁରକ୍ଷା ବଳ ।

ଅଧିକ ପଢ଼ନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Education Next Season 5
Sponsored
Jor is an anti-Maoist campaign | Argus News