Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମାଘ ମେଳାକୁ ନେଇ ଚଳଚଞ୍ଚଳ ଢ଼େଙ୍କାନାଳର ବିଶ୍ଵ ପ୍ରସିଦ୍ଧ ଯୋରନ୍ଦା ପୀଠ

Ritu Das
Browse all articles by Ritu Das
·2 years ago·2 min read
ମାଘ ମେଳାକୁ ନେଇ ଚଳଚଞ୍ଚଳ ଢ଼େଙ୍କାନାଳର ବିଶ୍ଵ ପ୍ରସିଦ୍ଧ ଯୋରନ୍ଦା ପୀଠ

ଅର୍ଗସ ବ୍ୟୁରୋ: ମାଘ ମେଳାକୁ ନେଇ ଚଳଚଞ୍ଚଳ ଢେଙ୍କାନାଳର ବିଶ୍ଵ ପ୍ରସିଦ୍ଧ ଯୋରନ୍ଦା ମହିମା ପୀଠ। ଚଳିତଥର ଧୁମଧାମରେ ହେବ ଯୋରନ୍ଦା ଯାତ୍ରା। ଆସନ୍ତା ୨୨ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଅଲେଖ ମହିମା ଧ୍ବନିରେ ପ୍ରକମ୍ପିତ ହେବ ଶୂନ୍ୟ ମଦିର। ଯାହାକୁ ନେଇ ଦେଶର ବିଭିନ୍ନ ପ୍ରାନ୍ତରୁ ଉଭୟ ସାଧୁ ଓ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଲାଣି। ଏନେଇ ପ୍ରସ୍ତୁତି ମଧ୍ୟ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚି ସାରିଛି।

ଢ଼େଙ୍କାନାଳ ବିଶ୍ଵ ପ୍ରସିଦ୍ଧ ମହିମା ଯୋରନ୍ଦା ଗାଦିର ବିଶ୍ବରେ ଏକ ସ୍ଵତନ୍ତ୍ର ସ୍ଥାନ ରହିଛି। ସନ୍ଥ ମହିମା ସ୍ଵାମୀଙ୍କ ବାଣୀ ସାରା ବିଶ୍ବରେ ପ୍ରଚାର ପ୍ରସାର ଲାଭ କରିଛି। ସନ୍ଥ କବି ଭୀମ ଭୋଇଙ୍କ 'ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କେବା ସହୁ ,ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ' ପଂକ୍ତି ସାରା ବିଶ୍ବରେ ପ୍ରଭାବ ପକାଇଛି। ପ୍ରତି ବର୍ଷ ମାଘ ଚତୁର୍ଦ୍ଦଶୀ ଦିନ ଠାରୁ ଯୋରନ୍ଦା ମାଘ ମେଳା ଆରମ୍ଭ ହୋଇଥାଏ। ଆରମ୍ଭ ଦିନ ଠାରୁ ତିନି ଦିନ ଧରି ସାଧୁ ମାନେ ଅଲେଖ ମହିମା ସ୍ଵାମୀଙ୍କ ନିକଟରେ ଘୃତାହୃତ କରିବା ସହ ଝାଡ଼ ପ୍ରଜ୍ବଳନ କରିଥାନ୍ତି। ମହଣ ମହଣ ଘିଅରେ ଭକ୍ତ ମାନେ ଅଲେଖ ମହିମାଙ୍କୁ ଆରାଧନା କରିଥାନ୍ତି। ଯାହାକୁ ନେଇ ଉଭୟ ମହିମା ସାଧୁ ଓ ଭକ୍ତଙ୍କ ମଧ୍ୟରେ ଉତ୍କଣ୍ଠା ଦେଖିବାକୁ ମିଳୁଛି।

ସ୍ଥାନୀୟ ବାସିନ୍ଦା ଓ ପ୍ରଶାସନ ମଧ୍ୟରେ ବୈଠକ ପରେ  ମେଳା ହେବା ନେଇ ନିଷ୍ପତ୍ତି ନିଆଯାଇଛି। କୌପୀନ ସମାଜ ଜ୍ୟୋତି ମନ୍ଦିର ଭିତରେ ଝାଡ ଜାଳିବା ସହ ମହିମା ସ୍ଵାମୀଙ୍କୁ ଆରଧାନା କରିବା ନେଇ ନିଷ୍ପତ୍ତି ହୋଇଛି। ମେଳାକୁ କିଭଳି ଶାନ୍ତି ଶୃଙ୍ଖଳାର ସହ କରାଯିବ ସେ ନେଇ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ରାସ୍ତା,ଲାଇଟ,ପାନୀୟ ଜଳ,ପାର୍କିଂ,ସୁରକ୍ଷାକୁ ବିଶେଷ ଭାବରେ ଗୁରୁତ୍ବ ଦିଆଯାଇଛି। ଯୋରନ୍ଦା ମେଳାକୁ ଆଖି ଆଗରେ ରଖି ବିଭିନ୍ନ ବ୍ୟବସାୟୀ ମାନେ ମଧ୍ୟ ନିଜର ପସରା ମେଲାଇବା ଆରମ୍ଭ କଲେଣି। ଅପେରା ପାର୍ଟି, ଚଟପଟା ଖାଦ୍ୟ,ମେଳା ବୁଲାର ତିନି ଦିନ ଧରି  ଆନନ୍ଦ ନେବେ ଭକ୍ତ।ଯେହେତୁ ଚଳିତ ଥର କୋଭିଡ କଟକଣା ବିନା ମେଳା ଅନୁଷ୍ଠିତ ହେବ ତେଣୁ ପୀଠରେ ଲକ୍ଷାଧିକ ଲୋକଙ୍କ ସମାଗମ ହେବା ସହ ଭଲ ବ୍ୟବସାୟ ହେବ ବୋଲି ଆଶା ରଖିଛନ୍ତି ବ୍ୟବସାୟୀ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Sponsored
Joranda Pith | Argus News