ପଞ୍ଚାୟତ କାର୍ଯ୍ୟାଳୟରେ ଚାଲିଥିଲା ଦଳୀୟ କାର୍ଯ୍ୟକ୍ରମ, ଖବର ପ୍ରସାରଣ କରିବାରୁ...

ଭଦ୍ରକ: ଧାମନଗର ନିର୍ବାଚନ ମଣ୍ଡଳୀରେ ବିଜେଡିର ହୀନ ପ୍ରୟାସ । ଗଣମାଧ୍ୟମର କଣ୍ଠରୋଧ କରିବା ସହ ଉତ୍ତ୍ୟକ୍ତ ହୋଇ ଅର୍ଗସ କ୍ୟାମେରା ଭାଙ୍ଗିଲେ ମହିଳା । ପଞ୍ଚାୟତ କାର୍ଯ୍ୟାଳୟରେ ଚାଲିଥିଲା ଦଳୀୟ କାର୍ଯ୍ୟକ୍ରମ ଚାଲିଥିବା ଖବର ପାଇ ଅର୍ଗସ ଟିମ୍ VISUAL ସଂଗ୍ରହ କରିବାକୁ ଯାଇଥିଲା । ଭିଜୁଆଲ୍ ସଂଗ୍ରହ ବେଳେ କିଛି ମହିଳା ଏଠି ଦଳୀୟ କାର୍ଯ୍ୟକ୍ରମ ହେଉନାହିଁ ବୋଲି ସଫେଇ ଦେଇଥିଲେ ।
ଏହାସହ ଉତ୍ୟକ୍ତ ହୋଇ ଅର୍ଗସ କ୍ୟାମେରା ଭାଙ୍ଗିବାକୁ ଉଦ୍ୟମ କରିଥିଲେ । ଆମେ ଆମ କରୁଛୁ । ତମେ ଏଠୁ ଯାଅ ବୋଲି କହି ଯୁକ୍ତି ବାଢିଥିଲେ । ତେବେ କେଉଁ କାର୍ଯ୍ୟକ୍ରମ ଚାଲିଛି ବୋଲି ପଚାରିବାରୁ ଉତ୍ୟକ୍ତ ହୋଇ କ୍ୟାମେରା ଭାଙ୍ଗିବାକୁ ଚେଷ୍ଟା କରିଥିଲେ ଜଣେ ମହିଳା ।
କିନ୍ତୁ ଜଣେ ମାଉସୀ ଲୁଗା ବଣ୍ଟାଯିବ ବୋଲି ଖୁଲାସା କରିଥିଲେ । ଯାହାକି ଏକ ନିର୍ଦ୍ଧିଷ୍ଟ ଦଳର କାର୍ଯ୍ୟକ୍ରମକୁ ସ୍ପଷ୍ଟ ଭାବେ ସୂଚାଇଛି । ସରକାରୀ କାର୍ଯ୍ୟାଳୟରେ ଦଳୀୟ କାର୍ଯ୍ୟକ୍ରମ କରିବା ପଛରେ କିଏ ଅଛି ? ନିର୍ବାଚନ ସମୟରେ ଏହା କେତେ ଦୂର ଠିକ୍ ? ଭୋଟ୍ ହାତେଇବାକୁ ବିଜେଡିର ହୀନ ପ୍ରୟାସ ଏବେ ଜଳ ଜଳ ହୋଇ ଦିଶୁଛି ।
📱 Get Argus News App
✨ଆହୁରି ପଢନ୍ତୁ ରାଜନୀତି ଖବର...