Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରାଜ୍ୟ ବିଜେପିର ତୁଙ୍ଗ ନେତାଙ୍କ ଆଲୋଚନା କରୁଛନ୍ତି ନଡ୍ଡା

Smruti Parija
Browse all articles by Smruti Parija
·2 years ago·1 min read
ରାଜ୍ୟ ବିଜେପିର ତୁଙ୍ଗ ନେତାଙ୍କ ଆଲୋଚନା କରୁଛନ୍ତି ନଡ୍ଡା

ଭୁବନେଶ୍ୱର: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଭୁବନେଶ୍ବର ମେଫେୟାରରେ ରୁଦ୍ଧଦ୍ଵାର ବୈଠକ । ଦଳର ନିର୍ବାଚନୀ ଇସ୍ତାହାର ଉନ୍ମୋଚିତ କରିବା ପରେ ନଡ୍ଡା ନେଉଛନ୍ତି ବୈଠକ । ବୈଠକରେ ରାଜ୍ୟ ବିଜେପିର ତୁଙ୍ଗ ନେତା ଉପସ୍ଥିତ ଅଛନ୍ତି । ୨୪ ନିର୍ବାଚନ ପାଇଁ ଦଳ ଯେଉଁ ରନନୀତି କରିଛି ତାହା କିଭଳି ୧୪୭ ବିଧାନସଭା ଏବଂ ୨୧ ଲୋକସଭା କ୍ଷେତ୍ରରେ କାର୍ଯ୍ୟକାରୀ ହେଉଛି । ବିଜେପିର ନିର୍ବାଚନୀ ଇସ୍ତାହାର କିପରି ରାଜ୍ୟବାସୀଙ୍କ ପାଖରେ ପହଞ୍ଚିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗସ୍ତ ସହିତ ଆଗକୁ ନିର୍ବାଚନକୁ ଯେଉଁ କାର୍ଯ୍ୟକ୍ରମ ରହିଛି । ତାହା କିଭଳି ସଫଳ ହେବ । ତାକୁ ନେଇ ବୈଠକରେ ଆଲୋଚନା ହେଉଥିବା ନେଇ ସୂଚନା ରହିଛି । 

ସେହିପରି ବିଜେପିର ଶୀର୍ଷ ସ୍ତରୀୟ କେନ୍ଦ୍ରୀୟ ନେତା ନିର୍ବାଚନୀ ପ୍ରଚାର ପାଇ ଆଗକୁ ଓଡ଼ିଶା ଗସ୍ତରେ ଆସିବେ। ତାକୁ ନେଇ କଣ ରହିବ ରଣନୀତି ସେ ନେଇ ବୈଠକ ଆଲୋଚନା ହେଇଥିବା ସୂଚନା । ସେହିପରି ଓଡ଼ିଶାରେ ନିର୍ବାଚନୀ ପ୍ରଚାର ଏବଂ ପ୍ରଥମ ପର୍ଯ୍ୟାୟରେ ହେବାକୁଥିବା ନିର୍ବାଚନ ନେଇ ଦଳୀୟ ନେତାଙ୍କ ସହ ଆଲୋଚନା କରିଛନ୍ତି ନଡ୍ଡା । 

ଆହୁରି ପଢନ୍ତୁ ରାଜନୀତି ଖବର...
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
jp-nadda-core-meeting-with-senior-bjp-leaders | Argus News