ଆଜି କରଞ୍ଜିଆରେ ନିର୍ବାଚନୀ ପ୍ରଚାର କରିବେ ଜେପି ନଡ୍ଡା
·2 years ago·1 min read

ମୟୁରଭଞ୍ଜ : କରଞ୍ଜିଆ ସରୁବାଲି ଶେଖର କଲୋନୀ ପଡିଆରେ " ବିଜୟ ସଂକଳ୍ପ ସମାବେଶ"ରେ ପୂର୍ବାହ୍ନ ୧୧.୩୫ ମିନିଟ ସମୟରେ ପହଞ୍ଚିବେ ବିଜେପି ରାଷ୍ଟ୍ରୀୟ ସଭାପତି ଜଗତ ପ୍ରକାଶ ନଡ୍ଡା । ଭୁବନେଶ୍ୱରରୁ ୧୦.୪୫ ମିନିଟ ସମୟରେ ବାହାରି ହେଲିକପ୍ଟର ଯୋଗେ ସିଧାସଳଖ ସଭାସ୍ଥଳ ନିକଟରେ ଅସ୍ଥାୟୀ ହେଲିପ୍ୟାଡରେ ଅବତରଣ କରିବେ ଶ୍ରୀ ନଡ୍ଡା । ଏଠାରେ ବିଜେପି ଦଳର କେନ୍ଦୁଝର ଲୋକସଭା ପ୍ରାର୍ଥୀ ଅନନ୍ତ ନାଏକ ଏବଂ କରଞ୍ଜିଆ ବିଧାନସଭା ପ୍ରାର୍ଥୀ ପଦ୍ମଚରଣ ହାଇବୁରୁଙ୍କ ପାଇଁ ପ୍ରଚାର କରିବେ ।ଏହି କାର୍ଯ୍ୟକ୍ରମରେ ପାଖାପାଖି ୪୦ମିନିଟ ପର୍ଯ୍ୟନ୍ତ ରହି ଜନସଭାକୁ ସମ୍ବୋଧିତ କରିବେ ।
ଅଧିକ ପଢନ୍ତୁ : ଓଡ଼ିଶାରେ ବିଜେପି ହେଭିଓ୍ବେଟଙ୍କ ଧୂଆଁଧାର ପ୍ରଚାର
ଆସନ୍ତା ୨୫ ତାରିଖ ଏଠାରେ ନିର୍ବାଚନ ଥିବା ବେଳେ ଆଜି ଏଠାରେ ପ୍ରଚାର ଶେଷ ଦିନରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ପ୍ରଚାର କର୍ମୀ ତଥା ସାଧାରଣ ଜନତାଙ୍କ ମହଲରେ ପ୍ରବଳ ଉତ୍ସାହ ଭରିଦେବା ନେଇ ପ୍ରତିକ୍ରିୟା ପ୍ରକାଶ ପାଉଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: