ଜୁଆଙ୍ଗଙ୍କୁ ମିଳୁନି ରାସନକାର୍ଡ, ସରକାର କହୁଛନ୍ତି ସମସ୍ତଙ୍କୁ ଚାଉଳ ଦେଉଛୁ

ଭୁବନେଶ୍ୱର: ଓଡ଼ିଶାରେ ନବୀନ ସରକାର ସମସ୍ତଙ୍କୁ ଖାଦ୍ୟ ନିରାପତ୍ତା ଯୋଗାଇ ଦେଇଛନ୍ତି ବୋଲି ବଡ଼ ବଡ଼ ପ୍ରଚାର କରୁଛନ୍ତି । ଏଥିପାଇଁ ଦୁଇ ଦିନ ତଳେ ଜାତିସଂଘର ଭାରତ ପ୍ରତିନିଧି ନବୀନ ନିବାସ ଆସି ମୁଖ୍ୟମନ୍ତ୍ରୀଙ୍କୁ ସାର୍ଟିଫିକେଟ ଦେଇଛନ୍ତି । ଅନ୍ୟପଟେ କେନ୍ଦୁଝରର ଜୁଆଙ୍ଗ ମାନେ ରାସନ ମାଗୁଛନ୍ତି କିନ୍ତୁ ସେମାନଙ୍କୁ ରାସନ ମିଳୁନାହିଁ । ଖାଦ୍ୟ ନିରାପତ୍ତା ଲାଗି ସାର୍ଟିଫିକେଟ ପାଇଥିବା ରାଜ୍ୟ ସରକାରଙ୍କ ବିରୋଧରେ ଏଭଳି ସଙ୍ଗୀନ ଅଭିଯୋଗ ସାମ୍ନାକୁ ଆସିଛି ।
ଯାଜପୁର ଓ କେନ୍ଦୁଝର ସୀମାର 200ରୁ ଅଧିକ ଜୁଆଙ୍ଗ ପରିବାରଙ୍କୁ ରାସନ ମିଳୁନାହିଁ । କିନ୍ତୁ ରାଜ୍ୟ ସରକାର ଚାରିଆଡ଼େ ପ୍ରଚାର କରୁଛନ୍ତି, ଯେ ଆମେ ସମସ୍ତଙ୍କୁ ଚାଉଳ ଦେଉଛୁ । ଏ ଲୋକ ମାନେ କଣ ଅପରାଧ କରିଥିଲେ । କାହିଁକି ଏମାନଙ୍କୁ ଚାଉଳ ଦେଉନାହାନ୍ତି ରାଜ୍ୟ ସରକାର । ଗୋଟିଏ ପଟେ ଏମାନେ ଖାଦ୍ୟ ସୁରକ୍ଷାରେ ବଞ୍ଚିତ, କିନ୍ତୁ ଅନ୍ୟ ପଟେ ଖାଲି ସାର୍ଟିଫିକେଟ ଗୋଟାଉଛନ୍ତି ରାଜ୍ୟ ସରକାର । ଖେଳ ପାଇଁ ସାର୍ଟିଫିକେଟ ପାଇଛନ୍ତି ରାଜ୍ୟ ସରକାର । ଖେଳ ଭିତ୍ତିଭୂମି ନାଁରେ ହାଜର ହାଜର କୋଟି ଟଙ୍କା ଖର୍ଚ୍ଚ ହେଉଛି । କିନ୍ତୁ କ୍ରୀଡା କ୍ଷେତ୍ରରେ କଣ ଉନ୍ନତି ହୋଇଛି ବୋଲି ପ୍ରଶ୍ନ କଲା ବିଜେପି । ମିଲେଟ ମିଶନ ନାଁରେ ବଡ଼ ବଡ଼ ପ୍ରଚାର କରୁଛନ୍ତି ବିଜେଡ଼ି ସରକାର । କିନ୍ତୁ ମାଣ୍ଡିଆ କର୍ଣ୍ଣାଟକରୁ ଆସୁଛି । ମିଥ୍ୟା ପ୍ରଚାର କରି ଓଡ଼ିଆ ଜାତିକୁ ବଦନାମ କରୁଛନ୍ତି ରାଜ୍ୟ ସରକାର ।
ଅଧିକ ପଢନ୍ତୁ ଓଡ଼ିଶା ଖବର