Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଆସନ୍ତାକାଲି ଠାରୁ ସତ୍ୟପାଠ ପାଇଁ ପ୍ରକାଶ ପାଇବ ବିଜ୍ଞପ୍ତି

Odisha

ଆସନ୍ତାକାଲି ଠାରୁ ସତ୍ୟପାଠ ପାଇଁ ପ୍ରକାଶ ପାଇବ ବିଜ୍ଞପ୍ତି

Manini Pattanayak
Browse all articles by Manini Pattanayak
·1 year ago·2 min read
ଆସନ୍ତାକାଲି ଠାରୁ ସତ୍ୟପାଠ ପାଇଁ ପ୍ରକାଶ ପାଇବ ବିଜ୍ଞପ୍ତି

 ଭୁବନେଶ୍ବର : ଭୁବନେଶ୍ବର ଭରତପୁର ଥାନା ମାମଲାରେ ଆରମ୍ଭ ହେଲା ବିଚାର ବିଭାଗୀୟ ତଦନ୍ତ। ଆସନ୍ତାକାଲିଠାରୁ ସତ୍ୟପାଠ ପାଇଁ ପ୍ରକାଶ ପାଇବ ବିଜ୍ଞପ୍ତି। 21 ଦିନ ଯାଏଁ ଗ୍ରହଣ ହେବ ସତ୍ୟପାଠ। ସେପଟେ ଗୁଜରାଟରେ ପୋଲିସ ଅଧିକାରୀଙ୍କ ଚାଲିଛି ମିଛ ଧରା ପରୀକ୍ଷା। ଆଗୁଆ ଜାମିନ ପାଇଁ ହାଇକୋର୍ଟର ଦ୍ବାରସ୍ଥ ହେଲେ 5 ପୋଲିସ କର୍ମଚାରୀ।  ଭରତପୁର ମାମଲାରେ ଆରମ୍ଭ ହେଲା ବିଚାର ବିଭାଗୀୟ ତଦନ୍ତ।  ମିଛ ଧରିବ ମେସିନ ।  ଖୋଲିବ ଭରତପୁର ଥାନାର ସତ । ମେସିନ ଆଗରେ ଘଟଣା କହୁଛନ୍ତି ନିଲମ୍ବିତ ପୋଲିସ। ଭରତପୁର ଥାନାରେ ଆର୍ମି ପୋଲିସ ବିବାଦ ମାମଲା। ନିଲମ୍ବିତ ଥାନା ଅଧିକାରୀ ଓ ପୋଲିସ ଅଫିସରଙ୍କର ହେଉଛି ପଲିଗ୍ରାଫ ଟେଷ୍ଟ। ଗୁଜୁରାଟ  ଗାନ୍ଧୀ ନଗର DFSL ରେ ହେଉଛି ମିଛ ଧରା ପରୀକ୍ଷା ।

ନିଲମ୍ବିତ ଥାନା ଅଧିକାରୀ ଦିନକୃଷ୍ଣ ମିଶ୍ରଙ୍କର ପଲିଗ୍ରାଫ ଟେଷ୍ଟ, ବ୍ରେନ ମ୍ୟାପିଂ ଏବଂ ନାର୍କୋ ଟେଷ୍ଟ କରାଯାଉଥିବା ବେଳେ ନିଲମ୍ବିତ ପୋଲିସ ଏସ.ଆଇ ବୈଶାଳିନୀ ପଣ୍ଡା, ASI ସଲିଳମୟୀ ସାହୁ ଓ ସାଗରୀକା ରଥଙ୍କ ସହ କାର୍ଯ୍ୟରତ ଥିବା ଅନ୍ୟ ଜଣେ SI ଙ୍କର ଚାଲିଛି ପଲିଗ୍ରାଫ ଟେଷ୍ଟ। ଟେଷ୍ଟ ରିପୋର୍ଟ ଆସିବା ପରେ ଏହି ଘଟଣା ଉପରୁ ପରଦା ହଟିବ ବୋଲି କ୍ରାଇମବ୍ରାଞ୍ଚ ଆଶା ରଖିଛି।   ସେପଟେ ଆଜିଠୁ ଆରମ୍ଭ ହେଲା ବିଚାରବିଭାଗୀୟ ତଦନ୍ତ ।ସ୍ବତନ୍ତ୍ର ସର୍କିଟ ହାଉସରେ ପ୍ରଥମ ବୈଠକ ଆରମ୍ଭ ହୋଇଛି । କମିଶନ ଅଧ୍ୟକ୍ଷ ଜଷ୍ଟିସ ସି ଆର ଦାସଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ  । ବୈଠକରେ ଗୃହ ବିଭାଗ ସଚିବ , ପୋଲିସ ଡିଜି, ସୂଚନା ଲୋକସମ୍ପର୍କ ସଚିବଙ୍କ ସହ କ୍ରାଇମବ୍ରାଞ୍ଚ ଏଡିଜି ବିନୟ ତୋଷ ମିଶ୍ର, ଆଇଜି ସଫିନ ମହମ୍ମଦ  ଥିଲେ ଉପସ୍ଥିତ  ।ଆସନ୍ତା କାଲି ପ୍ରକାଶ ପାଇବ ସତ୍ୟ ପାଠ ଦାଖଲ ଲାଗି ବିଜ୍ଞପ୍ତି । 21 ଦିନ ଯାଏ ସତ୍ୟ ପାଠ ଗ୍ରହଣ କରାଯିବ। ଘଟଣା ସହ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଜଡିତ ସମସ୍ତ ପକ୍ଷ ସତ୍ୟ ପାଠ ଜରିଆରେ ପକ୍ଷ ରଖିବେ । ସତ୍ୟ ପାଠ ଯାଞ୍ଚ ପରେ ପରବର୍ତୀ ତଦନ୍ତ ପ୍ରକ୍ରିୟା କୁ ଆଗକୁ ନେବେ କମିଶନ । ସତ୍ୟ ପାଠ ଦାଖଲ କରିଥିବା ପକ୍ଷ ମାନଙ୍କୁ ଶୁଣାଣି କରିବେ କମିଶନ। ପକ୍ଷ ମାନଙ୍କୁ ସମନ କରି ଶୁଣାଣି କରାଯିବ। 


 ନିଲମ୍ବିତ 5 ପୋଲିସ ଅଧିକାରୀ ଏହା ଭିତରେ ଆଗୁଆ ଜାମିନ ପାଇଁ  ହାଇକୋର୍ଟର ଦ୍ବାରସ୍ଥ ହୋଇଛନ୍ତି.. ଗତ 14 ତାରିଖ ରାତିରେ ଭରତପୁର ଥାନାରେ ପୋଲିସ ଆର୍ମି ବିବାଦ ଆରମ୍ଭ ହୋଇଥିଲା । ଏହାରି ଭିତରେ ଘଟଣାକୁ ଦୁଇ ସପ୍ତାହ ବିତିଗଲା । ତଥାପି ଥାନା ଭିତରେ କଣ ଘଟିଥିଲା ତାହା ସ୍ପଷ୍ଟ ହୋଇ ପାରିନି।  ମିଛ ଧରା ପରୀକ୍ଷା ରେ ସଫଳତା ମିଳିବ ବୋଲି ଆଶା ରଖିଛି ତଦନ୍ତକାରୀ ଟିମ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ  ଓଡ଼ିଶା ଖବର 

Sponsored
Judicial investigation started in Bharatpur case | Argus News