Bangalore Nuakhai Celebration / ବାଙ୍ଗାଲୋରରେ ମା' ସମଲେଶ୍ଵରୀଙ୍କ ସ୍ଵତନ୍ତ୍ର ମନ୍ଦିର; ଜୁହାର ପରିବାରର ନୂଆଁଖାଇ ଭେଟଘାଟରେ ଘୋଷଣା
·1 hour ago·3 min read

Key Points
ମା’ ସମଲେଶ୍ୱରୀଙ୍କ ପୂଜାରୁ ଆରମ୍ଭ କାର୍ଯ୍ୟକ୍ରମ
ବାଙ୍ଗାଲୋରରେ ନୂଆଁଖାଇ ଭେଟଘାଟ ପାଳିତ
ସହରରେ ନିର୍ମାଣ ହେବ ମା' ସମଲେଶ୍ଵରୀ ମନ୍ଦିର
୧୧ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ବିଶିଷ୍ଟ ସମାଜସେବୀ

ବାଙ୍ଗାଲୋର: ମାଟିଠାରୁ ଦୂରରେ ରହିଲେ ବି ମନରେ ରହିଛି ନିଜ ମାଟିର ମହକ । ନିଜ ରାଜ୍ୟ ଓଡ଼ିଶାଠାରୁ ଦୂରରେ କର୍ଣ୍ଣାଟକର ବାଙ୍ଗାଲୋରରେ ଏକାଠି ହୋଇ ନୂଆଁଖାଇ ପାଳନ କରିଛନ୍ତି ପ୍ରବାସୀ ଓଡ଼ିଆ । ଚଳିତ ବର୍ଷ ମଧ୍ୟ ପାରମ୍ପରିକ ରୀତିନୀତି, ଭାଇଚାରା ଓ ଉତ୍ସାହର ସହ ଆୟୋଜିତ ହୋଇଛି 'ଜୁହାର ପରିବାର ବାଙ୍ଗାଲୋର'ର ୨୭ତମ ନୂଆଁଖାଇ ଭେଟଘାଟ-୨୦୨୬ ।
ପ୍ରଥମେ ମା’ ସମଲେଶ୍ୱରୀଙ୍କ ନିକଟରେ ପାରମ୍ପରିକ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯିବା ପରେ ଭେଟଘାଟ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ନିଜ ମାଟିର ପରମ୍ପରା ଓ ସଂସ୍କୃତିକୁ ମନେ ପକାଇ ପ୍ରବାସୀ ଓଡ଼ିଆମାନେ ଏହି ଉତ୍ସବରେ ସାମିଲ ହୋଇଥିଲେ । ଏହାସହିତ ବାଙ୍ଗାଲୋରରେ ମା' ସମଲେଶ୍ଵରୀ ମନ୍ଦିର ନିର୍ମାଣ ପାଇଁ ମଧ୍ୟ ନିଷ୍ପତ୍ତି ହୋଇଛି । ଏହି କାର୍ଯ୍ୟକ୍ରମରେ ବାଙ୍ଗାଲୋର ସେଣ୍ଟ୍ରାଲର ଲୋକସଭା ସାଂସଦ ପି.ସି. ମୋହନ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସମାଜସେବୀ ସନ୍ଦୀପ ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ବିରାଜ କୁମାର ମିଶ୍ର ଓ ସମାଜସେବୀ ଶୈଳେଶ ଦାନି ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ।

ପଢନ୍ତୁ ଏହି ଖବର: ଭକ୍ତିରେ ଭିଜିଲା ବାହାରିନ; ଧୁମଧାମରେ ଗଣେଶ ପୂଜା ପାଳିଲା ବାହାରିନ ଓଡ଼ିଆ ସମାଜ
ସେହିପରି ବରିଷ୍ଠ ସାମ୍ବାଦିକ ବିରାଜ କୁମାର ମିଶ୍ର ନୂଆଁଖାଇକୁ କେବଳ ଏକ କୃଷିଭିତ୍ତିକ ପର୍ବ ନୁହେଁ, ବରଂ ପଶ୍ଚିମ ଓଡ଼ିଶାର ଭାଇଚାରା, ସମୃଦ୍ଧ ସଂସ୍କୃତି ଓ ପରମ୍ପରାର ପ୍ରତୀକ ବୋଲି ଅଭିହିତ କରିଥିଲେ । ରାଜ୍ୟ ବାହାରେ ଏତେ ବଡ଼ ଆୟୋଜନକୁ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ଏକ ବଡ଼ ସଫଳତା ବୋଲି ସେ ମତ ଦେଇଥିଲେ । ଏହି ଅବସରରେ ମାନସ ରଞ୍ଜନ ମିଶ୍ର ଉଦଘୋଷକ ଦାୟିତ୍ୱ ତୁଲାଇ ଥିବାବେଳେ ସ୍ମରଣିକା ଓ ପ୍ରିୟା ସହଯୋଗ କରିଥିଲେ । ବଲାଙ୍ଗିର ଦୁଲଫୁଲ ଦଳ, ଏକାଗ୍ର ସ୍ୱରସା ଏକାଡେମୀ, ମମତା ଓ ବିନିଶା, ନିଭିଶିକା ଓ ତନିଷ୍କା ସମ୍ବଲପୁରୀ ଲୋକ ନୃତ୍ୟ ପରିବେଷଣ କରିଥିଲେ । ସମଲେଇ ଭଜନ ପ୍ରସନ୍ନ ପାଢ଼ୀ ପରିବେଷଣ କରିଥିଲେ । ସୁରେଖା ମେହେର ସମ୍ବଲପୁରୀ ଗୀତ ପରିବେଷଣ କରିଥିଲେ ।

- ନୂଆଁଖାଇରେ ସାମିଲ ହେଲେ ସ୍ଥାନୀୟ ସାଂସଦ

- ବାଙ୍ଗାଲୋରରେ ନିର୍ମାଣ ହେବ ସମଲେଶ୍ବରୀ ମନ୍ଦିର
ପଢନ୍ତୁ ଏହି ଖବର: ଭକ୍ତିରେ ଭିଜିଲା ବାହାରିନ; ଧୁମଧାମରେ ଗଣେଶ ପୂଜା ପାଳିଲା ବାହାରିନ ଓଡ଼ିଆ ସମାଜ
ସେହିପରି ବରିଷ୍ଠ ସାମ୍ବାଦିକ ବିରାଜ କୁମାର ମିଶ୍ର ନୂଆଁଖାଇକୁ କେବଳ ଏକ କୃଷିଭିତ୍ତିକ ପର୍ବ ନୁହେଁ, ବରଂ ପଶ୍ଚିମ ଓଡ଼ିଶାର ଭାଇଚାରା, ସମୃଦ୍ଧ ସଂସ୍କୃତି ଓ ପରମ୍ପରାର ପ୍ରତୀକ ବୋଲି ଅଭିହିତ କରିଥିଲେ । ରାଜ୍ୟ ବାହାରେ ଏତେ ବଡ଼ ଆୟୋଜନକୁ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ଏକ ବଡ଼ ସଫଳତା ବୋଲି ସେ ମତ ଦେଇଥିଲେ । ଏହି ଅବସରରେ ମାନସ ରଞ୍ଜନ ମିଶ୍ର ଉଦଘୋଷକ ଦାୟିତ୍ୱ ତୁଲାଇ ଥିବାବେଳେ ସ୍ମରଣିକା ଓ ପ୍ରିୟା ସହଯୋଗ କରିଥିଲେ । ବଲାଙ୍ଗିର ଦୁଲଫୁଲ ଦଳ, ଏକାଗ୍ର ସ୍ୱରସା ଏକାଡେମୀ, ମମତା ଓ ବିନିଶା, ନିଭିଶିକା ଓ ତନିଷ୍କା ସମ୍ବଲପୁରୀ ଲୋକ ନୃତ୍ୟ ପରିବେଷଣ କରିଥିଲେ । ସମଲେଇ ଭଜନ ପ୍ରସନ୍ନ ପାଢ଼ୀ ପରିବେଷଣ କରିଥିଲେ । ସୁରେଖା ମେହେର ସମ୍ବଲପୁରୀ ଗୀତ ପରିବେଷଣ କରିଥିଲେ ।
- ରୁକୁ ସୁନାଙ୍କ ଗୀତରେ କମ୍ପିଲା ବାଙ୍ଗାଲୋର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- ସାମିଲ ହେଲେ ୫୦୦୦ ଲୋକ
ନିଜ ଜନ୍ମମାଟିଠାରୁ ଦୂରରେ ରହି ମଧ୍ୟ ଭାଷା, ସଂସ୍କୃତି ଓ ପରମ୍ପରାକୁ ଆପଣାର କରି ରଖିବାର ଏକ ସୁନ୍ଦର ଉଦାହରଣ ପାଲଟିଛି ଜୁହାର ପରିବାର ବାଙ୍ଗାଲୋରର ଏହି ନୂଆଁଖାଇ ଭେଟଘାଟ । ଏହି ଆୟୋଜନ ପ୍ରବାସୀ ଓଡ଼ିଆଙ୍କ ମଧ୍ୟରେ ଏକତା ଓ ଭାଇଚାରାକୁ ଆହୁରି ମଜଭୁତ କରିବା ସହ ଆଗାମୀ ପିଢ଼ି ପାଖରେ ଓଡ଼ିଆ ପରମ୍ପରାକୁ ପହଞ୍ଚାଇବାର ବାର୍ତ୍ତା ଦେଇଛି ।
Related Topics
Explore more stories