Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବ୍ୟାପୁଛି ଜଣ୍ଡିସ୍, 70ରୁ ଅଧିକ ଆକ୍ରାନ୍ତ 

Smruti Parija
Browse all articles by Smruti Parija
·2 years ago·2 min read
ବ୍ୟାପୁଛି ଜଣ୍ଡିସ୍, 70ରୁ ଅଧିକ ଆକ୍ରାନ୍ତ 

Key Points

  • ପିଇବା ପାଣିର ସିରିଜ୍ ଦୁର୍ଦ୍ଦଶା
  • ରାଉରକେଲା, ସମ୍ବଲପୁର ପରେ କଟକରେ ଦୂଷିତ ପାଣି ଚିନ୍ତା
  • ବ୍ୟାପୁଛି ଜଣ୍ଡିସ୍, 70ରୁ ଅଧିକ ଆକ୍ରାନ୍ତ 
  • ଖବର ପ୍ରସାରଣ ପରେ ପାଇପ୍ ଲାଇନ୍ ବଦଳାଇଲା ୱାଟକୋ
  • ପରୀକ୍ଷା ପାଇଁ ଲାବ୍ରୋଟୋରୀକୁ ଗଲା ପାଣି ନମୁନା
  • 24 ବର୍ଷ ସ୍ଥିର ସରକାରର ପୁଣି ପୋଲ୍ ଖୋଲିଛି କଟକ
  • ଶୁଦ୍ଧ ପାନୀୟ ଜଳ ଯୋଗାଇବାରେ ବିଫଳ ବିଜେଡି ସରକାର

କଟକ: କଟକ ସହରରେ ଜଣ୍ଡିସ୍ ଆତଙ୍କ । 52 ନଂ ୱାର୍ଡ ରାଜେନ୍ଦ୍ରନଗରରେ ଦୂଷିତ ପାଣି ପିଇ ବ୍ୟାପୁଛି ଜଣ୍ଡିସ୍ ।  ଗତ 15 ଦିନ ମଧ୍ୟରେ 70ରୁ ଅଧିକ ଲୋକ ଜଣ୍ଡିସରେ ଆକ୍ରାନ୍ତ ହୋଇଛନ୍ତି । ମଙ୍ଗଳା ମନ୍ଦିର ପାଖ ପୋଷ୍ଟ ଅଫିସ ଲେନରୁ ୧୧ଜଣ ଜଣ୍ଡିସରେ ଆକ୍ରାନ୍ତ ହୋଇଛନ୍ତି । ଗତ ମାସେ ହେଲା ଟ୍ୟାପରେ ଦୂଷିତ ଓ ଦୁର୍ଗନ୍ଧ ପାଣି ଆସୁଥିବା ଅଭିଯୋଗ ହୋଇଛି । ହେଲେ ୱାଟକୋ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ କରିଛନ୍ତି ଲୋକେ । ଗଣମାଧ୍ୟମରେ ଖବର ପ୍ରସାରଣ ପରେ ୱାଟକୋର ଅଧିକାରୀ ପହଞ୍ଚି ପାଇପ୍ ଲାଇନ୍ ବଦଳାଇବା ସହ ପାଣିର ନମୁନା ସଂଗ୍ରହ କରି ଲବ୍ରୋଟୋରୀକୁ ପଠାଇଛନ୍ତି । 

ସେପଟେ ୱାଟକୋ ଓ କର୍ପୋରେଟର ଦୋଷ ଲଦାଲଦି ହୋଇଛନ୍ତି । ଦୂଷିତ ପାଣି ନେଇ କୌଣସି ଅଭିଯୋଗ ଆସିନଥିବା ୱାଟକୋ ଅଧିକାରୀ କହିଥିବାବେଳେ କର୍ପୋରେଟର କହିଛନ୍ତି, ୱାଟକୋର ମନମୁଖୀ କାର୍ଯ୍ୟ ଯୋଗୁଁ ଲୋକେ ଜଣ୍ଡିସ୍ ରୋଗରେ ଆକ୍ରାନ୍ତ ହେଉଛନ୍ତି । ଅନ୍ୟପଟେ ଜଣ୍ଡିସ ବ୍ୟାପୁଥିବା ଅଞ୍ଚଳରେ ଆହୁରି 41 ଜଣଙ୍କ ରକ୍ତ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି । ଆଶା, ଅଙ୍ଗନୱାଡି କର୍ମୀ ଓ ସ୍ବାସ୍ଥ୍ୟ ବିଭାଗର ଟିମ୍ ଘର ଘର ବୁଲି ହାଲୋଜେନ୍ ବଟିକା ବାଣ୍ଟିଛନ୍ତି । ଜଣ୍ଡିସ୍ ବ୍ୟାପିବାର ମୁଖ୍ୟ କାରଣ ଦୂଷିତ ପାଣି ବୋଲି କହିଛନ୍ତି ସିଏମସି ସ୍ବାସ୍ଥ୍ୟ ଅଧିକାରୀ ।

ଗତ କିଛି ଦିନ ତଳେ ସମ୍ବଲପୁରରେ ଦୂଷିତ ପାଣି ପିଇ 4 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୮୮ ଆକ୍ରାନ୍ତ ହୋଇଥିଲେ । ସେହିପରି ରାଉରକେଲାରେ ଦୂଷିତ ପାଣି ଯୋଗୁଁ ହଇଜା ବ୍ୟାପି 17 ଲୋକଙ୍କ ଜୀବନ ଯାଇଥିଲା । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ରାଜ୍ୟ ସରକାର ସହର ଗୁଡ଼ିକରେ ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ ଯୋଜନାରେ ଲୋକଙ୍କୁ ଶୁଦ୍ଧ ପିଇବା ପାଣି ଦେଉଥିବା ପ୍ରଚାର କରୁଛନ୍ତି । ହେଲେ ରାଉରକେଲା, ସମ୍ବଲପୁର ପରେ କଟକର ଏ ସ୍ଥିତି ଖୋଲିଛି ସରକାରଙ୍କ ଏ ପ୍ରଚାରର ପୋଲ୍ ।

ଆହୁରି ପଢନ୍ତୁ ଓଡିଶା ଖବର...

Sponsored
jundice-spreads-in-cuttack-city | Argus News