Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଭିଜିଲାନ୍ସ ଜାଲରେ କୁବେର ଯନ୍ତ୍ରୀ, ଟଙ୍କା ଗଣି ଗଣି ଭିଜିଲାନ୍ସ ହାଲିଆ

Odisha

Vigilance Raid / ଭିଜିଲାନ୍ସ ଜାଲରେ କୁବେର ଯନ୍ତ୍ରୀ, ଟଙ୍କା ଗଣି ଗଣି ଭିଜିଲାନ୍ସ ହାଲିଆ

Bikash Mohanty
Browse all articles by Bikash Mohanty
·1 month ago·2 min read
ଭିଜିଲାନ୍ସ ଜାଲରେ କୁବେର ଯନ୍ତ୍ରୀ, ଟଙ୍କା ଗଣି ଗଣି ଭିଜିଲାନ୍ସ ହାଲିଆ
Rajesh Mohanty

Key Points

ଭିଜିଲାନ୍ସ ଜାଲରେ ଅତିରିକ୍ତ ମୁଖ୍ୟଯନ୍ତ୍ରୀ
ଅତିରିକ୍ତ ମୁଖ୍ୟଯନ୍ତ୍ରୀ ରାଜେଶ ମହାନ୍ତି
ଧଳା, ନାଲି ଏବଂ ହଳଦିଆ ଖାମରେ ଲାଞ୍ଚ ନେଉଥିଲେ
ସେସବୁ ଖାମ କୁ ଜବତ କରିଛି ଭିଜିଲାନ୍ସ

ଭୁବନେଶ୍ବର,୦୮/୦୪: କୁବେର ଯନ୍ତ୍ରୀ ରାଜେଶ ମହାନ୍ତି। ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଏହି କୁବେର ବାବୁ ଜଣକ। ଏହି କୁବେର ଯନ୍ତ୍ରୀଙ୍କ ଘରୁ ମିଳିଛି ପୁଳାପୁଳା ଟଙ୍କା। ଆଉ ଟଙ୍କା ଗଣି ଗଣି ହାଲିଆ ହୋଇଛନ୍ତି ଭିଜିଲାନ୍ସ ଅଧିକାରୀ। ଧଳା, ନାଲି ଏବଂ ହଳଦିଆ ଖାମରେ ଲାଞ୍ଚ ନେଉଥିଲେ କୁବେର ଯନ୍ତ୍ରୀ। ସେସବୁ ଖାମ କୁ ଜବତ କରିଛି ଭିଜିଲାନ୍ସ। ଟଙ୍କା ସାଙ୍ଗକୁ ଘରେ ବିପୁଳ ସୁନାଗହଣା। ଦାମୀ ଘଣ୍ଟା ସହ ଚଷମା ବି ଠାବ ହୋଇଛି। ଯନ୍ତ୍ରୀ ବାବୁଙ୍କର ରହିଛି ବିମାନରେ ବୁଲା ସଉକ। ତାଙ୍କ ଘରୁ 13.47 ଲକ୍ଷ ଟଙ୍କାର ଫ୍ଲାଇଟ ଟିକେଟ ଜବତ କରିଛି ଭିଜିଲାନ୍ସ। 60 ଲକ୍ଷ ରୁ ଅଧିକ ଟଙ୍କାର ଡିପୋଜିଟ ଠାବ ହେବା ସହ ଘରୁ 6 ଲକ୍ଷ 23ହଜାର ନଗଦ ଟଙ୍କା ଜବତ ହୋଇଛି। 2ଟି ଚାରି ଚକିଆ ଏବଂ 2ଟି 2 ଚକିଆ ଗାଡି ମଧ୍ୟ ଠାବ ହୋଇଛି। ଯନ୍ତ୍ରୀ ବାବୁଙ୍କର ଭୁବନେଶ୍ୱର, ଢେଙ୍କାନାଳ, ଭାପୁର ରେ 5ଟି ପ୍ଲଟ ଠାବ କରିଛି ଭିଜିଲାନ୍ସ।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜଳସେଚନ ବିଭାଗର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ରାଜେଶ ମହାନ୍ତିଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ରେଡ୍ ଚାଲିଛି । ଭିଜିଲାନ୍ସ ପକ୍ଷରୁ ଏକାସାଙ୍ଗେ ଏକାଧିକ ସ୍ଥାନରେ ଚାଲିଛି ଚଢାଉ । ତେବେ ଚଢାଉ ହେଉଥିବା ସ୍ଥାନ ମଧ୍ୟରେ ଭୁବନେଶ୍ୱର ବାସଭବନ, ସରକାରୀ କାର୍ଯ୍ୟାଳୟ ଆଦି ଅନେକ ସ୍ଥାନ ରହିଛି । ଭିଜିଲାନ୍ସର ୭ରୁ ୮ ଜଣିଆ ଟିମ୍ ଅତର୍କିତ ଭାବେ ଚଢାଉ କରୁଛନ୍ତି । ଚଢାଉ ଶେଷ ପରେ ଭିଜିଲାନ୍ସ ପକ୍ଷରୁ ସବିଶେଷ ତଥ୍ୟ ଦିଆଯିବ ବୋଲି ସୂଚନା ମିଳିଛି।

ପଢନ୍ତୁ ଏହି ଖବର: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲା, ଜେଲ୍ ଗଲେ କୋଟିପତି SDO

ଏବେ ଆକ୍ସନ ମୋଡରେ ଭିଜିଲାନ୍ସ। ଭିଜିଲାନ୍ସ ଦ୍ବାରା ଜାନୁଆରି ୨୦୨୩ ଠାରୁ ଡିସେମ୍ବର ୨୦୨୫ ମଧ୍ୟରେ ୬୮୩ଟି ଦୁର୍ନୀତି ମାମଲା ରୁଜୁ ହୋଇଛି । ୩୩୭ଟି ମାମଲାରେ ଦଣ୍ଡ ବିଧାନ କରାଯାଇଛି । ୬ ଜଣ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ସମ୍ପତ୍ତି ସରକାର ବ୍ୟାଜ୍ୟାପ୍ତି କରିଛନ୍ତି। ବ୍ୟାଜ୍ୟାପ୍ତି ହୋଇଥିବା ସଂପତ୍ତିକୁ ଲୋକଙ୍କ କାର୍ଯ୍ୟରେ ବ୍ୟବହାର କରାଯାଇଛି । ଗୋଟିଏ ସରକାରୀ ଉଦ୍ୟାନ କୃଷି ନର୍ସରୀ, ଗୋଟିଏ ସାର୍ବଜନୀନ ହୋମିଓପାଥ୍‌କ ଡିସପେନସାରୀ, ତିନୋଟି ଅଙ୍ଗନୱାଡି କେନ୍ଦ୍ର, ଗୋଟିଏ କାର୍ଯ୍ୟରତ ମହିଳା ଛାତ୍ରାବାସ, ଗୋଟିଏ ଉପ ଡାକଘର ଭାବେ ବ୍ୟବହାର ହେଉଛି । ୨୨ଜଣ ସରକାରୀ ଅଧିକାରୀ ଓ କର୍ମଚାରୀ ଙ୍କ ଠାରୁ ୪୦ କୋଟି ୮୪ ଲକ୍ଷ ୬୭ ହଜାର ଟଙ୍କା ଜବତ ହୋଇଛି। ସରକାରୀ କୋଷାଗାରରେ ୩୨ଲକ୍ଷ୫୦ହଜାର ୮୪୪ ଟଙ୍କା ନଗଦ ଜମା କରାଯାଇଛି ବୋଲି ବିଧାନସଭାରେ କହିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Vigilance Trap: Odisha Engineer Rajesh Mohanty Caught Taking Bribe in Envelopes | Argus News