Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଓଡ଼ିଶା ହାଇକୋର୍ଟ; ଶପଥ ନେବେ ନୂଆ ମୁଖ୍ୟ ବିଚାରପତି

Odisha

ଓଡ଼ିଶା ହାଇକୋର୍ଟ; ଶପଥ ନେବେ ନୂଆ ମୁଖ୍ୟ ବିଚାରପତି

Smruti Parija
Browse all articles by Smruti Parija
·2 years ago·1 min read
ଓଡ଼ିଶା ହାଇକୋର୍ଟ; ଶପଥ ନେବେ ନୂଆ ମୁଖ୍ୟ ବିଚାରପତି

କଟକ: ଓଡ଼ିଶା ହାଇକୋର୍ଟର ଆଜି ନୂଆ ମୁଖ୍ୟ ବିଚାରପତି ଭାବେ ଶପଥ ନେବେ ଜଷ୍ଟିସ ଚକ୍ରଧାରୀ ଶରଣ ସିଂ। ସକାଳ ୧୦ ଟା ସମୟରେ ହାଇକୋର୍ଟର ପୁରୁଣା ବିଲ୍ଡିଂ ପରିସରରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ଶପଥ ନେବେ ଜଷ୍ଟିସ ଚକ୍ରଧାରୀ ଶରଣ ସିଂ । ରାଜ୍ୟପାଳ ରଘୁବର ଦାସ ଏହି ଶପଥ ପାଠ କରେଇବେ। ବର୍ତ୍ତମାନ ପାଟଣା ହାଇକୋର୍ଟର ବରିଷ୍ଠ ବିଚାରପତି ଭାବେ କାର୍ଯ୍ୟ କରୁଥିଲେ ଜଷ୍ଟିସ ସିଂ । 

ସୁପ୍ରିମକୋର୍ଟ କଲେଜିଏମଙ୍କ ସୁପାରିଶ ପରେ ରାଷ୍ଟ୍ରପତିଙ୍କ ମୋହର ବାଜିବା ପରେ କେନ୍ଦ୍ର ସରକାର ଜଷ୍ଟିସ ସିଂଙ୍କୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ଦେଇଥିଲେ। ତେବେ ଜଷ୍ଟିସ ସିଂ ଜାନୁଆରୀ ୨୦, ୧୯୬୩ ରେ ଜନ୍ମ ଗ୍ରହଣ କରିଥିଲେ। ସେ ଦିଲ୍ଲୀ ବିଶ୍ଵବିଦ୍ୟାଳୟରୁ ଏଲଏଲବି ଡିଗ୍ରୀ ହାସଲ କରିଥିଲେ । ଅକ୍ଟୋବର ୩୦,୧୯୯୦ ମସିହାରେ ଆଇନଜୀବୀ ଭାବେ ସେ ନିଜ ନାଁ ପଞ୍ଜିକରଣ କରିଥିଲେ । 

ସେ ପାଟଣା ହାଇକୋର୍ଟରେ ଦୀର୍ଘ ବର୍ଷ ଧରି ଓକିଲାତି କରିବା ପରେ ସେଠି ବରିଷ୍ଠ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ। ଏହା ପୂର୍ବରୁ ସେ ବିହାର ସରକାରଙ୍କ ଅତିରିକ୍ତ ଆଡଭୋକେଟ ଜେନେରାଲ ଭାବେ ମଧ୍ୟ ନିଯୁକ୍ତି ପାଇଥିଲେ । ତେବେ ଗତ ଅକ୍ଟୋବର ୩ ତାରିଖରରେ ଜଷ୍ଟିସ ଶୁଭାଶିଷ ତାଳପତ୍ର ମୁଖ୍ୟ ବିଚାରପତି ପଦରୁ ଅବସର ନେବା ପରେ ବରିଷ୍ଠ ବିଚାରପତି ଜଷ୍ଟିସ ବିଦ୍ୟୁତ୍ ରଞ୍ଜନ ଷଡ଼ଙ୍ଗୀ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ କରୁଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...
 

Sponsored
Justice Chakrahari Sharan Singh will take oath as the new Chief Justice of Odisha High Court today | Argus News