Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - କବିସୂର୍ଯ୍ୟନଗର ହାଜତ ମୃତ୍ୟୁ ମାମଲା: HRPCରେ ହାଜର ହେଲେ ମୃତ ସୁଶାନ୍ତଙ୍କ ପରିବାର

Odisha

Custodial Death Case / କବିସୂର୍ଯ୍ୟନଗର ହାଜତ ମୃତ୍ୟୁ ମାମଲା: HRPCରେ ହାଜର ହେଲେ ମୃତ ସୁଶାନ୍ତଙ୍କ ପରିବାର

Bikash Mohanty
Browse all articles by Bikash Mohanty
·1 hour ago·2 min read
କବିସୂର୍ଯ୍ୟନଗର ହାଜତ ମୃତ୍ୟୁ ମାମଲା: HRPCରେ ହାଜର ହେଲେ ମୃତ ସୁଶାନ୍ତଙ୍କ ପରିବାର
Custodial Death

Key Points

କବିସୂର୍ଯ୍ୟନଗର ହାଜତ ମୃତ୍ୟୁ ମାମଲା
HRPCରେ ହାଜର ହେଲେ ମୃତ ସୁଶାନ୍ତଙ୍କ ପରିବାର
ପୂର୍ବରୁ ଆଇପିଏସ ନୀତେଶ ମିଶ୍ରଙ୍କୁ ମୁଖ୍ୟାଳୟ ବଦଳି
ଥାନାର ଏସଆଇ,ଏଏସଆଇ ନିଲମ୍ବିତ
କବିସୂର୍ଯ୍ୟନଗର,୦୩/୦୬: କବିସୂର୍ଯ୍ୟନଗର ହାଜତ ମୃତ୍ୟୁ ମାମଲାରେ ମାନବଧିକାର କମିଶନଙ୍କ ନିକଟରେ ହାଜର ହୋଇଛନ୍ତି ମୃତ ସୁଶାନ୍ତଙ୍କ ବାପା, ମା, ପତ୍ନୀ ଓ ଭାଇ ହାଜର। ପରିବାର ସହ ଘଟଣା ସମ୍ପର୍କରେ ପଚରା ଉଚରା କରିଛନ୍ତି ମାନବଧିକାର କମିଶନଙ୍କ ସଦସ୍ୟ। ସେପଟେ ବଦଳିଲେ କବିସୂର୍ଯ୍ୟନଗର ବାଲିଛାଇ ଫାଣ୍ଡିର ସବୁ କର୍ମଚାରୀ। ସମସ୍ତ ୨୬ ଜଣ ପୋଲିସ କର୍ମଚାରୀଙ୍କୁ ଅନ୍ୟ ଉପଖଣ୍ଡକୁ ବଦଳି କରାଯାଇଛି। ପୂର୍ବରୁ ଆଇପିଏସ ନୀତେଶ ମିଶ୍ରଙ୍କୁ ମୁଖ୍ୟାଳୟ ବଦଳି ହୋଇଥିବା ବେଳେ ଥାନାର ଏସଆଇ, ଏଏସଆଇଙ୍କୁ ନିଲମ୍ବନ ହୋଇଛି
କନେଷ୍ଟବଳ ନିଲମ୍ବିତ, ହୋମଗାର୍ଡ ବହିଷ୍କୃତ ହୋଇଛନ୍ତି। 

ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ହାଜତ ମୃତ୍ୟୁ ଘଟଣାକୁ ଚାରି ଦିନ ବିତିଯାଇଥିଲେ ମଧ୍ୟ ଘଟଣାକୁ ନେଇ ଚର୍ଚ୍ଚା ଓ ରାଜନୈତିକ ତତ୍ପରତା ଜାରି ରହିଛି। ଏହାରି ମଧ୍ୟରେ ମାନବ ଅଧିକାର ସୁରକ୍ଷା କମିଶନ (HRPC)ର ଏକ ୪ ଜଣିଆ ସ୍ୱତନ୍ତ୍ର ଟିମ୍ ପୁରୁଷୋତ୍ତମପୁର ଦିଗନ୍ତ ଡାକବଙ୍ଗଳାରେ ସୁଶାନ୍ତଙ୍କ ପରିବାର ଲୋକଙ୍କୁ ପଚରାଉଚରା କରିଛି। ତେବେ ଘଟଣାକୁ ନୂଆ ମୋଡ଼ ଦେଇଛି ସୁଶାନ୍ତଙ୍କ ସାନ ଭାଇଙ୍କ ଅଭିଯୋଗ। ବ୍ରହ୍ମପୁର ମେଡିକାଲ ଫାଣ୍ଡିର ଜଣେ ଅଧିକାରୀ ଫୋନ୍ ମାଧ୍ୟମରେ ତାଙ୍କୁ ବୟାନ ବଦଳାଇବା ପାଇଁ ଧମକ ଦେଉଥିବା ସେ ଗଣମାଧ୍ୟମ ଆଗରେ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗ ପରେ ଘଟଣାକୁ ନେଇ ଆହୁରି ତୀବ୍ର ହୋଇଛି ଚର୍ଚ୍ଚା ଓ ପ୍ରଶ୍ନ ଉଠିଛି ତଦନ୍ତ ପ୍ରକ୍ରିୟାର ସ୍ୱଚ୍ଛତାକୁ ନେଇ।

ପଢନ୍ତୁ ଏହି ଖବର: କବିସୂର୍ଯ୍ୟନଗର ଥାନାରେ ଥାର୍ଡ ଡିଗ୍ରୀ ପରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ମୃତ୍ୟୁ ଅଭିଯୋଗ, ଏସପିଙ୍କ ତନାଘନା

କବିସୂର୍ଯ୍ୟନଗର ହାଜତ ମୃତ୍ୟୁ ମାମଲାରେ ଏବେ ସାମ୍ନାକୁ ଆସିଛି ସବୁଠାରୁ ବଡ଼ ଚାଞ୍ଚଲ୍ୟକର ଖୁଲାସା । ଘଟଣାର Exclusive FIR କପି ଏବେ ‘ଅର୍ଗସ’ ହାତରେ । ପୋଲିସର ବର୍ବରତା ଓ ମିଥ୍ୟା ସାମ୍ରାଜ୍ୟର ପୋଲ୍ ଖୋଲି ଦେଇଛି ଏହି ସରକାରୀ ଦସ୍ତାବିଜ୍ । ଆଶ୍ଚର୍ଯ୍ୟର କଥା ହେଲା, ପୋଲିସ ଉପରେ ଆକ୍ରମଣ ଅଭିଯୋଗରେ ଖୋଦ୍ ଆଇପିଏସ ଅଫିସର ନୀତେଶ ମିଶ୍ର ଦେଇଥିବା FIRରେ ମୃତ ସୁଶାନ୍ତ ସାହୁଙ୍କ ନାଁ ହିଁ ନାହିଁ । ତେବେ ପ୍ରଶ୍ନ ଉଠୁଛି, ଯଦି ସୁଶାନ୍ତ ଘଟଣାସ୍ଥଳରେ ନଥିଲେ, ତେବେ କେଉଁ ଆଧାରରେ ତାଙ୍କୁ ଉଠାଇ ଆଣି ସପ୍ତାହେ ଧରି ଥାନାରେ ବେଆଇନ ଭାବେ ଅଟକ ରଖି ଗୋରୁ ମାଡ଼ ମରାଗଲା ? କାହିଁକି ତାଙ୍କୁ ଥାର୍ଡ ଡିଗ୍ରୀ ଦିଆଗଲା ?

ସୁଚନା ଅନୁଯାୟୀ ଗତ ୨୦ ତାରିଖ ରାତିରେ ସୁବଳୟା ଗାଁ ପାଖରେ ଥିବା ପଥର ଖାଦାନରେ ୪ ଜଣ ବ୍ୟକ୍ତି ହୋମଗାର୍ଡ କୃଷ୍ଣଚନ୍ଦ୍ର ପ୍ରଧାନଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ସେମାନେ ହେଲେ ଦିଲ୍ଲୀପ ସାହୁ, ବସନ୍ତ ସାହୁ, ଈଶ୍ୱର ସାହୁ ଓ ପ୍ରତିମା ସାହୁ ଏନେଇ ଖୋଦ ଆଇପିଏସ ନୀତେଶ ମିଶ୍ର ଅଭିଯୋଗ କରିଥିଲେ। ହେଲେ କୌଣସି ସ୍ଥାନରେ ସୁଶାନ୍ତ ସାହୁଙ୍କ ନା ହିଁ ନାହିଁ। ଏଥିରୁ ସ୍ପଷ୍ଟ ଯେ ସୁଶାନ୍ତ ଘଟଣାସ୍ଥଳରେ ହିଁ ନଥିଲେ। ବଡ଼ ପ୍ରଶ୍ନ, ପୁଲିସ କାହିଁକି ସୁଶାନ୍ତଙ୍କୁ ସପ୍ତାହେ ଧରି ଥାନାରେ ବେଆଇନ ଭାବେ ଅଟକ ରଖି ଥାର୍ଡ ଡିଗ୍ରୀ ଦେଇଥିଲା। ଅନ୍ୟପକ୍ଷରେ ଆଇପିଏସ ନୀତେଶ ମିଶ୍ରାଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଥିବା ସତ୍ବେ ତାଙ୍କୁ ବଦଳି ନୁହେଁ ନିଲମ୍ବନ କରାଯାଉ ବୋଲି ପରିବାରଲୋକେ ଦାବି କରିଥିଲେ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Custodial Death Case | Custodial Death Case | Custodial Death Case | Kabisuryanagar Custodial Death: Sushant’s Family Appears Before HRPC | Argus News