17 Accused Arrested / ସୌମ୍ୟରଞ୍ଜନ ହତ୍ୟା ମାମଲାରେ ଆଉ ଜଣେ ଅଭିଯୁକ୍ତ ଗିରଫ, ଏବେ ସୁଦ୍ଧା ୧୭ ଅଭିଯୁକ୍ତ ଗିରଫ
·3 months ago·2 min read

Key Points
ବାଲିଅନ୍ତା ସୌମ୍ୟ ହତ୍ୟା ମାମଲା
ଆଉ ଜଣେ ଅଭିଯୁକ୍ତ ଅଶୋକ ଜେନା ଗିରଫ
ଭୁବନେଶ୍ବରରୁ ଗିରଫ କଲା କ୍ରାଇମ ବ୍ରାଞ୍ଚ
ଏପର୍ଯ୍ୟନ୍ତ ମୋଟ ୧୭ ଜଣ ଅଭିଯୁକ୍ତ ଗିରଫ
ଆଉ ଜଣେ ଅଭିଯୁକ୍ତ ଅଶୋକ ଜେନା ଗିରଫ
ଭୁବନେଶ୍ବରରୁ ଗିରଫ କଲା କ୍ରାଇମ ବ୍ରାଞ୍ଚ
ଏପର୍ଯ୍ୟନ୍ତ ମୋଟ ୧୭ ଜଣ ଅଭିଯୁକ୍ତ ଗିରଫ
ଭୁବନେଶ୍ବର,୨୮/୦୫: ବାଲିଅନ୍ତା ସୌମ୍ୟ ରଞ୍ଜନ ସ୍ୱାଇଁଙ୍କୁ ହତ୍ୟା ଘଟଣାରେ ଆଉ ଜଣେ ଅଭିଯୁକ୍ତ ଗିରଫ। ଭୁବନେଶ୍ବର ପଟିଆର ଏକ ହୋଟେଲରୁ ଗିରଫ କଲା କ୍ରାଇମବ୍ରାଞ୍ଚ। ଗିରଫ ଅଭିଯୁକ୍ତ କଟକ ଗଙ୍ଗେଶ୍ୱରଗଡ଼ାର ଅଶୋକ ଜେନା। ପୂର୍ବରୁ ୧୧ ଜଣଙ୍କୁ ପୋଲିସ ଓ ୫ ଜଣଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ। ବାଲିଅନ୍ତା ଭିଡ଼ ଭିତରେ ସୌମ୍ୟ ରଞ୍ଜନ ସ୍ୱାଇଁଙ୍କୁ ହତ୍ୟା ଘଟଣା । ଆଉ ଜଣେ ଅଭିଯୁକ୍ତକୁ ଗିରଫ କଲା କ୍ରାଇମବ୍ରାଞ୍ଚ। ଏହା ସହ ଗିରଫଦାରି ସଂଖ୍ୟା 17କୁ ବୃଦ୍ଧି ପାଇଛି। ବାଲିଅନ୍ତା ହତ୍ୟା ଘଟଣାରେ ବିବାଦକୁ ଆସିଥିବା ବରିଷ୍ଠ IPS ଅଫିସର ଦୟାଲ ଗଙ୍ଗୱାରଙ୍କୁ ବଦଳି କରିଛନ୍ତି ରାଜ୍ୟ ସରକାର। ତାଙ୍କୁ ଗୃହ ବିଭାଗରେ ଓଏସଡି (OSD) ଭାବେ ନିଯୁକ୍ତି ଦେଇଛି ଗୃହ ବିଭାଗ।
ସୌମ୍ୟ ରଞ୍ଜନ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ରଞ୍ଜିତ ପାତ୍ରଙ୍କ ସହ ପୂର୍ବରୁ ୧୬ ଜଣ ଗିରଫ ହୋଇଥିଲେ । ଏବେ ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚ କରୁଛି । ପୋଷ୍ଟମର୍ଟମ ରିପୋର୍ଟରୁ ପ୍ରାଥମିକ ଭାବେ ଜଣାପଡ଼ିଛି ଯେ, ଶରୀର ଭିତରେ ଗଭୀର ଆଘାତ ଯୋଗୁଁ ସୌମ୍ୟଙ୍କର ମୃତ୍ୟୁ ଘଟିଛି । କମିଶନରେଟ ପୋଲିସ ଏହି ଘଟଣାରେ ୧୧ ଜଣ ଗ୍ରାମବାସୀଙ୍କୁ ଗିରଫ କରିଥିଲା । ପରବର୍ତ୍ତୀ ସମୟରେ କ୍ରାଇମବ୍ରାଞ୍ଚ ତଦନ୍ତ ଭାର ନେବା ପରେ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ।
ପଢନ୍ତୁ ଏହି ଖବର: ବନ୍ଦ ଘରୁ ମନିଷାଙ୍କ ମୃତଦେହ ଉଦ୍ଧାର ଘଟଣା, ବୟଫ୍ରେଣ୍ଡ ଗିରଫ,ବୟଫ୍ରେଣ୍ଡ ସହ ଲିଭ ଇନ୍ ରେ ରହୁଥିଲେ ମନିଷା
ଗତ ମେ ୭ ତାରିଖରେ ରାଜଧାନୀ ଉପକଣ୍ଠ ବାଲିଅନ୍ତାରେ ପୋଲିସ ଆଖି ଆଗରେ ସୌମ୍ୟରଞ୍ଜନ ସ୍ଵାଇଁ ନାମକ ଜଣେ ଯୁବକକୁ ପିଟିପିଟି ହତ୍ୟା କରାଯାଇଥିଲା । ଏହି ଜଘନ୍ୟ ହତ୍ୟାକାଣ୍ଡ ସବୁ ସୀମା ଟପିଥିଲା । ଘଟଣାସ୍ଥଳରେ ପୋଲିସ ଉପସ୍ଥିତ ଥିଲେ ବି ରୋକି ପାରିନଥିଲା । ହାତଗୋଡ଼ ବାନ୍ଧି ଲୁହାରେ ଓଲଟା ଟଙ୍ଗାଇ ସଂଘବଦ୍ଧ ହୋଇ ଅତି ନିର୍ମମ ଭାବେ ରଡ୍, ଲାଠିରେ ପିଟିପିଟି ମାରିଦେଇଥିଲ ସୌମ୍ୟରଞ୍ଜନଙ୍କୁ । ମୃତ ସୌମ୍ୟରଞ୍ଜନ ରେଳବାଇରେ ଜଣେ କନେଷ୍ଟବଳ ଥିଲେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କ୍ରାଇମବ୍ରାଞ୍ଚକୁ ତଦନ୍ତ ଦାୟିତ୍ଵ
ଘଟଣାରେ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହ କ୍ରାଇମବ୍ରାଞ୍ଚକୁ ଏହାର ତଦନ୍ତ ଦାୟିତ୍ଵ ଦେଇଥିଲେ । ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତିଙ୍କ ଘଟଣାସ୍ଥଳ ପରିଦର୍ଶନ କରିବା ସହ ପୀଡ଼ିତାଙ୍କୁ ଭେଟିଥିଲେ । ଏହି ଘଟଣାରେ ପୀଡ଼ିତା ଓ ମୃତ ସୌମ୍ୟରଞ୍ଜନଙ୍କ ସାଙ୍ଗ ଅଲଗା ଅଲଗା ବୟାନ ଦେଇଥିଲେ । ତାଙ୍କ ସହ ଅସଦାଚରଣ କରାଯାଇଛି । ମାଡ଼ ମରାଯିବା ସହ ତାଙ୍କୁ ଉଠାଇ ନେବାକୁ ମଧ୍ୟ ସାଙ୍ଗକୁ କହୁଥିଲେ ମୃତ ସୌମ୍ୟରଞ୍ଜନ ବୋଲି ପୀଡ଼ିତା ଅଭିଯୋଗ କରିଥିଲେ।
ସନ୍ଦେହରେ ପୋଲିସର ଭୂମିକା
ବାଲିଅନ୍ତା ଭିଡ଼ ଭିତରେ ସୌମ୍ୟରଞ୍ଜନ ସ୍ୱାଇଁ ହତ୍ୟା ମାମଲା ରହସ୍ୟ ଦିନକୁ ଦିନ ଘନେଇବାରେ ଲାଗିଛି । ଏସବୁ ଭିତରେ ପୋଲିସର ଭୂମିକାକୁ ନେଇ ଉଠିଛି ସବୁଠୁ ବଡ଼ ପ୍ରଶ୍ନ । କାହିଁକି ସୌମ୍ୟଙ୍କୁ ଘଟଣାସ୍ଥଳରୁ ପାଖରେ ଥିବା ଘରୋଇ ହସ୍ପିଟାଲକୁ ନେଲାନି ପୋଲିସ ? କାହିଁକି ବହୁ ଦୂରରେ ଥିବା ବାଳକାଟି ସରକାରୀ ମେଡିକାଲକୁ ନିଆଗଲା ?
ଘଟଣାସ୍ଥଳରୁ ଘରୋଇ ମେଡିକାଲର ଦୂରତା ମାତ୍ର ୯.୨ କିଲୋମିଟର ହେଉଥିବା ବେଳେ ବାଳକାଟି ସରକାରୀ ମେଡିକାଲର ଦୂରତା ଥିଲା ୧୮ କିଲୋମିଟରରୁ ଅଧିକ । ପରିବାର ଲୋକଙ୍କ କହିବା କଥା, ଯଦି ସୌମ୍ୟଙ୍କୁ ସମୟ ପୂର୍ବରୁ ପାଖ ମେଡିକାଲକୁ ନିଆଯାଇଥାନ୍ତା, ତେବେ ହୁଏତ ଆଜି ସୌମ୍ୟଙ୍କ ଜୀବନ ବଞ୍ଚି ଯାଇଥାନ୍ତା ।

Related Topics
Explore more stories