Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଶିମିଳିପାଳ କାଇ ପିମ୍ପୁଡି ଚଟଣିକୁ ମିଳିଛି ଜିଆଇ ଟ୍ୟାଗ୍ 

Odisha

ଶିମିଳିପାଳ କାଇ ପିମ୍ପୁଡି ଚଟଣିକୁ ମିଳିଛି ଜିଆଇ ଟ୍ୟାଗ୍ 

Manini Pattanayak
Browse all articles by Manini Pattanayak
·2 years ago·1 min read
ଶିମିଳିପାଳ କାଇ ପିମ୍ପୁଡି ଚଟଣିକୁ ମିଳିଛି ଜିଆଇ ଟ୍ୟାଗ୍ 

ମୟୂରଭଞ୍ଜ : ମୟୂରଭଞ୍ଜ ଶିମିଳିପାଳ ସଂଲଗ୍ନ ଆଦିବାସୀଙ୍କ ପାରମ୍ପରିକ ଖାଦ୍ୟ କାଇ ପିମ୍ପୁଡି ଚଟଣିକୁ ଜିଆଇ ଟ୍ୟାଗ ମାନ୍ୟତା ବା ଭୌଗୋଳିକ ପରିଚୟ ମିଳିଛି । କେନ୍ଦ୍ର ସରକାରଙ୍କ ଜିଓଗ୍ରାଫିକାଲ ଇଣ୍ଡିକେସନ ପକ୍ଷରୁ ଗତ ସେପ୍ଟେମ୍ବର ୧ତାରିଖ ମାନ୍ୟତା ପ୍ରଦାନ ପ୍ରକ୍ରିୟାରେ ଅଗ୍ରଗତି ସ୍ଵରୂପ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହି ବିଜ୍ଞପ୍ତି ବିରୋଧରେ ୩ ମାସ ମଧ୍ୟରେ ଆପତ୍ତି ଅଭିଯୋଗ ସମୟ ଅତିକ୍ରାନ୍ତ ହେବାପରେ ଜିଆଇ ଟ୍ୟାଗ ମାନ୍ୟତା ମିଳିସାରିଛି।ମୟୂରଭଞ୍ଜର ଇଞ୍ଜିନିୟର ନୟାଧର ପଢିଆଳ କାଇ ଚଟଣି କୁ ଜିଆଇ ଟ୍ୟାଗ୍ ପାଇଁ ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ର (୨) ଯଶିପୁର ସହଯୋଗ ରେ ପ୍ରୟାସ ଆରମ୍ଭ କରିଥିଲେ । କାଇ ଚଟଣି କୁ ଜିଆଇ ଟ୍ୟାଗ୍ ପାଇଁ ୨୦୨୨ ଡିସେମ୍ବର ୬ ତାରିଖରେ ଭୁବନେଶ୍ବର କୃଷି ବୈଷୟିକ ବିଶ୍ବବଦ୍ୟାଳୟ (ଓୟୁଏଟି) ରେ ପରାମର୍ଶ କମିଟିର ବୈଠକ ଅନୁଷ୍ଠିତ ହୋଇଥିଲା।

ଆବେଦନ କରିଥିବା କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ସହିତ କାଇ ସମାଜର କର୍ମକର୍ତ୍ତା ଯୋଗଦେଇ ଆବଶ୍ୟକ କାର୍ଯ୍ୟ ସମ୍ପାଦନ କରିଥିଲେ । ତେବେ ଜିଆଇ ଟ୍ୟାଗ ମାନ୍ୟତା ମିଳିବା ପରେ କାଇ ଚଟଣିର ବହୁଳ ବ୍ୟବହାର ହୋଇପାରିବ । ମୟୂରଭଞ୍ଜ ଜିଲ୍ଲାର ଆଦିମ ଆଦିବାସୀ ବହୁ ଯୁଗରୁ ଥଣ୍ଡା,କାଶ, କଫ, ଛିଙ୍କ ଓ ଜ୍ଵର ହେଲେ କାଇ ପିମ୍ପୁଡ଼ି ସହିତ ତେନ୍ତୁଳି, ଧାନୁଆ ଲଙ୍କା, ଗୁଲମରିଚ ଓ ଅନ୍ୟ ସାମଗ୍ରୀ ସହିତ ଶିଳରେ ବାଟି ପ୍ରସ୍ତୁତ ଚଟଣି ସେବନ କରି ସୁସ୍ଥ ହୋଇଥାନ୍ତି । ତେଣୁ ଆଦିବାସୀ ଙ୍କ ଏହା ପାରମ୍ପରିକ ଖାଦ୍ୟ ଭାବରେ ଆଜି ମଧ୍ୟ ପ୍ରଚଳିତ ରହିଛି। ଏହାର ଔଷଧୀୟ ଗୁଣକୁ ମାନବ ସମାଜ ପାଇଁ ବ୍ୟବହାର ହୋଇପାରିବ ବୋଲି କାଇ ସମାଜର ମୁଖ୍ୟ ଇଂ ନୟାଧର ପଢିଆଳ କହିଛନ୍ତି । 

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
kai Pimpudi Chutney has got GI tag | Argus News