Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆଜିଠୁ କାକଟପୁର ମା’ ମଙ୍ଗଳାଙ୍କ ଝାମୁ ଯାତ୍ରା: ଶ୍ରଦ୍ଧାଳୁଙ୍କ ଭିଡ଼

Ritu Das
Browse all articles by Ritu Das
·2 years ago
ଆଜିଠୁ କାକଟପୁର ମା’ ମଙ୍ଗଳାଙ୍କ ଝାମୁ ଯାତ୍ରା: ଶ୍ରଦ୍ଧାଳୁଙ୍କ ଭିଡ଼

ଅର୍ଗସ ବ୍ୟୁରୋ: ଆଜି ଚୈତ୍ର ମାସ ପ୍ରଥମ ମଙ୍ଗଳବାରରୁ ଆରମ୍ଭ ହେଉଛି କାକଟପୁର ମାଆ ମଙ୍ଗଳାଙ୍କ ପ୍ରସିଦ୍ଧ ଝାମୁ ଯାତ୍ରା । ଏକ ମାସ ଧରି ଚାଲିବ ଏହି ଯାତ୍ରା । ହୋଲିରେ ଯାତ୍ରା ଆରମ୍ଭ ହେଉଥିବା ବେଳେ ରାଜରାଜେଶ୍ୱରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମାଆ । ମନ୍ଦିର ପ୍ରଶାସନ ପକ୍ଷରୁ ମାଆ ମଙ୍ଗଳାଙ୍କ ପାଇଁ ଏକ କେଜି ଓଜନର ସୁନା ମୁକୁଟ ପ୍ରସ୍ତୁତ କରାଯାଇଛି । 

ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ସକାଳୁ ନୀତିକାନ୍ତି ସରିବା ପରେ ଧାଡ଼ିରେ ଯାଇ ମାଆଙ୍କ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ଝାମୁ ଯାତ୍ରା ପାଇଁ ମାନସିକଧାରୀ ମହିଳାଙ୍କ ପନ୍ଥେଇ ପୂଜା, ପାଟୁଆ ନୃତ୍ୟ, ଯାଦବ ଭାଇଙ୍କ ଲଉଡ଼ି ଖେଳର ପରମ୍ପରା ରହିଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Kakatpur Maa Mangala's j | Argus News