Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - କାଳବୈଶାଖୀ ରଚିଲା ତାଣ୍ଡବ: ଉପୁଡିଲା ଗଛ, ଭାଙ୍ଗିଲା ପାଚେରୀ 

Odisha

କାଳବୈଶାଖୀ ରଚିଲା ତାଣ୍ଡବ: ଉପୁଡିଲା ଗଛ, ଭାଙ୍ଗିଲା ପାଚେରୀ 

Manini Pattanayak
Browse all articles by Manini Pattanayak
·2 years ago·1 min read
କାଳବୈଶାଖୀ ରଚିଲା ତାଣ୍ଡବ: ଉପୁଡିଲା ଗଛ, ଭାଙ୍ଗିଲା ପାଚେରୀ 

ଭୁବନେଶ୍ୱର: କାଳବୈଶାଖୀ ରଚିଲା ତାଣ୍ଡବ । ମଧ୍ୟାହ୍ନରେ ଉଦଳାରେ କାଳବୈଶାଖୀର ପ୍ରଭାବରେ ଉଡିଲା ଦୋକାନ ଘର ଛପର, ଉପୁଡିଲା ଗଛ, ଭାଙ୍ଗିଲା ପାଚେରୀ । ଏହା ସହିତ ବଜ୍ରାଘାତରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି । କାଳବୈଶାଖୀ ପ୍ରଭାବରେ ଉଦଳା ବସଷ୍ଟାଣ୍ଡ ନିକଟରେ ଥିବା ବିଭିନ୍ନ ଦୋକାନର ଛପର ଉଡିଯାଇଥିବା ବେଳେ ସତସଙ୍ଗ ବିହାରରେ ଥିବା ଏକ ବିଶାଳକାୟ ଗଛ ଉପୁଡି ପଡି ପାଚେରୀରେ ପଡି ପାଚେରୀ ଭାଙ୍ଗି ଯାଇଛି ।

ସେପଟେ ବଜ୍ରାଘାତରେ ଜଣଙ୍କର ମୃତ୍ୟୁ ହୋଇଛି । ଉଦଳା ଥାନା ଅଠଣଗାଁ ଗ୍ରାମର ମୁନା ସିଂ ନିଜର ୩ ଜଣ ସାଥୀଙ୍କ ସହିତ ନଦୀରେ ଗାଧୋଉଥିବା ବେଳେ ହଠାତ୍ ବଜ୍ରାଘାତ ହୋଇଥିଲା । ଯେଉଁଥିରେ ନଦୀ ବାହାରେ ଛିଡା ହୋଇଥିବା ମୁନା ସିଂ ଗୁରୁତର ହୋଇ ପଡିଥିଲେ । ତୁରନ୍ତ ତାଙ୍କୁ ଚିକିତ୍ସା ନିମନ୍ତେ ଉଦଳା ଡାକ୍ତରଖାନାରେ ଭର୍ତି କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହା ସହିତ ତାଙ୍କ ସହିତ ଥିବା ଅନ୍ୟ ୩ ଜଣଙ୍କ ମଧ୍ୟରୁ ଦୁଇ ଜଣ ସାଥୀ ଗୁରୁତର ମଧ୍ୟ ହୋଇଛନ୍ତି ।  

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
kalabaisakhi tandav in mayurbhanja udala | Argus News