Videos
|
Odisha

Summer Vacation / ଅସହ୍ୟ ହେଉଛି ତାତି: ଏହି ଜିଲ୍ଲାରେ ବନ୍ଦ ରହିବ ସ୍କୁଲ, କଲେଜ ! ଜାଣନ୍ତୁ କେବେ ଖୋଲିବ...

Banajyotshna Ray
Browse all articles by Banajyotshna Ray
·2 months ago·2 min read
ଅସହ୍ୟ ହେଉଛି ତାତି: ଏହି ଜିଲ୍ଲାରେ ବନ୍ଦ ରହିବ ସ୍କୁଲ, କଲେଜ ! ଜାଣନ୍ତୁ କେବେ ଖୋଲିବ...
Summer Vacation

Key Points

ଅସହ୍ୟ ଗରମ ଯୋଗୁଁ ବନ୍ଦ ରହିବ ସ୍କୁଲ
କଳାହାଣ୍ଡି ଜିଲ୍ଲାର ସମସ୍ତ ସ୍କୁଲ ୨୦ ଜୁନ୍ ପର୍ଯ୍ୟନ୍ତ ବନ୍ଦ
ରାଜ୍ୟରେ ଅହସ୍ୟ ହେଉଛି ତାତି। ଅସ୍ତବ୍ୟସ୍ତ କରି ପକାଉଛି ଗୁଳୁଗୁଳି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦେଖି ସରକାର ସ୍କୁଲ୍ ଖରା ଛୁଟିକୁ ବୃଦ୍ଧି କରିଛନ୍ତି । ବାହାରକୁ ବାହାରିବା ମୁସ୍କିଲ ହୋଇପଡୁଥିବାବେଳେ ସ୍କୁଲ ପିଲାମାନେ ସ୍କୁଲ କିପରି ଯିବେ ଏହା ଭାବି ସରକାର ନେଇଛନ୍ତି ବଡ଼ ନିଷ୍ପତ୍ତି। ପ୍ରବଳ ଗରମ ଓ ଆର୍ଦ୍ରତାଜନିତ ପାଣିପାଗକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ନିମନ୍ତେ କଳାହାଣ୍ଡି ଜିଲ୍ଲାର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ, ବେସରକାରୀ ଏବଂ ଅନ୍ୟାନ୍ୟ ପ୍ରକାରର ପ୍ରାଥମିକ, ଉଚ୍ଚ ପ୍ରାଥମିକ, ମାଧ୍ୟମିକ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ OAV (ଓଡ଼ିଶା ଆଦର୍ଶ ବିଦ୍ୟାଳୟ) ଗୁଡ଼ିକୁ ଆସନ୍ତା ୨୦ ଜୁନ ୨୦୨୬ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ଜିଲ୍ଲା ଶିକ୍ଷା ଅଧିକାରୀ (DEO)ନିର୍ଦ୍ଦେଶ ଜାରି କରିଛନ୍ତି।''

ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜାରି ହୋଇଥିବା ଏହି ଆଦେଶରେ କୁହାଯାଇଛି ଯେ, ସ୍କୁଲ ବନ୍ଦ ରହିଲେ ମଧ୍ୟ କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପୂର୍ବବତ୍ ଚାଲୁ ରହିବ। ଜନଗଣନା (Census) ଓ SIR ସମ୍ବନ୍ଧୀୟ କାର୍ଯ୍ୟ ସମସ୍ତ ସତର୍କତା ସହିତ ଜାରି ରହିବ।''ବିଦ୍ୟାର୍ଥୀଙ୍କ ନାମଲେଖା (Admission) ଓ ଟିସି (Transfer Certificate) ପ୍ରଦାନ କାର୍ଯ୍ୟ ଚାଲିବ।''ଯେଉଁ ଛାତ୍ରଛାତ୍ରୀଙ୍କୁ ଏପର୍ଯ୍ୟନ୍ତ ପାଠ୍ୟପୁସ୍ତକ ଓ ୟୁନିଫର୍ମ ବଣ୍ଟନ ହୋଇନାହିଁ, ସେମାନଙ୍କ ଘର ଦ୍ୱାରରେ ପହଞ୍ଚାଇ ବଣ୍ଟନ ସମ୍ପୂର୍ଣ୍ଣ କରାଯିବ।ULLAS ଓ NILP ଯୋଜନା ଅଧୀନରେ ନବ ଶିକ୍ଷାର୍ଥୀଙ୍କ ପଞ୍ଜୀକରଣ କାର୍ଯ୍ୟ ଜାରି ରହିବ। ଏହି ନିର୍ଦ୍ଦେଶ ସମସ୍ତ ବିଦ୍ୟାଳୟ ପ୍ରଧାନଶିକ୍ଷକ, ବ୍ଲକ ଶିକ୍ଷା ଅଧିକାରୀ (BEO) ଓ ସମ୍ପୃକ୍ତ ଅଧିକାରୀଙ୍କୁ ଅବଗତ କରାଯାଇଛି।''

ଏଥିସହ ପଢ଼ନ୍ତୁ: ଶିଶୁ ବାଟିକାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ୨୨ ଯାଏଁ ବନ୍ଦ ରହିବ

ଠିକ ସେହିପରି ଅନେକ ଜିଲ୍ଲାରେ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସ୍କୁଲ ବନ୍ଦ ନିଷ୍ପତ୍ତି ନିଆଯାଇଛି। ସୂଚନା ଅନୁସାରେ, ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁସାରେ, ଆଜି ୧୮ ତାରିଖରେ ସମସ୍ତ ସ୍କୁଲ ଖୋଲିବାର ଥିଲା । ଏନେଇ ପୂର୍ବରୁ ସୂଚନା ଦେଇଥିଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ମନ୍ତ୍ରୀ କହିଥିଲେ, ଖରାର ପ୍ରକୋପ ବଢ଼ିଲେ ଛୁଟି ଅବଧି ବୃଦ୍ଧି ନେଇ ବିଚାର କରାଯିବ । ଏବେ ଖରାକୁ ଦେଖି ସୁବର୍ଣ୍ଣପୁର, ଅନୁଗୁଳ,ଗଞ୍ଜାମ,ବୌଦ୍ଧ, ଦେବଗଡ଼ ଜିଲ୍ଲାରେ ସ୍କୁଲ ଛୁଟି ଅବଧି ବୃଦ୍ଧି କରାଯାଇଛି । ଆଜି ପୁରୀ ଜିଲ୍ଲାରେ ମଧ୍ୟ ସ୍କୁଲ ଛୁଟି ନିଷ୍ପତ୍ତି ନିଆଯାଇଛି।''

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଗଞ୍ଜାମରେ ମଧ୍ୟ ସ୍କୁଲ ଛୁଟି ଅବଧି ବଢିଲା । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାରେ ସ୍କୁଲ ଛୁଟି ଅବଧି ବୃଦ୍ଧି । ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସବୁ ଛୁଟି ଛୁଟି ରହିବ । ଛୁଟି ଅବଧି ବୃଦ୍ଧି ନେଇ ଗଞ୍ଜାମ ଜିଲ୍ଲାପାଳଙ୍କ ବିଜ୍ଞପ୍ତି ଜାରି ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:


Related Topics

Explore more stories