ବାରିପଦା ସହରରେ କଲରାପତରିଆ ବାଘ ଆତଙ୍କ

ଅର୍ଗସ ବ୍ୟୁରୋ: ବାରିପଦା ସହରରେ ବାଘ ଆତଙ୍କ ।ଏହା ଏକ କଲରା ପତରିଆ ବାଘ ବୋଲି ପ୍ରତ୍ୟକ୍ଷଦର୍ଶୀ ଙ୍କ ପକ୍ଷରୁ ସୂଚନା । ଆଜି ସକାଳ ୬.୪୦ ମିନିଟ ସମୟରେ ସହରର ଭଞ୍ଜପୁର ବୁଢିଖମାରୀ ଅଞ୍ଚଳରେ ପ୍ରଥମେ ବାଘଟିକୁ ଦେଖିଥିଲେ କିଛି ଲୋକେ । ପାଚେରୀ ଡେଇଁ ଲୋକଙ୍କ ବାଡ଼ି ବୁଦାରେ ଲୁଚି ରହିଥିବା ସନ୍ଦେହ । ବନବିଭାଗ ପକ୍ଷରୁ ବାଘକୁ ଧରିବା ପାଇଁ ପ୍ରୟାସ ଜାରୀ । ଗତ ବୁଧବାର ଦିନ ଶିମିଳିପାଳ ରୁ ଦିଗହରା ହୋଇ ଏକ କଲରାପତରିଆ ବାଘ ଶ୍ୟାମାଖୁଣ୍ଟ ବ୍ଲକ ଜଗନ୍ନାଥପୁର ଅଞ୍ଚଳକୁ ପସି ଆସିଥିଲା ।
ବନବିଭାଗ ପକ୍ଷରୁ ଧରିବା ପାଇଁ ପ୍ରୟାସ କରାଯାଇଥିବା ବେଳେ ବିଫଳ ହୋଇଥିଲା ବିଭାଗ। ତେବେ ଆଜି ସମାନ ଧରଣର ବାଘଟି ବାରିପଦା ସହରରେ ଦେଖା ଦେଇଥିବା ବେଳେ ଏହା ସେହି ବାଘ ହୋଇଥାଇ ପାରେ ବୋଲି ଅନୁମାନ କରାଯାଉଛି । ବାଘକୁ ଦେଖିବା ପରେ ଭଞ୍ଜପୁର ବୁଢିଖମାରୀ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ଶିଘ୍ର ବାଘକୁ ଠାବ କରି ଧରିନେବା ପାଇଁ ବନବିଭାଗ କୁ ନିବେଦନ କରିଛନ୍ତି ସ୍ଥାନୀୟ ବାସିନ୍ଦା ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର: