Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କଲରାପତରିଆ ବାଘ ଛାଲ ଜବତ, 3 ଜଣ ଅଭିଯୁକ୍ତ କୋର୍ଟ ଚାଲାଣ 

Manini Pattanayak
Browse all articles by Manini Pattanayak
·2 years ago
କଲରାପତରିଆ ବାଘ ଛାଲ ଜବତ, 3 ଜଣ ଅଭିଯୁକ୍ତ କୋର୍ଟ ଚାଲାଣ 

ନୂଆପଡା : ନୂଆପଡା ଜିଲ୍ଲା ସିନାପାଲି ରେଞ୍ଜ ସୀମାନ୍ତ ଅଞ୍ଚଳରୁ ଗୋଟିଏ କଲରାପତରିଆ ବାଘ ଛାଲ ଜବତ କରିଛି ବନ ବିଭାଗ । ଏ ଘଟଣାରେ ସମ୍ପୃକ୍ତ ଥିବା 3 ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରି ଅଧିକ ତଦନ୍ତ ଚଳାଇଥିବା ଖଡ଼ିଆଳ ବନଖଣ୍ଡ ଅଧିକାରୀ ଅଜୀଜ ଖାନ ସୂଚନା ଦେଇଛନ୍ତି। ସୂଚନା ଅନୁସାରେ ନୂଆପଡା ଜିଲ୍ଲା ସିନାପାଲି ରେଞ୍ଜର ସୀମାନ୍ତ ଅଞ୍ଚଳରେ ବାଘ ଛାଲ ଡିଲ ହେଉଥିବା କୌଣସି ସୂତ୍ରରୁ ଖବର ପାଇଥିଲା ବନ ବିଭାଗ।

ପରେ ଓଡିଶାର ଖଡ଼ିଆଳ ବନଖଣ୍ଡ ଟିମ ଏବଂ ଛତିଶଗଡର ଉଦନ୍ତୀ ସୀତା ନଦୀ ଟାଇଗର ପ୍ରୋଜେକ୍ଟର ମିଳିତ ଉଦ୍ୟମରେ ଚଢାଉ କରାଯାଇଥିଲା। ସେଠାରୁ ବାଘ ଛାଲ ଏବଂ 3ଟି ମୋବାଇଲକୁ ଜବତ କରିବା ସହ ଅଭିଯିୁକ୍ତମାନଙ୍କୁ ରେଞ୍ଜ ଅଫିସ ଆଣି ଅଧିକ ତଦନ୍ତ ଚଳାଇଛି। ଅଭିଯୁକ୍ତ 3 ଜଣ ସିନାପାଲି ଅଞ୍ଚଳର ହୋଇଥିବା ଜଣାପଡିଛି l  

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Kalara Patria tiger skin seized, 3 accused in court | Argus News