Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

୧୬ତମ ଗଜଲଷ୍ମୀ ପୂଜା ପାଇଁ କଳସ ଶୋଭାଯାତ୍ରା ଅନୁଷ୍ଠିତ

Banajyotshna Ray
Browse all articles by Banajyotshna Ray
·1 year ago
୧୬ତମ ଗଜଲଷ୍ମୀ ପୂଜା ପାଇଁ କଳସ ଶୋଭାଯାତ୍ରା ଅନୁଷ୍ଠିତ

ଅର୍ଗସ ବ୍ୟୁରୋ:  ଗଜଲକ୍ଷ୍ମୀ ପୂଜା ପାଇଁ କଳସ ଶୋଭାଯାତ୍ରା ଅନୁଷ୍ଠିତ । ସୁବର୍ଣ୍ଣପୁର ଜିଲ୍ଲା ଖଣ୍ଡହଥା ଠାରେ ୧୬ ତମ ଗଜଲଷ୍ମୀ ପୂଜା ପାଇଁ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି ।‌ ସକାଳୁ ସ୍ଥାନୀୟ ବାଇଗଣୀ ଜୋର ପଠାରେ ଗଙ୍ଗାମାତାଙ୍କୁ ଆବାହନ କରି ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇଛି। ଶତାଧିକ ମହିଳା ଓ ପୁରୁଷ ଜଳ ପୂର୍ଣ୍ଣ କଳସ ଧରି ହରିବୋଲ, ହୁଳହୁଳି, ଶଙ୍ଖ ଧ୍ବନିରେ ଏକ ଆଧ୍ୟାତ୍ମିକ ପରିବେଶରେ ନଗର ପରିକ୍ରମା କରାଯାଇ ପୂଜା ମଣ୍ଡପ ଠାରେ କଳସ ସ୍ଥାପନ କରାଯାଇଛି । ଏଠାରେ ୯ ଦିନ ଧରି ପୂଜା ହେବାକୁ ଥିବାବେଳେ ପ୍ରତି ଦିନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ସହିତ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଗଜଲଷ୍ମୀ ପୂଜା କମିଟିର ସମସ୍ତ ସଦସ୍ୟ ଓ ଖଣ୍ଡହଥା ଗଡ଼ଭିତର ଗ୍ରାମ ବାସୀ କଳସ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Kalasa procession is held for the 16th gajalaxmi Puja | Argus News