Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ୧୩ ତାରିଖ ଯାଏଁ ରାଜ୍ୟରେ କାଳବୈଶାଖୀ ନେଇ ଜାରି ହେଲା ଚେତାବନୀ, ପାଣିପାଗ ବିଭାଗର ଆକଳନ ଆସନ୍ତା ୩ ରୁ ୪ ଦିନରେ ଓଡ଼ିଶା ଛୁଇଁବ ମୌସୁମୀ

Odisha

Thunderstorm Warning / ୧୩ ତାରିଖ ଯାଏଁ ରାଜ୍ୟରେ କାଳବୈଶାଖୀ ନେଇ ଜାରି ହେଲା ଚେତାବନୀ, ପାଣିପାଗ ବିଭାଗର ଆକଳନ ଆସନ୍ତା ୩ ରୁ ୪ ଦିନରେ ଓଡ଼ିଶା ଛୁଇଁବ ମୌସୁମୀ

Bikash Mohanty
Browse all articles by Bikash Mohanty
·2 hours ago·3 min read
୧୩ ତାରିଖ ଯାଏଁ ରାଜ୍ୟରେ କାଳବୈଶାଖୀ ନେଇ ଜାରି ହେଲା ଚେତାବନୀ, ପାଣିପାଗ ବିଭାଗର ଆକଳନ ଆସନ୍ତା ୩ ରୁ ୪ ଦିନରେ ଓଡ଼ିଶା ଛୁଇଁବ ମୌସୁମୀ
Thunderstorm

Key Points

୧୩ ତାରିଖ ଯାଏ ରାଜ୍ୟରେ କାଳବୈଶାଖୀ
ଆଜି ୨୬ ଜିଲ୍ଲା ପାଇଁ  କାଳବୈଶାଖୀର ସତର୍କତା
ଆସନ୍ତା ୩ ରୁ ୪ ଦିନରେ ଓଡ଼ିଶା ଛୁଇଁବ ମୌସୁମୀ
ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତିଙ୍କ ସୂଚନା 

ଭୁବନେଶ୍ବର,୦୮/୦୬: ଓଡ଼ିଶା ଆଡ଼କୁ ଅଗ୍ରସର ହେଉଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ୩ରୁ ୪ ଦିନ ଭିତରେ ଓଡ଼ିଶାର କିଛି ସ୍ଥାନରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ଆହୁରି ଅଧିକ ଅଗ୍ରଗତି ହେବା ପାଇଁ ପାଣିପାଗ ପରିସ୍ଥିତି ଅନୁକୂଳ ରହିଛି । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି।

ଅସହ୍ୟ ତାତି ଓ ଗୁଳୁଗୁଳିରୁ କାଳବୈଶାଖୀ ସାମାନ୍ୟ ମୁକ୍ତି ଦେଉଥିବା ବେଳେ ଆସନ୍ତା ୨୪ ଘଣ୍ଟା ପାଇଁ ଦେଓଗଡ, ସମ୍ବଲପୁର, ବରଗଡ଼ ଓ ଝାରସୁଗୁଡ଼ାକୁ ବାଦ ଦେଇ ୨୬ ଜିଲ୍ଲା ପାଇଁ  କାଳବୈଶାଖୀର ସତର୍କତା ରହିଛି । ଯାଜପୁର, ଭଦ୍ରକ, ବାଲେଶ୍ୱର, କେନ୍ଦୁଝର, ମୟୂରଭଞ୍ଜ, ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁରରେ ବଜ୍ରପାତ ସହ ବର୍ଷା ଓ ୫୦ରୁ ୬୦ କିମି ଝଟକା ପବନର ସମ୍ଭାବନାକୁ ନେଇ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଅବଶିଷ୍ଟ ୧୭ ଜିଲ୍ଲାରେ ବଜ୍ରପାତ ସହ ଵର୍ଷା ଓ ୪୦ରୁ ୫୦ କିମି ଝଟକା ପବନର ସମ୍ଭାବନାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ବିଭାଗ ।
ତାତିରୁ ନିସ୍ତାର ନାହିଁ । ଆହୁରି ଜଳାଇବ । ନିଆଁବର୍ଷା ଜାରି ରହିବ । ଆସନ୍ତା ତିନି ଦିନ ତାପମାତ୍ରା ଆହୁରି ୩ ଡିଗ୍ରୀ ବଢ଼ିପାରେ । ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ପ୍ରଚଣ୍ଡ ତାତି ଓ ଗୁଳୁଗୁଳି ଅନୁଭୂତ ହେବ । ଏଭଳି ସତର୍କ କରାଇଛି ପାଣିପାଗ ବିଭାଗ।

ପଢନ୍ତୁ ଏହି ଖବର: ସପ୍ତାହ ମଧ୍ୟରେ ଓଡ଼ିଶା ଛୁଇଁପାରେ ମୌସୁମୀ,ଆସନ୍ତା ୧୦ ତାରିଖ ଯାଏଁ କାଳବୈଶାଖୀ ସମ୍ଭାବନା

ରବିବାର ରାଜଧାନୀ ସମେତ ପଶ୍ଚିମ ଓଡ଼ିଶାର ବହୁ ସ୍ଥାନରେ ତାତି ୪୦ ଡିଗ୍ରୀ ପାର୍ ହୋଇଥିଲା । ଦିନ ୧୧ଟାରୁ ତତଲା ହାୱା ବହିଥିଲା । ହେଲେ ଅପରାହ୍ନରେ ପାଗ ବଦଳି ଯାଇଥିଲା । କଟକ, ଭୁବନେଶ୍ୱର, ପାରାଦୀପ, ବାଲେଶ୍ୱରରେ କାଳବୈଶାଖୀ ପ୍ରଭାବରେ ଝଡ଼ବର୍ଷା ହୋଇଛି । ଜୋର୍ରେ ପବନ ସହିତ ପ୍ରବଳ ବର୍ଷା ହୋଇଥିଲା । ବିଜୁଳି ଓ ଘଡ଼ଘଡ଼ିର ଗର୍ଜନ ବି ଡରାଇଥିଲା । ତେବେ ବୌଦ୍ଧରେ ଦିନ ତାପମାତ୍ରା ସର୍ବାଧିକ ୪୧.୯ ଡିଗ୍ରୀ ଛୁଇଁଥିଲା । ଟିଟିଲାଗଡ଼ରେ ୪୧.୭, ଭବାନୀପାଟଣା ଓ ନୟାଗଡ଼ରେ ୪୧.୫, ତାଳଚେରରେ ୪୧, ବଲାଙ୍ଗୀରରେ ୪୦.୮, ସମ୍ବଲପୁରରେ ୪୦.୬, ସୋନପୁରରେ ୪୦.୬ ଡିଗ୍ରୀ ରେକର୍ଡ ହୋଇଥିଲା।

ଆସନ୍ତା ୧୦ରୁ ୧୩ ତାରିଖ ଭିତରେ ଓଡ଼ିଶାରେ ମୌସୁମୀ ପହଞ୍ଚିବ ବୋଲି ବରିଷ୍ଠ କୃଷି ପାଣିପାଗବିତ୍ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଆକଳନ କରିଛନ୍ତି । ମୌସୁମୀକୁ ନେଇ ଆକଳନ କରି ସେ କହିଛନ୍ତି, ବଙ୍ଗୋପସାଗରରେ ମୌସୁମୀ ପ୍ରକ୍ରିୟା ମନ୍ଥର ଥିଲା । କିନ୍ତୁ ଗତ ୨ ଦିନରେ ଏଥିରେ ସୁଧାର ଦେଖାଦେଇଛି । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଗକୁ ବଢ଼ିଛି । ସାମୁଦ୍ରିକ ଆର୍ଦ୍ରତା ଓଡ଼ିଶା ଉପରକୁ ବିସ୍ତାର କରୁଛି । ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ପାଗ ବଦଳୁଛି । ଘଡ଼ଘଡ଼ି ସହ ବର୍ଷା ହେଉଛି । ବଙ୍ଗୋପସାଗରରେ ଏବେ ସୁଦ୍ଧା କୌଣସି ସୁସଂଗଠିତ ଲଘୁଚାପ କ୍ଷେତ୍ର ବା ଅବପାତ ସୃଷ୍ଟି ହୋଇନି । ତଥାପି ମୌସୁମୀ ଦୁର୍ବଳ ହେବାର କୌଣସି ସଙ୍କେତ ନାହିଁ । ମୌସୁମୀ ଅଗ୍ରଗତି ପାଇଁ ସ୍ଥିତି ଅନୁକୂଳ ରହିଛି ।

ଆଜି ଠାରୁ ୧୦ ତାରିଖ ଭିତରେ ଆକାଶରେ ମେଘର ପରିମାଣ ବଢ଼ିବ । ଗୁଳୁଗୁଳି ବି ବଢ଼ିବ । କାଳବୈଶାଖୀ ଜନିତ ବିଜୁଳି ଘଡ଼ଘଡ଼ି ସହ ବର୍ଷାର ପ୍ରକୋପ ଅଧିକ ହେବ । ତାପମାତ୍ରା ଧୀରେ ଧୀରେ କମିବ । ୧୦ରୁ ୧୩ ତାରିଖ ଭିତରେ ଓଡ଼ିଶାକୁ ମୌସୁମୀ ପ୍ରବେଶ କରିବାର ସମ୍ଭାବନା ଅଧିକ । ୧୨ରୁ ୧୫ ତାରିଖ ସୁଦ୍ଧା ମୌସୁମୀ ପ୍ରଭାବରେ ବର୍ଷା ବଢ଼ିବ ।
ତେବେ ପଶ୍ଚିମ ଓଡ଼ିଶାକୁ ମୌସୁମୀ ପହଞ୍ଚିବା ବେଳକୁ ୧୨ରୁ ୧୬ ତାରିଖ ହୋଇଯିବ । ୧୫ରୁ ୧୮ ଭିତରେ ସେଠାରେ ମୌସୁମୀ ବର୍ଷା ବଢ଼ିବ । ୧୦ ତାରିଖ ଯାଏ ପଶ୍ଚିମ ଓଡ଼ିଶାରେ ତାତିରୁ ତ୍ରାହି ମିଳିବନି ବୋଲି ପ୍ରଫେସର ପଶୁପାଳକ କହିଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Thunderstorm Warning | Kalbaisakhi Alert in Odisha: Warning for 26 Districts, Monsoon Likely Within 4 Days | Argus News