Monsoon Set to Reach Odisha / ସପ୍ତାହ ମଧ୍ୟରେ ଓଡ଼ିଶା ଛୁଇଁପାରେ ମୌସୁମୀ,ଆସନ୍ତା ୧୦ ତାରିଖ ଯାଏଁ କାଳବୈଶାଖୀ ସମ୍ଭାବନା
·2 hours ago·2 min read

Key Points
ଆସନ୍ତା ସପ୍ତାହ ମଧ୍ୟରେ ଓଡ଼ିଶା ଛୁଇଁପାରେ ମୌସୁମୀ
୬ରୁ ୮ ଦିନ ମଧ୍ୟରେ ମୌସୁମୀ ଓଡ଼ିଶା ଛୁଇଁବା ନେଇ ଆକଳନ
୨୪ ଘଣ୍ଟା ମଧ୍ୟରେ ଖୋର୍ଦ୍ଧା ଓ କୋରାପୁଟକୁ ହିଟ୍ ୱେଭ୍ ଚେତାବନୀ
ଆସନ୍ତା ୧୦ ତାରିଖ ଯାଏଁ କାଳବୈଶାଖୀର ସମ୍ଭାବନା

ଭୁବନେଶ୍ବର,୦୭/୦୬: ଆସନ୍ତା ସପ୍ତାହ ମଧ୍ୟରେ ଓଡ଼ିଶା ଛୁଇଁପାରେ ମୌସୁମୀ । ୬ରୁ ୮ ଦିନ ମଧ୍ୟରେ ମୌସୁମୀ ଓଡ଼ିଶା ଛୁଇଁବା ନେଇ ଆକଳନ କରାଯାଇଛି । ଏପଟେ ଗତକାଲି କାଳବୈଶାଖୀ ବର୍ଷା ଅସହ୍ୟ ଗରମ ଓ ଗୁଳୁଗୁଳିରୁ ରାଜଧାନୀବାସୀଙ୍କୁ ଆଶ୍ବସ୍ତି ଦେଇଛି । ରାଜଧାନୀ ଭୁବନେଶ୍ୱରରେ କାଳବୈଶାଖୀ ପ୍ରଭାବରେ 14°C ହ୍ରାସ ପାଇଛି ତାପମାତ୍ରା।
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଖୋର୍ଦ୍ଧା ଓ କୋରାପୁଟ ଦୁଇ ଜିଲ୍ଲାକୁ ହିଟ୍ ୱେଭ୍ ଚେତାବନୀ ସହ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ୧୫ଟି ଜିଲ୍ଳାକୁ ଉଷ୍ମ ଓ ଆଦ୍ର ସ୍ଥିତି ସହ ବଲାଙ୍ଗିରକୁ ଉଷ୍ମ ରାତ୍ରି ପାଇଁ ୟେଲୋ ୱର୍ଣ୍ଣିଂ ଜାରି କରିଛି ବିଭାଗ । ନୂଆପଡ଼ା, ବଲାଙ୍ଗିର, ସୋନପୁର, ବୌଦ୍ଧ, କନ୍ଧମାଳ ଓ କଳାହାଣ୍ଡି ଏହି ୬ଟି ଜିଲ୍ଲାକୁ ଛାଡ଼ି ୨୪ଟି ଜିଲ୍ଲାରେ ବଜ୍ରପାତ ସହ ବର୍ଷା ଓ ୪୦ରୁ ୫୦ କିମି ଝଟକା ପବନର ସମ୍ଭାବନାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ୮ ତାରିଖ ଯାଏଁ ଗରମ ଗୁଳୁଗୁଳି ସହ ୧୦ ତାରିଖ ଯାଏଁ ରହିବ କାଳବୈଶାଖୀର ସମ୍ଭାବନା । ସେପଟେ ୩ ଦିନ ଭିତରେ ୨ରୁ ୩ ଡିଗ୍ରୀ ତାପମାତ୍ରା ବୃଦ୍ଧି ସମ୍ଭାବନା ଥୁବା ପାଣିପାଗ ବିଭାଗ ସୂଚନା ଦେଇଛି।
ପଢନ୍ତୁ ଏହି ଖବର: କାଳବୈଶାଖୀ ପ୍ରଭାବରେ କମିଲା ତାତି ଓ ଗୁଳୁଗୁଳି; ୪୦ରୁ ୨୬ ଡିଗ୍ରୀକୁ ଖସିଲା ପାରଦ
ଗତକାଲି ରାଜ୍ୟର ୧୦ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍ ଅତିକ୍ରମ କରିଥିଲା । ବୌଦ୍ଧ ତାପମାତ୍ରା ୪୧.୯ ଡିଗ୍ରୀ, ଟିଟିଲାଗଡ଼ ୪୧.୭, ନୟାଗଡ଼ ୪୧.୫, ଭବାନୀପାଟଣା ୪୧.୫, ତାଳଚେର ୪୧, ବଲାଙ୍ଗିର ୪୦.୮, ଭୁବନେଶ୍ୱର ୪୦.୭, ସମ୍ବଲପୁର ୪୦.୬, ସୋନପୁର ୪୦.୪, ଢେଙ୍କାନାଳ ୪୦.୩ ଡିଗ୍ରୀ ଥିଲା । ଅନେକ ଜାଗରେ ପାରଦ ୩୭ରୁ ୩୯ ଡିଗ୍ରୀ ଭିତରେ ରହିଥିଲା । ଭୁବନେଶ୍ୱରରେ ସକାଳୁ ଆରମ୍ଭ ହୋଇଯାଇଥିଲା ତାତି ପ୍ରକୋପ । ସକାଳ ସାଢ଼େ ୫ଟାରୁ ତାପମାତ୍ରା ୩୦.୮ ଡିଗ୍ରୀ ଥିବାବେଳେ ଆର୍ଦ୍ରତା ପରିମାଣ ୮୭% ଥିଲା । ଅନୁଭୂତ ହେଉଥିଲା ୪୭ ଡିଗ୍ରୀ ଭଳି ଗରମ । ସାଢ଼େ ୮ଟାରେ ପାରଦ ୩୩ ଡିଗ୍ରୀ ଛୁଇଁ ସାରିଥିଲା ।
ଗତକାଲି ଅପରାହ୍ନରେ ରାଜଧାନୀ ଭୁବନେଶ୍ୱରରେ କାଳବୈଶାଖୀ କୋପ ଦେଖାଇଥିଲା । ବର୍ଷା ସାଙ୍ଗକୁ ଭୟାନକ ପବନରେ ବ୍ୟାପକ ଗଛ, ଖୁଣ୍ଟି ଉପୁଡ଼ି ପଡ଼ିଥିଲା । ପବନ ବର୍ଷା ପରେ ଭୁବନେଶ୍ୱର ତାପମାତ୍ରା ୪୦ରୁ ୨୬ ଡିଗ୍ରୀକୁ ଖସି ଯାଇଥିଲା । ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଉପକୂଳ ଓ ପାଶ୍ୱର୍ବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଗରମ, ଗୁଳୁଗୁଳି ନେଇ ସତର୍କ ସୂଚନା ଜାରି କରାଯାଇଛି । ଏହାସହିତ କାଳବୈଶାଖୀ ବିଭିନ୍ନ ସ୍ଥାନରେ ହୋଇପାରେ ।
ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ରାଜ୍ୟକୁ ଉତ୍ତର ପଶ୍ଚିମରୁ ଗରମ ପବନ ଆସିପାରେ । ୧୧/୧୨ ତାରିଖ ପର୍ଯ୍ୟନ୍ତ ଗରମ ରହିପାରେ । ୧୪-୧୫ ତାରିଖବେଳକୁ ରାଜ୍ୟରେ ମୌସୁମୀ ଆଗମନ କରିପାରେ । ତେବେ ଉପକୂଳ ଓଡ଼ିଶାରେ ୯ ତାରିଖ ପରଠାରୁ ଗରମ କମିପାରେ ବୋଲି ପାଣିପାଗ ବିଜ୍ଞାନି ଡକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories