Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Weather Warning / ଆସନ୍ତା ୫ ଦିନ ଯାଏଁ ଲାଗି ରହିବ କାଳବୈଶାଖୀ, ୩ ରୁ ୪ ଦିନ ଭିତରେ ଓଡ଼ିଶା ଛୁଇଁପାରେ ମୌସୁମୀ, ପାଣିପାଗ ବିଭାଗର ପୁର୍ବାନୁମାନ

Bikash Mohanty
Browse all articles by Bikash Mohanty
·1 month ago·3 min read
ଆସନ୍ତା ୫ ଦିନ ଯାଏଁ ଲାଗି ରହିବ କାଳବୈଶାଖୀ, ୩ ରୁ ୪ ଦିନ ଭିତରେ ଓଡ଼ିଶା ଛୁଇଁପାରେ ମୌସୁମୀ, ପାଣିପାଗ ବିଭାଗର ପୁର୍ବାନୁମାନ
Weather

Key Points

ଆଗାମୀ ୫ ଦିନ ଯାଏଁ ଲାଗି ରହିବ କାଳବୈଶାଖୀ
ଆଗାମୀ ୩ ଦିନ ଭିତରେ ଓଡ଼ିଶା ଛୁଇଁବ ମୌସୁମୀ
ପାଗ ଅନୁକୂକ ଥିବାରୁ ଆଗାମୀ ୩ ଦିନ ଭିତରେ ମୌସୁମୀ ଓଡ଼ିଶା ଛୁଇଁବ
ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର
ଭୁବନେଶ୍ବର,୧୧/୦୬:   ଆଗାମୀ ଚବିଶ ଘଣ୍ଟା ଯାଏଁ ଉତ୍ତର ଉପକୁଳ ଅଞ୍ଚଳ ଜିଲ୍ଲା ଗୁଡିକ ସହିତ ମୟୁରଭଞ୍ଜ କେନ୍ଦୁଝର,ଅନୁଗୁଳ ଢେଙ୍କାନାଳ ଖୋର୍ଦ୍ଧା ପୁରୀ ବୌଦ୍ଧ ନୟାଗଡ଼ ଜିଲ୍ଲା ରେ ବର୍ଷା ସହିତ ବିଜୁଳି ଘଡ ଘଡି ସହିତ ଝଟକା ପବନ ହେବାର ସମ୍ଭାବନା ରହିଛି। କୋରାପୁଟ, ମାଲକାନଗିରୀ ଓ ମୟୁରଭଞ୍ଜ ଜିଲ୍ଲାରେ ଅଳ୍ପ ରୁ ମଧ୍ୟମ୍ ଧରଣ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ଆଗାମୀ ଦୁଇ ଦିନ ଯାଏଁ ଦିନ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ,  ଲାଗି ରହିବ ଗରମ ଗୁଳୁଗୁଳି। ଏହା ସହିତ ଆଗାମୀ ପାଞ୍ଚ ଦିନ ଲାଗି ଲାଗି ରହିବ କାଳ ବୈଶାଖୀ, ରାଜ୍ୟରେ ଆସନ୍ତା ତେର ତାରିଖ ବେଳକୁ ଦୁଇ ରୁ ଚାରି ଡିଗ୍ରୀ ତାପମାତ୍ରା ହ୍ରାସ ପାଇବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ଏହା ସହିତ ପାଗ ଅନୁକୂକ ରହିଥିବାରୁ ଆଗାମୀ ତିନି ଦିନ ଭିତରେ ମୌସୁମୀ ଓଡିଶା ଛୁଇଁବ।
 
ଆଗାମୀ ୩ ଦିନ ଭିତରେ ଓଡ଼ିଶା ଛୁଇଁବ ମୌସୁମୀ । ଆସନ୍ତା ୧୩ ତାରିଖ ବେଳକୁ ଦୁଇରୁ ୪ ଡିଗ୍ରୀ ସେଲସିୟସ ତାପମାତ୍ରା ହ୍ରାସ ପାଇବ । ଏନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆଗାମୀ ଦୁଇ ଦିନ ଯାଏ ଲାଗି ରହିବ ଗରମ ଗୁଳୁଗୁଳି । ଦିନ ତାପମାତ୍ରାରେ କୌଣସି ପରିବର୍ତ୍ତନ ସମ୍ଭାବନା ନାହିଁ । ରାଜ୍ୟରେ ଆସନ୍ତା ୧୩ ତାରିଖ ବେଳକୁ ୨ରୁ ୪ ଡିଗ୍ରୀ ତାପମାତ୍ରା ହ୍ରାସ ପାଇପାରେ । ତେବେ ଆଗାମୀ ୫ ଦିନ ଯାଏଁ ଲାଗି ରହିବ କାଳବୈଶାଖୀ । ପାଗ ଅନୁକୂକ ରହିଥିବାରୁ ଆଗାମୀ ୩ ଦିନ ଭିତରେ ମୌସୁମୀ ଓଡ଼ିଶା ଛୁଇଁବ । ଆଗାମୀ ୨୪ ଘଣ୍ଟା ରେ କୋରାପୁଟ, ମାଲକାନଗିରି ଓ ମୟୂରଭଞ୍ଜ ଜିଲ୍ଲାରେ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ଝଟକା ପବନ ବହିବା ସମ୍ଭାବନା ରହିଛି ।ଯାହାକୁ ନେଇ ୩ ଜିଲ୍ଲାକୁ ଜାରି ହୋଇଛି ଅରେଞ୍ଜ ଆଲର୍ଟ।ସବୁ ୨୭ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। 

ଆସୁଛି ମୌସୁମୀ।  ଆସନ୍ତା ୩ରୁ ୪ ଦିନ ଭିତରେ ଏହା  ଓଡ଼ିଶା ଛୁଇଁପାରେ। ରାଜ୍ୟରେ ଆସନ୍ତା ୨ ଦିନ ପରେ ତାପମାତ୍ରା ୨ରୁ ୪ଡିଗ୍ରୀ ସେଲସିୟସ୍ ଖସିପାରେ । ପାଣିପାଗ ବିଭାଗଏଭଳି ପୂର୍ବାନୁମାନ କରିଛି । କୃଷି ପାଣିପାଗ ବୈଜ୍ଞାନିକ ପ୍ରଫେସର ସୁରେନ୍ଦ୍ରନାଥପଶୁପାଳକ କହିଛନ୍ତି, ଗତ କିଛି ଦିନ ହେବ ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ବଙ୍ଗୋପସାଗରରେ ଧୀରେ ଧୀରେ ଆଗକୁ ବଢ଼ୁଛି। ମୌସୁମୀର ଗତିକୁ ଅତି ଦ୍ରୁତକରିବା ଭଳି କୌଣସି ଶକ୍ତିଶାଳୀ ଲଘୁଚାପ କ୍ଷେତ୍ରକିମ୍ବା ଅବପାତ ଏପର୍ଯ୍ୟନ୍ତ ବଙ୍ଗୋପସାଗରରେ ସୃଷ୍ଟି ହୋଇନାହିଁ । ନିକଟରେ ସୃଷ୍ଟି ହେବାର ସଙ୍କେତ ମଧ୍ୟ ମିଳୁନାହିଁ ।

ପଢନ୍ତୁ ଏହି ଖବର: ୧୩ ତାରିଖ ଯାଏଁ ରାଜ୍ୟରେ କାଳବୈଶାଖୀ ନେଇ ଜାରି ହେଲା ଚେତାବନୀ, ପାଣିପାଗ ବିଭାଗର ଆକଳନ ଆସନ୍ତା ୩ ରୁ ୪ ଦିନରେ ଓଡ଼ିଶା ଛୁଇଁବ ମୌସୁମୀ

ଆନ୍ତର୍ଜାତିକ ପାଣିପାଗ ମଡେଲ ଗୁଡ଼ିକରଆକଳନ ଅନୁଯାୟୀ, ଓଡ଼ିଶାରେ ମୌସୁମୀ ଏକାସଙ୍ଗେ ସମଗ୍ର ରାଜ୍ୟକୁ ନ ଛୁଇଁ ପର୍ଯ୍ୟାୟ କ୍ରମେ ଧୀରେ ଧୀରେ ଆଗକୁ ବଢ଼ିପାରେ । ପ୍ରଥମ ପର୍ଯ୍ୟାୟରେ ୧୩–୧୫ଜୁନ୍ ଭିତରେ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶା ଛୁଇଁପାରେ ମୌସୁମୀ । ମୌସୁମୀ ଆଗମନର ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା,କଟକ, ଯାଜପୁର, ଭଦ୍ରକ ଏବଂ ବାଲେଶ୍ୱର ଜିଲ୍ଲାପ୍ରଭାବିତ ହେବେ । ତେବେ ଗଞ୍ଜାମ, ପୁରୀ ଏବଂ ଖୋର୍ଦ୍ଧାଜିଲ୍ଲା ଦେଇ ସାମୁଦ୍ରିକ ମୌସୁମୀ ବାୟୁ ଓଡ଼ିଶାରେ ପ୍ରବେଶ କରିବାର ସବୁଠାରୁ ଅଧିକ ସମ୍ଭାବନା ଅଛି । ଏହି ସମୟ ମଧ୍ୟରେ ଆନ୍ଧ୍ରପ୍ରଦେଶ ଉପକୂଳରୁ ଆର୍ଦ୍ରତା ଉପରକୁ ଆସୁଥିବାରୁ ଦକ୍ଷିଣ ଓଡ଼ିଶାର ଗଜପତି, ରାୟଗଡ଼ା, କୋରାପୁଟ, ନବରଙ୍ଗପୁରଏବଂ ମାଲକାନଗିରି ଜିଲ୍ଲାରେ ମଧ୍ୟ ମୌସୁମୀପ୍ରବେଶ କରିପାରେ ।

ସେପଟେ ପଶ୍ଚିମ ଓଡ଼ିଶାକୁ ୧୪–୧୭ଜୁନ ମଧ୍ୟରେ ମୌସୁମୀ ଆଗମନ କରିପାରେ । ଏହି ସମୟରେ କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର, ବରଗଡ଼,ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼ ଏବଂ ସୁବର୍ଣ୍ଣପୁର ଜିଲ୍ଲାକୁ ସମ୍ପ୍ରସାରିତ ହେବ । ତୃତୀୟ ପର୍ଯ୍ୟାୟରେ ଉତ୍ତର-କେନ୍ଦ୍ରୀୟ ଆଭ୍ୟନ୍ତରୀଣ ଓଡ଼ିଶାରେ ୧୫–୧୯ତାରିଖ ମଧ୍ୟରେ ମୌସୁମୀ ଛୁଇଁପାରେ । ତେବେ ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ,ଦେବଗଡ଼, ବୌଦ୍ଧ ଏବଂ କନ୍ଧମାଳ ଜିଲ୍ଲା ଶେଷପର୍ଯ୍ୟାୟରେ ମୌସୁମୀ ଦ୍ୱାରା ପ୍ରଭାବିତ ହେବାର ସମ୍ଭାବନା ଅଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Kalbaisakhi to Continue for 5 Days, Monsoon May Reach Odisha Within 3–4 Days | Argus News