Weather Alert / ଆଜି ହେବ କାଳବୈଶାଖୀ, ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ହୋଇପାରେ ଝଡ଼ ବର୍ଷା
·2 hours ago·2 min read

Key Points
ଆଜି ପଡ଼ିବ କାଳବୈଶାଖୀର ପ୍ରଭାବ
ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ହୋଇପାରେ ଝଡ଼ ବର୍ଷା
୪୦ରୁ ୫୦ କିମି ବେଗରେ ପବନ ବହିବାର ସମ୍ଭାବନା
ପାଣିପାଗ ବିଭାଗର ଆକଳନ

ଭୁବନେଶ୍ଵର, ୬/୪: ବଦଳିଛି ପାଗ। ଝଡବର୍ଷା ଲାଗି ସାମାନ୍ୟ ଆଶ୍ୱସ୍ତି ପାଇଲେ ରାଜ୍ୟବାସୀ। ଦିନବେଳା ପ୍ରବଳ ଖରା ହେଉଥିଲା । ତାତିରେ ସମସ୍ତେ ତ୍ରାହି ତ୍ରାହି ଡାକୁଥିଲେ। ଅପରାହ୍ନ ବେଳକୁ ହଠାତ୍ ଆକାଶକୁ କବ୍ଜା କରିନେଲା କଳା ବାଦଲ। ଚାହୁଁ ଚାହୁଁ ନିର୍ଧୂମ ବର୍ଷିଲା । ଖାଲି ବର୍ଷିଲାନି, ଘନ ଘନ ବଜ୍ରପାତ ଓ ବିଜୁଳି ମାଡ଼ରେ ଚାରିଆଡ଼େ କମ୍ପିଥିଲା। କିଛି କିଛି ସ୍ଥାନରେ ପବନର ଝଟ୍କା ୪୦ରୁ ୫୦କିମି ଡେଇଁ ଯାଇଥିଲା।
ବର୍ଷା ଓ ପବନଠାରୁ ବଜ୍ରପାତ ସମସ୍ତଙ୍କ ଛାତିରେ ଛନକା ପୂରାଇଥିଲା। ରାଜଧାନୀ ଭୁବନେଶ୍ବରରୁ ନେଇ ନୟାଗଡ଼, ଖୋର୍ଦ୍ଧା, କଟକ, ପୁରୀ, ଗଞ୍ଜାମ, ବାଲେଶ୍ଵର, ଭଦ୍ରକ, ରାୟଗଡ଼ା, ଢେଙ୍କାନାଳ, ଅନୁଗୁଳ, ଚାନ୍ଦବାଲି, ହୀରାକୁଦ, ଯାଜପୁରରେ ପ୍ରବଳ ବର୍ଷା ସମେତ ବିଜୁଳି ଓ ଘଡ଼ଘଡ଼ି ହୋଇଥିଲା।
ବଜ୍ରପାତରେ ନୟାଗଡ଼ରେ ଜଣେ ଓ ଗଞ୍ଜାମର ଖଲିକୋଟରେ ଆଉ ଜଣକର ମୃତ୍ୟୁ ହୋଇଛି। ୧୦ ତାରିଖ ଯାଏ କାଳବୈଶାଖୀର ପ୍ରଭାବ ରହିବ। ଆସନ୍ତା ସପ୍ତାହ ଯାଏ ରାଜ୍ୟରେ ପଶ୍ଚିମା ଝଡ଼ ଓ କାଳବୈଶାଖୀର ଖୀର ପ୍ରଭାବରେ ଅପରାହ୍ନରେ ବିଜୁଳି ଓ ଘଡ଼ଘଡ଼ି ସହ ପବନ ବହିବ ବୋଲି ପୁର୍ବାନୁମାନ କରିଛି ପାଣିପାଗ ବିଭାଗ।
ରବିବାର ଅପରାହ୍ନରେ ଭୁବନେଶ୍ୱରରେ ୭.୨ ମିମି ,ପୁରୀରେ ୭.୧ ମିମି, ରାୟଗଡ଼ାରେ ୩୧.୬ ମିମି,ଢେଙ୍କାନାଳରେ ୨୭.୬ମିମି, ଅନୁଗୁଳରେ ୧୦ ମିମି, ଖୋର୍ଦ୍ଧାରେ ୩୨ମିମି ବର୍ଷା ରେକର୍ଡ ହୋଇଛି।
ଆଜି କାଳବୈଶାଖୀର ପ୍ରଭାବରେ ଉତ୍ତର ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଝଡ଼ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଗଞ୍ଜାମ, ଗଜପତି ଓ ରାୟଗଡ଼ାରେ ଘଡ଼ଘଡ଼ି ସହ ବର୍ଷା ଓ ପବନ ହୋଇପାରେ। ୪୦ରୁ ୫୦ କିମି ବେଗରେ ପବନ ବହିବାର ସମ୍ଭାବନା ଅଛି।
ପଢନ୍ତୁ ଏହି ଖବର: ଆସନ୍ତା ୫ ଦିନ ଯାଏ କାଳବୈଶାଖୀ ! ୧୮ଟି ଜିଲ୍ଲାରେ ପବନ ସହ ବର୍ଷା ସମ୍ଭାବନା
ଆସନ୍ତା କାଲି ଓ ୮ ତାରିଖ ଦୁଇ ଦିନ ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଓ ଘଡ଼ଘଡ଼ି ଆଶଙ୍କା ଥିବାରୁ ଅରେଞ୍ଜ ୱାଣ୍ଡିଂ ଜାରି ହୋଇଛି। ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ଵର ଓ ଭଦ୍ରକକୁ ଏହି ସତର୍କତା ଜାରି କରାଯାଇଛି। ୯ ତାରିଖ ଯାଏ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ବି ଝଡ଼ ବର୍ଷା ଆଶଙ୍କା ଥିବା ପାଣିପାଗ ବିଭାଗ ଆକଳନ କରିଛି।
ଏବେ ଛୋଟନାଗପୁର ମାଳଭୂମିର ଅତ୍ୟଧିକ ତାତି ପାଇଁ ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ତୀବ୍ର କାଳବୈଶାଖୀ ସକ୍ରିୟ ରହିଛି। ଏହାର ପ୍ରଭାବରେ ସକାଳ ବେଳା ପ୍ରବଳ ତାତି ଓ ଅପରାହ୍ନ ବେଳକୁ ହଠାତ୍ ଘଡ଼ଘଡ଼ି, ବିଜୁଳି ଓ ଘଣ୍ଟାପ୍ରତି ୪୦-୫୦ କିଲାମିଟର ବେଗରେ ପବନ ବହିବା ଭଳି ସ୍ଥିତି ରହିବ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories