Heavy rainfall / ସପ୍ତାହ ଯାଏ ରାଜ୍ୟରେ ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷା
·5 months ago·2 min read

Key Points
ଆସନ୍ତା ସପ୍ତାହ ଯାଏ ରାଜ୍ୟରେ ଝଡ଼ ବର୍ଷା
କୁଆପଥର ସହ ବର୍ଷା ଓ ବିଜୁଳି, ଘଡ଼ଘଡ଼ି ସମ୍ଭାବନା
୩୦ରୁ ୫୦ କିମି ବେଗରେ ବହିପାରେ ପବନ
ପୂର୍ବାନୁମାନ କରିଛି ପାଣିପାଗ ବିଭାଗ

ଆସନ୍ତା ସପ୍ତାହ ଯାଏ ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ଝଡ଼ ବର୍ଷା ହୋଇପାରେ । ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । କୁଆପଥର ସହ ବର୍ଷା ଓ ବିଜୁଳି, ଘଡ଼ଘଡ଼ି ଡରାଇବ । ୩୦ରୁ ୫୦ କିମି ବେଗରେ ପବନ ବି ବହିପାରେ। ଏଭଳି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।
ଚଳିତ ସପ୍ତାହରେ ଦକ୍ଷିଣ ଗାଙ୍ଗେୟ ପଶ୍ଚିମବଙ୍ଗ ଓ ସଂଲଗ୍ନ ଉତ୍ତର ଓଡ଼ିଶା ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ଅଛି । ସେହିଭଳି ଏପ୍ରିଲ ପହିଲା ଯାଏ ଓଡ଼ିଶାରେ ରାତି ତାପମାତ୍ରା ସ୍ୱାଭାବିକଠାରୁ ୧.୬ ଡିଗ୍ରୀରୁ ୩ ଡିଗ୍ରୀ ଯାଏ ଅଧିକ ରହିବାର ସମ୍ଭାବନା ଅଛି । କିନ୍ତୁ ୨ରୁ ୮ ତାରିଖ ଭିତରେ ଦିନ ତାପମାତ୍ରା ବଢ଼ିପାରେ । ଆଭ୍ୟନ୍ତରୀଣ ଓଡ଼ିଶା ଓ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ଦିନ ତାପମାତ୍ରା ସ୍ୱାଭାବିକଠାରୁ ୩ରୁ ୫ ଡିଗ୍ରୀ ଅଧିକ ରହିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।
ଗୁରୁବାର ରାଜଧାନୀ ସମେତ ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ଭୀଷଣ ଝଡ଼ ବର୍ଷା ହୋଇଛି । ଶୁକ୍ରବାର ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ କୁଆପଥର ବର୍ଷା ସହିତ ବିଜୁଳି ଓ ଘଡ଼ଘଡ଼ି ହୋଇପାରେ । ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ସୁନ୍ଦରଗଡ଼ରେ ଝଡ଼ ବର୍ଷା ଆଶଙ୍କା ଅଛି । ୪୦ରୁ ୫୦ କିମି ବେଗରେ ପବନ ବହିବାର ଆଶଙ୍କା ଅଛି । ଉପକୂଳ ଓଡ଼ିଶାର ବହୁ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଶନିବାର ମୟୂରଭଞ୍ଜ ଓ ବାଲେଶ୍ୱରରେ ଘଡ଼ଘଡ଼ି ଓ ବର୍ଷା ହୋଇପାରେ । ଝାରସୁଗୁଡ଼ାରେ ଦିନ ତାପମାତ୍ରା ସବୁଠୁ ଅଧିକ ୩୮.୮ ଡିଗ୍ରୀ ସେଲସିୟସ୍ ଥିଲା । ହୀରାକୁଦରେ ୩୮.୬, ଟିଟିଲାଗଡ଼ରେ ୩୮.୫, ସମ୍ବଲପୁରରେ ୩୮.୪ ଓ ଭବାନୀପାଟଣାରେ ୩୮.୨ ଡିଗ୍ରୀ ରେକର୍ଡ ହୋଇଥିଲା ।
ଗତକାଲି ରାଜଧାନୀ ଭୁବନେଶ୍ଵରରେ ହୋଇଥି କାଳବୈଶାଖୀ ଭୟଙ୍କର ଘଡ଼ଘଡ଼ି ଓ ବିଜୁଳି ସହ ଏକ ଘଣ୍ଟା ପାଇଁ ରାଜଧାନୀରେ ଏକ ପ୍ରକାର ଅନ୍ଧକାର ଘୋଟି ଯାଇଥିଲା। ପବନର ବେଗ ଘଣ୍ଟା ପ୍ରତି ୩୦ରୁ ୪୦ କିମି ରହିଥିବା ବେଳେ କିଛି କିଛି ସ୍ଥାନରେ ୨୦ ମିମି ପର୍ଯ୍ୟନ୍ତ ବର୍ଷା ହୋଇଯାଇଛି। ଗତ ଦୁଇ ଦିନ ହେଲା ଭୁବନେଶ୍ବରର ତାପମାତ୍ରା ୩୫ ଡିଗ୍ରି ପାଖାପାଖି ରହିଥିଲା। ଆଜି ଏହା ଦେଢ଼ ଡିଗ୍ରି ବଢ଼ି ୩୭ ଡିଗ୍ରି ରେକର୍ଡ ହୋଇଛି। ଆସନ୍ତାକାଲି ରାଜଧାନୀର ପାଗ ମେଘୁଆ ରହିବା ତାପମାତ୍ରା ୨ ଡିଗ୍ରି ପର୍ଯ୍ୟନ୍ତ ଖସି ୩୫ ଡିଗ୍ରି ପାଖାପାଖି ରହିପାରେ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜଧାନୀର ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ। ଉତ୍ତର ଓଡ଼ିଶା ଉପରେ ରହିଥିବା ଘୂର୍ଣ୍ଣିବଳୟ ପ୍ରଭାବରେ କାଳବୈଶାଖୀ ସମ୍ଭାବନା ରହୁଛି। ଏଣୁ ତାପମାତ୍ରା ଆଗକୁ ୩ରୁ ୪ ଦିନ ସ୍ଥିର ରହିବ ବୋଲି ଆକଳନ କରାଯାଉଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏଥିସହ ପଢ଼ନ୍ତୁ: ଆସନ୍ତା ୨୪ ଘଣ୍ଟାରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା, ୟେଲୋ ୱାର୍ଣ୍ଣିଂ ଜାରି
Related Topics
Explore more stories