ଖୋଲିଲା କାଳିଆ ଯୋଜନାର ମିଛ ପ୍ରଚାର

ଅର୍ଗସ ବ୍ୟୁରୋ : ଆମ ପଞ୍ଚାୟତ ଆମ ବିକାଶ ବହିରେ କାଳିଆ ଯୋଜନାରେ ସରକାରଙ୍କ ମିଛ ପ୍ରଚାର । ଧରା ପକାଇଦେଲା ଆମ ପଞ୍ଚାୟତ ଆମ ବିକାଶ ବହି ରାଜ୍ୟ ସରକାରଙ୍କ ମିଛ ପ୍ରଚାର । ଯେଉଁ ଚାଷୀଙ୍କୁ କାଳିଆ ଯୋଜନାରେ ଅନ୍ତର୍ଭୁକ୍ତ ହୋଇନାହାନ୍ତି କି ଟଙ୍କା ମିଳି ନାହିଁ, କିନ୍ତୁ ସେହି ଚାଷୀଙ୍କ ଫଟୋ ଆମ ପଞ୍ଚାୟତ ଆମ ବିକାଶରେ ଫୋଟୋ ମାରି ଚାଲିଛି କାଳିଆ ଯୋଜନାରେ ପ୍ରଚାରର । ଏଭଳି ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ଧାମନଗର ବ୍ଲକରୁ ।
ଅସୁରାଳି ଗ୍ରାମପଞ୍ଚାୟର ପର୍ଶୁରାମ ସାହୁ ଜଣେ କ୍ଷୁଦ୍ର ଚାଷୀ । ପ୍ରତିବର୍ଷ ୨୫ ହଜାର ଟଙ୍କା ଅନୁଦାନ ପାଇ ଚାଷ କାର୍ଯ୍ୟରେ ଉପକୃତ ହେଇଛନ୍ତି ବୋଲି ଅସୁରାଳି ଗ୍ରାମ ପଞ୍ଚାୟତରେ ଆମ ପଞ୍ଚାୟତ ଆମ ବିକାଶ ପ୍ରକାଶିତ ପାଇଛି । ହେଲେ ପର୍ଶୁରାମ କାଳିଆ ଯୋଜନାରେ ଅନ୍ତର୍ଭୁକ୍ତ ହୋଇନଥିବା ବେଳେ, କାଳିଆ ଯୋଜନାରେ ପର୍ଶୁରାମଙ୍କୁ କୌଣସି ଟଙ୍କା ଆସୁନଥିବା ସେ କହିଛନ୍ତି ।
📱 Get Argus News App
✨ପର୍ଶୁରାମ ଜଣେ କ୍ଷୁଦ୍ର ଚାଷୀ ହୋଇ ଥିବା ବେଳେ କିନ୍ତୁ ଆଜି ପର୍ଯ୍ୟନ୍ତ ତାଙ୍କୁ କାଳିଆ ଯୋଜନାରେ ଅନ୍ତର୍ଭୁକ୍ତ ହୋଇନାହାନ୍ତି । ପର୍ଶୁରାମ ପ୍ରତିବର୍ଷ ଚାଷ କାର୍ଯ୍ୟ କରୁଥିବେ ବେଳେ, କୌଣସି ସରକାରୀ ସହାୟତା ତାଙ୍କ ମିଳେନାହିଁ କିନ୍ତୁ ଏବେ କାଳିଆ ଯୋଜନାରେ ନାମରେ ଏଭଳି ବହିରେ ତାଙ୍କ ଫୋଟ ମାରି ମିଛ ପ୍ରଚାର ପ୍ରସାର କରି ସରକାର ବାହାବାହା ନେବାକୁ ଧାମନଗର ବିଜେପି ଓ ପଞ୍ଚାୟତ ର ସରପଞ୍ଚ ନିନ୍ଦା କରିବା ସହ ଚିନ୍ତା ପ୍ରକାଶ କରିଛନ୍ତି । ଆମ ପଞ୍ଚାୟତ ଆମ ବିକାଶରେ ପର୍ଶୁରାମ ଭଳି ଓଡ଼ିଶାର ସାଧାରଣ ଗରିବ ଲୋକଙ୍କ ଭୁଆଁ ବୁଲାଉଛନ୍ତି ରାଜ୍ୟ ସରକାର । ଫୋଟୋ ଦେଇ ମିଛ ପ୍ରଚାର ପ୍ରସାର କରୁଛନ୍ତି ରାଜ୍ୟ ସରକାର । ଯୋଜନା କାହା ପାଇଁ ଏବେ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଅଛି ।
