Kalinga Ghat Landslide / କଳିଙ୍ଗା ଘାଟିରେ ଭୂସ୍ଖଳନକୁ ମାସେ: ଏବେ ବି ଲୋକେ ଯିବା ଆସିବା କରିପାରୁନାହାନ୍ତି
·1 hour ago·2 min read

Key Points
କଳିଙ୍ଗା ଘାଟିରେ ଭୂସ୍ଖଳନକୁ ମାସେ
ଏବେ ବି ସ୍ୱାଭାବିକ ହୋଇନି ଯାତାୟାତ
ଲୋକେ ହେଉଛନ୍ତି ହନ୍ତସନ୍ତ
ଏବେ ବି ସ୍ୱାଭାବିକ ହୋଇନି ଯାତାୟାତ
ଲୋକେ ହେଉଛନ୍ତି ହନ୍ତସନ୍ତ
ଭୂସ୍ଖଳନକୁ ବିତିଗଲାଣି ଏକ ମାସ। ହେଲେ ଏବେ ବି ସ୍ୱାଭାବିକ ହୋଇପାରିନି କଳିଙ୍ଗା ଘାଟିରେ ଯାତାୟାତ। ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାକୁ ସଂଯୋଗ କରୁଥିବା ଏହି ଗୁରୁତ୍ୱପୂର୍ଣ୍ଣ ରାସ୍ତାରେ ଏବେ ବି ଗାଡ଼ି ଚଳାଚଳ ବନ୍ଦ ରହିଛି। ଗୋଟିଏ ପଟେ ରାସ୍ତାର ସୁରକ୍ଷାକୁ ନେଇ ଚିନ୍ତା ବଢ଼ୁଥିବା ବେଳେ ଅନ୍ୟପଟେ ଜୀବିକା ହରାଇ ଚିନ୍ତାରେ ପଡ଼ିଛନ୍ତି ସ୍ଥାନୀୟ ବ୍ୟବସାୟୀ। କେବେ ସ୍ୱାଭାବିକ ହେବ ଯାତାୟାତ, କେବେ ନିର୍ମାଣ ହେବ କଳିଙ୍ଗାଘାଟି ର ବିକଳ୍ପ ରାସ୍ତା,ଏବେ ଏହାକୁ ନେଇ ଉଠିଛି ପ୍ରଶ୍ନ।''
ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାର ଲାଇଫ୍ଲାଇନ୍ କୁହାଯାଉଥିବା କଳିଙ୍ଗାଘାଟି। ଗତ ସେପ୍ଟେମ୍ବର ୨୪ ତାରିଖରେ ଏଠାରେ ଘଟିଥିଲା ଭୟଙ୍କର ଭୂସ୍ଖଳନ। ପାହାଡ଼ରୁ ବଡ଼ ବଡ଼ ପଥର ଖସି ରାସ୍ତା ଉପରେ ପଡ଼ିବା ସହ ରାସ୍ତା ପ୍ରଶସ୍ତୀକରଣ ପାଇଁ ନିର୍ମାଣ ହୋଇଥିବା ପଥରରେ ତିଆରି ଗାର୍ଡୱାଲ୍ ଭୁଶୁଡି ପଡିଥିଲା । ଫଳରେ ରାସ୍ତାକୁ ବିପଦପୂର୍ଣ୍ଣ ଦର୍ଶାଇ ପ୍ରଶାସନ ପକ୍ଷରୁ ଘାଟିରେ ଯାନବାହନ ଚଳାଚଳ ବନ୍ଦ କରାଯାଇଥିଲା।''
ଦେଖୁ ଦେଖୁ ଏହା ମଧ୍ୟରେ ଏକ ମାସ ବିତିଗଲାଣି। ତଥାପି ସ୍ୱାଭାବିକ ହୋଇପାରିନି ଯାତାୟାତ। ରାସ୍ତାର ମରାମତି କାମ ଶେଷ ହୋଇଥିବା କୁହାଯାଉଥିଲେ ମଧ୍ୟ ରାସ୍ତାର ସୁରକ୍ଷା ଓ ପ୍ରଶସ୍ତୀକରଣକୁ ନେଇ ଏବେ ବି ଅନିଶ୍ଚିତତା ଲାଗି ରହିଛି। ଘାଟି ରାସ୍ତା ସଂକୀର୍ଣ୍ଣ ହୋଇପଡ଼ିଥିବାରୁ ଭବିଷ୍ୟତରେ ପୁଣି ଭୂସ୍ଖଳନ ହେବାର ଆଶଙ୍କା ଥିବା କହିଛନ୍ତି ସ୍ଥାନୀୟ ଲୋକେ। ଏହା ପ୍ରଥମ ଘଟଣା ନୁହେଁ। ଗତବର୍ଷ ସେପ୍ଟେମ୍ବର ମାସ 16 ତାରିଖ ରେ ଭୂସ୍ଖଳନ ଯୋଗୁଁ ଘାଟି ରାସ୍ତା କ୍ଷତିଗ୍ରସ୍ତ ହୋଇଥିଲା। ସେତେବେଳେ ପ୍ରାୟ ଦୁଇ ମାସ ଧରି ଯାତାୟାତ ବନ୍ଦ ରହିଥିଲା। ବାରମ୍ବାର ଏଭଳି ଘଟଣା ଘଟୁଥିବାରୁ କଳିଙ୍ଗାଘାଟିର ସୁରକ୍ଷାକୁ ନେଇ ଚିନ୍ତା ବଢିଛି।''
ଏଥିସହ ପଢ଼ନ୍ତୁ: ଓଡ଼ିଶାରେ ଅଶୁଭ ଅକ୍ଟୋବର; କେବେକେବେ ତାଣ୍ଡବ ରଚିଛି ବାତ୍ୟା ? ଏଥର ବି ମାଡ଼ି ଆସୁଛି

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅନ୍ୟପଟେ ଯାତାୟାତ ବନ୍ଦ ଯୋଗୁଁ ଦୁର୍ଗାପ୍ରସାଦ ଅଞ୍ଚଳର ପ୍ରାୟ ୩୦ ଜଣ ବ୍ୟବସାୟୀଙ୍କ ଜୀବିକା ଗୁରୁତର ପ୍ରଭାବିତ ହୋଇଛି। ପ୍ରତିଦିନ ଶହ ଶହ ଯାନବାହନ ଯାତାୟାତ କରୁଥିବାରୁ ଏହି ରାସ୍ତା କଡ଼ରେ ବ୍ୟବସାୟ କରି ଅନେକ ପରିବାର ଗୁଜୁରାଣ ମେଣ୍ଟାଉଥିଲେ। ହେଲେ ଏବେ ଗାଡ଼ି ଚଳାଚଳ ବନ୍ଦ ଥିବାରୁ ବ୍ୟବସାୟ ଠପ୍ ହୋଇଯାଇଛି। ପରିବାର ଚଳାଇବା ନେଇ ଚିନ୍ତାରେ ପଡ଼ିଛନ୍ତି ବ୍ୟବସାୟୀ। ସେମାନଙ୍କ ପାଇଁ ସରକାର ତୁରନ୍ତ ପଦକ୍ଷେପ ନେବାକୁ ଦାବି ହୋଇଛି। ଘାଟିର ବିକଳ୍ପ ରାସ୍ତା ନିର୍ମାଣ ନେଇ ପୂର୍ବରୁ ଆଲୋଚନା ହୋଇଥିଲେ ମଧ୍ୟ ଏଯାଏଁ କାମ ଆରମ୍ଭ ହୋଇନଥିବା ଅଭିଯୋଗ ହେଉଛି। ଅନ୍ୟପଟେ ରାସ୍ତାର ସ୍ଥାୟୀ ସମାଧାନ ଓ ପ୍ରଶସ୍ତୀକରଣ ପାଇଁ ଆବଶ୍ୟକ ଅନୁଦାନ ଯୋଗାଇ ଦେବାକୁ ଦାବି ହେଉଛି।''
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
Related Topics
Explore more stories