Videos
|
Odisha

Odisha October Cyclone / ଓଡ଼ିଶାରେ ଅଶୁଭ ଅକ୍ଟୋବର; କେବେକେବେ ତାଣ୍ଡବ ରଚିଛି ବାତ୍ୟା ? ଏଥର ବି ମାଡ଼ି ଆସୁଛି

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·2 min read
ଓଡ଼ିଶାରେ ଅଶୁଭ ଅକ୍ଟୋବର; କେବେକେବେ ତାଣ୍ଡବ ରଚିଛି ବାତ୍ୟା ? ଏଥର ବି ମାଡ଼ି ଆସୁଛି
Odisha October Cyclone List

Key Points

ଅକ୍ଟୋବରରେ ବାତ୍ୟାକୁ ପସନ୍ଦ ଓଡ଼ିଶା
ପ୍ରତିବର୍ଷ ଅକ୍ଟୋବରରେ ଆସେ ବାତ୍ୟା
କେବେକେବେ ତାଣ୍ଡବ ରଚିଛି ଜାଣନ୍ତୁ
ଭୁବନେଶ୍ଵର: ଓଡ଼ିଶାକୁ ଏଥର ବି ଅକ୍ଟୋବରରେ ମାଡ଼ି ଆସୁଛି ବାତ୍ୟା । ୨୬ ବେଳକୁ ନେଇପାରେ ସାଇକ୍ଲୋନିକ ଷ୍ଟର୍ମର ରୂପ । ୨୮ ସକାଳେ ଉପକୂଳ ଛୁଇଁବା ସମ୍ଭାବନା । ଉତ୍ତର ଆନ୍ଧ୍ର-ଦକ୍ଷିଣ ଓଡ଼ିଶା ଉପକୂଳ ଛୁଇଁବା ସମ୍ଭାବନା ଥିବାବେଳେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବା ବାରଣ କଲା ଭାରତୀୟ ପାଣିପାଗ ବିଭାଗ । ଓଡ଼ିଶା ପାଇଁ ଅଶୁଭ କି ଅକ୍ଟୋବର ? କେବେକେବେ ବାତ୍ୟା ଆସି ରାଜ୍ୟରେ ତାଣ୍ଡବ ରଚିଛି ଜାଣିବା ।

ଉପକୂଳବର୍ତ୍ତୀ ରାଜ୍ୟ ଓଡ଼ିଶା ପାଇଁ ଅକ୍ଟୋବର ମାସ ସବୁଵେଳେ ଭୟ ଓ ଆହ୍ୱାନ ନେଇ ଆସିଥାଏ । ଇତିହାସରୁ ଜଣାପଡ଼େ ଯେ, ଅକ୍ଟୋବର ମାସରେ ରାଜ୍ୟକୁ ବହୁ ପ୍ରଳୟଙ୍କରୀ ବାତ୍ୟାର ସାମ୍ନା କରିବାକୁ ପଡ଼ିଛି । ଅକ୍ଟୋବର ଆସିଲେ ଉପକୂଳବର୍ତ୍ତୀ ଅଞ୍ଚଳବାସୀଙ୍କ ମନରେ ଛନକା ପଶେ । ବାତ୍ୟାକୁ ନେଇ ମନରେ ଭୟ ଥାଏ । ତେବେ ଓଡ଼ିଶାକୁ୍ ପ୍ରଭାବିତ କରିଥିବା ପ୍ରମୁଖ ଅକ୍ଟୋବର ବାତ୍ୟାଗୁଡ଼ିକ ଉପରେ ନଜର ପକାଇବା ।

  • ସବୁଠୁ ୧୯୯୯ ମହାବାତ୍ୟା
୧୯୯୯ ମସିହା ଅକ୍ଟୋବର ୨୯ ତାରିଖରେ ଆସିଥିବା ମହାବାତ୍ୟା ଏରସମା ଓ ପାରାଦୀପ ଉପକୂଳରେ ଲ୍ୟାଣ୍ଡଫଲ୍ କରିଥିଲା । ଏଥିରେ ପବନର ବେଗ ଘଣ୍ଟାପ୍ରତି ୨୬୦ କିଲୋମିଟରରୁ ଅଧିକ ଥିବାବେଳେ ପ୍ରାୟ ୨୦ ଫୁଟ୍ ଉଚ୍ଚ ଜୁଆର ମାଡ଼ି ଆସିଥିଲା । ଏହି ଭୟଙ୍କର ବିପର୍ଯ୍ୟୟରେ ୧୨ରୁ ଅଧିକ ଜିଲ୍ଲା ପ୍ରଭାବିତ ହୋଇଥିବା ବେଳେ ପ୍ରାୟ ୧୦ ହଜାର ଲୋକଙ୍କ ଜୀବନ ଯାଇଥିଲା ।

  • ଫାଇଲିନ୍‌ରେ ୪୬ଜଣଙ୍କ ଜୀବନ ଯାଇଥିଲା
ଏହାପରେ ୨୦୧୩ ଅକ୍ଟୋବର ୧୨ ତାରିଖରେ ଗଞ୍ଜାମ ଜିଲ୍ଲା ଗୋପାଳପୁର ନିକଟରେ ଲ୍ୟାଣ୍ଡଫଲ୍ କରିଥିଲା ବାତ୍ୟା ଫାଇଲିନ୍ । ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୨୦୦ କିଲୋମିଟର ଥିଲା ଏବଂ ସରକାରୀ ଆକଳନ ଅନୁଯାୟୀ ପ୍ରାୟ ୪୬ ଜଣଙ୍କ ମୃତ୍ୟୁ ହୋଇଥିଲା ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
  • ତିତଲିରେ ଯାଇଥିଲା ୭୭ ଜଣଙ୍କ ଜୀବନ
ସେହିପରି ୨୦୧୮ ଅକ୍ଟୋବର ୧୧ରେ ଆସିଥିବା ବାତ୍ୟା ତିତଲି, ଓଡ଼ିଶା ସୀମାନ୍ତ ଆନ୍ଧ୍ରପ୍ରଦେଶର ପଲାସା ନିକଟରେ ଲ୍ୟାଣ୍ଡଫଲ୍ କରିଥିଲା । ଘଣ୍ଟାପ୍ରତି ୧୫୦ କିମି ବେଗରେ ବହିଥିବା ଏହି ପବନ ଏବଂ ପ୍ରବଳ ବର୍ଷା ଯୋଗୁଁ ଗଜପତି ଓ ରାୟଗଡ଼ା ଜିଲ୍ଲାରେ ବ୍ୟାପକ ଭୂ-ସ୍ଖଳନ ଘଟି ପ୍ରାୟ ୭୭ ଜଣଙ୍କ ପ୍ରାଣହାନୀ ହୋଇଥିଲା ।

ପଢନ୍ତୁ ଏହି ଖବର: ବାତ୍ୟାକୁ ନେଇ ହାଇ ଆଲର୍ଟରେ ପ୍ରଶାସନ, ଆଜି ୪ଟାରେ ହେବ ଉଚ୍ଚସ୍ତରୀୟ ବୈଠକ

  • ଡରାଇଥିଲା 'ଦାନା'
ମାତ୍ର ଦୁଇ ବର୍ଷ ପୂର୍ବେ ଅର୍ଥାତ୍ ୨୦୨୪ ଅକ୍ଟୋବର ୨୪-୨୫ରେ ଆସିଥିଲା ବାତ୍ୟା 'ଦାନା' । ଏହା ଭିତରକନିକା ଜାତୀୟ ଉଦ୍ୟାନ ନିକଟରେ ଲ୍ୟାଣ୍ଡଫଲ୍ କରିଥିଲା ଏବଂ ପବନର ବେଗ ଘଣ୍ଟାପ୍ରତି ୧୨୦ କିମି ଥିଲା । ଉପକୂଳର ୮ଟି ଜିଲ୍ଲା ଏହାଦ୍ୱାରା ପ୍ରଭାବିତ ହୋଇଥିଲେ ହେଁ, ପ୍ରଶାସନିକ ସତର୍କତା ଯୋଗୁଁ ଏଥିରେ କୌଣସି ଜୀବନହାନୀ ହୋଇନଥିଲା ।