Videos
|
Odisha

Kalinga Ghat / କଳିଙ୍ଗା ଘାଟିରେ ଧୋଇଗଲା ଗାର୍ଡୱାଲ, ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ ରାସ୍ତା

Rashmita Mishra
Browse all articles by Rashmita Mishra
·1 hour ago·2 min read
କଳିଙ୍ଗା ଘାଟିରେ ଧୋଇଗଲା ଗାର୍ଡୱାଲ, ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ ରାସ୍ତା
Kalinga Ghat

Key Points

ଭୁଶୁଡ଼ିଲା ଗାର୍ଡୱାଲ୍ ସିଲ୍ ହେଲା ଘାଟି । 
କଳିଙ୍ଗା ଘାଟିରେ ଧୋଇଗଲା ଗାର୍ଡୱାଲ । 
ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ ରାସ୍ତା । 

ଲଗାତାର ବର୍ଷା ଯୋଗୁଁ କଳିଙ୍ଗା ଘାଟିରେ ନିର୍ମାଣାଧୀନ ଗାର୍ଡୱାଲ ଧୋଇଯାଇ ଭୁଶୁଡ଼ି ପଡ଼ିଛି । ଘାଟି ଅଞ୍ଚଳରେ ବର୍ଷା କାରଣରୁ ବିପଦ ଆଶଙ୍କା କରି ପ୍ରଶାସନ ପୂର୍ବରୁ ନେଇଥିବା ସତର୍କତା ଏବେ ସତ ପ୍ରମାଣିତ ହୋଇଛି । ଘଟଣା ପରେ ସୁରକ୍ଷା ଦୃଷ୍ଟିରୁ ଘାଟି ରାସ୍ତାକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ସିଲ୍ କରାଯାଇଛି ।

ତୁହାକୁ ତୁହା ବର୍ଷା ଯୋଗୁଁ ଘାଟିରେ ଚାଲିଥିବା ଗାର୍ଡୱାଲ ନିର୍ମାଣ ସ୍ଥଳରେ ମାଟି ଧସିବା ସହ ଗାର୍ଡୱାଲର ଏକ ବଡ଼ ଅଂଶ ଭୁଶୁଡ଼ି ପଡ଼ିଛି । ଘାଟି ଅଞ୍ଚଳରେ ବର୍ଷା ଯୋଗୁଁ ବିପଦର ଆଶଙ୍କା ଥିବାରୁ ପ୍ରଶାସନ ପକ୍ଷରୁ ସେପ୍ଟେମ୍ବର ୨୩ ଓ ୨୪ ତାରିଖରେ ଦୁଇ ଦିନ ପାଇଁ ଘାଟି ରାସ୍ତାକୁ ଉଭୟ ପାର୍ଶ୍ୱରୁ ବନ୍ଦ କରାଯାଇଥିଲା । ଏହି ସତର୍କତା ଯୋଗୁଁ ବଡ଼ ଧରଣର ଧନଜୀବନ କ୍ଷୟକ୍ଷତିକୁ ଏଡ଼ାଇ ଦିଆଯାଇପାରିଛି ।

ସୂଚନା ଅନୁସାରେ, ପ୍ରାୟ ୨୫ କୋଟି ଟଙ୍କା ବ୍ୟୟରେ ଘାଟିରେ ଗାର୍ଡୱାଲ ନିର୍ମାଣ କାମ ଚାଲିଛି । ତେବେ ଏହି ନିର୍ମାଣାଧୀନ ଗାର୍ଡୱାଲ ପୂର୍ବରୁ ମଧ୍ୟ ଦୁଇଥର ଭାଙ୍ଗିଥିବା ଅଭିଯୋଗ ରହିଛି । ଏବେ ପୁଣି ବଡ଼ ଧରଣର କ୍ଷତି ହେବା ପରେ ନିର୍ମାଣର ଗୁଣବତ୍ତା ନେଇ ପ୍ରଶ୍ନ ଉଠିଛି ।

ଘଟଣା ପରେ ଜିଲ୍ଲା ପ୍ରଶାସନ ଘାଟି ରାସ୍ତାକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ସମ୍ପୂର୍ଣ୍ଣ ନାକାବନ୍ଦୀ କରିଛି । ଘାଟିର ପାଦଦେଶରେ ପୋଲିସ ମୁତୟନ କରାଯାଇ ଯାତାୟାତ ଉପରେ କଡ଼ା ନଜର ରଖାଯାଉଛି । ରାସ୍ତା ସୁରକ୍ଷିତ ହେବା ପର୍ଯ୍ୟନ୍ତ ଲୋକଙ୍କୁ ଘାଟି ଦେଇ ଯାତାୟାତ ନକରିବାକୁ ପ୍ରଶାସନ ପକ୍ଷରୁ ସତର୍କ କରାଯାଇଛି ।

ବର୍ତ୍ତମାନ ଭୁଶୁଡ଼ିଥିବା ଗାର୍ଡୱାଲର ସ୍ଥିତି ଓ ରାସ୍ତାର ସୁରକ୍ଷା ଯାଞ୍ଚ କରାଯାଉଛି । ନିର୍ମାଣ କାମରେ କୌଣସି ତ୍ରୁଟି ରହିଛି କି ନାହିଁ, ତାହା ମଧ୍ୟ ତଦନ୍ତ ପରେ ସ୍ପଷ୍ଟ ହେବ ।
 
ସେପଟେ ମାଲକାନଗିରି କୋରୁକୋଣ୍ଡା ବାୟାପଡା ଘାଟିରେ ଭୂସ୍ଖଳନ... ବାହ୍ୟ ଜଗତରୁ ବିଛିନ୍ନ ହେଲା ୧୮ଟି ଗାଁ । ଗଞ୍ଜାମ ଖଲ୍ଲିକୋଟ ଥାନା ୧୬ ନମ୍ବର ଜାତୀୟ ରାଜପଥ ବଡ଼ ଘାଟି ପାହାଡରୁ ଧସିଲା ପଥର । ବ୍ରହ୍ମପୁର-ଭୁବନେଶ୍ୱର ଯାତାୟତ ଠପ୍ । ଗଗଜପତି ମୋହନା ବ୍ଲକ ବିରିକୋଟ ସାପ ଶିଳା ଘାଟିରେ ପାହାଡ଼ରୁ ରାସ୍ତା ଉପରକୁ ଖସିଲା ପଥର ।  ଗାଡି ଚଳାଚଳ ବନ୍ଦ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: