Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Kalinga Ghati / ବର୍ଷା ହେଲେ ଘାଟିରେ ପାଦେ ପାଦେ ବିପଦ

Smruti Parija
Browse all articles by Smruti Parija
·9 months ago·1 min read
ବର୍ଷା ହେଲେ ଘାଟିରେ ପାଦେ ପାଦେ ବିପଦ

Key Points

ଗଞ୍ଜାମ-କନ୍ଧମାଳ ସୀମାନ୍ତ କଳିଙ୍ଗା ଘାଟିରେ ପୁଣି ଅଘଟଣ

ଯୁଦ୍ଧକାଳୀନ ଭିତ୍ତିରେ ପୁନଃନିର୍ମାଣ କାର୍ଯ୍ୟ ଚାଲିଥିବାବେଳେ ବର୍ଷା ସାଜିଛି ବାଧକ

ଖସିଲା ବଡ ବଡ ପଥର

ଗଞ୍ଜାମ-କନ୍ଧମାଳ ସୀମାନ୍ତ କଳିଙ୍ଗା ଘାଟିରେ ପୁଣି ଅଘଟଣ । ଗଲା କିଛିଦିନ ତଳେ ପ୍ରବଳ ବର୍ଷା ହେତୁ ଭୂସ୍ଖଳନ ହୋଇଥିବା ବେଳେ ପୁଣି ସେହି ସ୍ଥାନ ରେ ଆଜି ଅଘଟଣ ଘଟିଛି । ଭୂସ୍ଖଳନ ସ୍ଥାନରେ ରାସ୍ତା ନିର୍ମାଣ ଚାଲିଥିବାବେଳେ ପ୍ରବଳ ବର୍ଷା ହେବା ଫଳରେ ଭୂସ୍ଖଳନ ଦିନ ଅଟକି ରହିଥିବା ବଡ ବଡ ପଥର ଗୁଡିକ ପୁଣି ଖସିଛି । ଲଗାତାର ବର୍ଷା ହେତୁ ଏପରି ଘଟୁଥିବା କୁହାଯାଉଛି । ଏବେ ବର୍ଷା ହେଲେ ଘାଟିରେ ପାଦେ ପାଦେ ବିପଦ ଦେଖାଦେଉଛି ।


ଆହୁରି ପଢନ୍ତୁ Heavy Rain: କଳିଙ୍ଗା ଘାଟିରେ ଭୂସ୍ଖଳନ; କନ୍ଧମାଳ-ଗଞ୍ଜାମ ଯାତାୟାତ ଠପ୍


ଭୂସ୍ଖଳନ ପରଠୁ କନ୍ଧମାଳ ଓ ଗଞ୍ଜାମ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ନିର୍ମାଣ ଲାଗି ପଡ଼ଥିବା ପଥର, ବାଲି ଓ ଗୋଡ଼ି ପାହାଡରୁ ଆସୁଥିବା ପ୍ରବଳ ବର୍ଷା ପାଣି ଯୋଗୁଁ ଧୋଇ ହୋଇଯାଇଛି । ଯୁଦ୍ଧକାଳୀନ ଭିତ୍ତିରେ ପୁନଃନିର୍ମାଣ କାର୍ଯ୍ୟ ଚାଲିଥିବାବେଳେ ବର୍ଷା ବାଧକ ସାଜିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଆହୁରି ପଢନ୍ତୁ ଭୟଙ୍କର ଭୂସ୍ଖଳନ ପରେ କଳିଙ୍ଗା ଘାଟିରେ ଆରମ୍ଭ ହୋଇଛି ରାସ୍ତା ନିର୍ମାଣ


କଳିଙ୍ଗା ଘାଟି ଦେଇ ଯାଇଥିବା ୧୫୭ ନମ୍ବର ଜାତୀୟ ରାଜପଥରେ କନ୍ଧମାଳରୁ ଗଞ୍ଜାମକୁ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଏବେ ବି ରାସ୍ତା ଉପରେ ବଡ଼ ବଡ଼ ପଥର ଖଣ୍ଡ ସହ ମାଟି ଗଦା ହୋଇ ରହିଛି । ବଡ଼ ବଡ଼ ପଥର ଖଣ୍ଡ ଖସୁଥିବାରୁ ସ୍ଥାନୀୟ ଲୋକେ ବି ଭୟଭୀତ ଅଛନ୍ତି । କନ୍ଧମାଳ ଜିଲ୍ଲାରୁ କଳିଙ୍ଗା ଘାଟି ଦେଇ ଲୋକେ ବ୍ରହ୍ମପୁର ଯାଇଥାନ୍ତି । ଏବେ ଘାଟିରେ ଭୂସ୍ଖଳନ ପରେ ଗଞ୍ଜାମ ସହ ଯୋଗାଯୋଗ ଠପ୍ ହୋଇ ଯାଇଛି । ସୂଚନାଯୋଗ୍ୟ, କନ୍ଧମାଳର କଳିଙ୍ଗା ଘାଟି ହେଉଛି ଓଡ଼ିଶାର ସବୁଠୁ ବଡ଼ ଘାଟି ।


Sponsored
Kalinga Ghati | another-incident-at-the-kalinga-ghati-on-the-ganjam-kandhamal-border | Argus News