Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Gopashtami in Bhubaneswar / କଳିଙ୍ଗ ଯୁବ ସେନା ପକ୍ଷରୁ ଗୋପାଷ୍ଟମୀ ପାଳିତ, ଗୋମାତାଙ୍କୁ ପୂଜା କଲେ ବାବୁସାନ

Santosh Kumar Sahoo
Browse all articles by Santosh Kumar Sahoo
·8 months ago·2 min read
କଳିଙ୍ଗ ଯୁବ ସେନା ପକ୍ଷରୁ ଗୋପାଷ୍ଟମୀ ପାଳିତ, ଗୋମାତାଙ୍କୁ ପୂଜା କଲେ ବାବୁସାନ

Key Points

କଳିଙ୍ଗ ଯୁବ ସେନା ପକ୍ଷରୁ ଗୋପାଷ୍ଟମୀ ପାଳିତ । ଗୋମାତାଙ୍କୁ ପୂଜା କଲେ ବାବୁସାନ ।
ଉତ୍ତର ଭୁବନେଶ୍ୱରର ପଟିଆ ଅଞ୍ଚଳରେ ଥିବା ଅଗ୍ରଣୀ ସାମାଜିକ ଅନୁଷ୍ଠାନ କଳିଙ୍ଗ ଯୁବ ସେନା ପକ୍ଷରୁ ପବିତ୍ର ଗୋପାଷ୍ଟମୀ ପାଳନ କରାଯାଇଛି । ଏଥିରେ ଅନୁଷ୍ଠାନର ଥିବା ଗୋରୁ ଗାଈ ସହ ବୁଲା ଗାଈଙ୍କର ପୂଜା କରାଯାଇଥିଲା । ଗାଈମାନଙ୍କୁ ବିଭିନ୍ନ ଫଳ ଓ ଖେଚେଡି ଖାଇବାକୁ ଦିଆଯାଇଥିଲା । ଏଥିସହିତ ୧୦୮ ହନୁମାନ ଚାଳିଶା ପାଠ କରାଯାଇଥିଲା । ଆଜିର କାର୍ଯ୍ୟକ୍ରମରେ ଓଲିଉଡର ସୁପରଷ୍ଟାର ବାବୁସାନ ମହାନ୍ତି, ଦୈନିକ ସମାଜର ପ୍ରାକ୍ତନ ସଂପାଦକ, ପ୍ରକାଶକ ଓ ମୁଦ୍ରାକର ପ୍ରଭାସ ଆଚାର୍ଯ୍ୟ, ଅଭିନେତା ଅର୍ଦ୍ଦେନ୍ଦୁ, କଟକ ଚୌଦ୍ୱାର ବିଧାୟକ ସୌଭିକ ବିଶ୍ୱାଳ, କିଟ୍ ଲୋକ ସମ୍ପର୍କ ବିଭାଗର ନିର୍ଦ୍ଦେଶୀକା ଶ୍ରଦ୍ଧାଞ୍ଜଳୀ ନାୟକ ଏବଂ ବିଶିଷ୍ଟ ସମାଜସେବୀ ଅମରେଶ ପରିଡ଼ା ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ଅଭିନେତା ବାବୁସାନ ଗୋମାତାଙ୍କୁ ପୂଜା କରିବା ସହ ସେମାନଙ୍କୁ ଫଳ ଖାଇବାକୁ ଦେଇଥିଲେ ।


କଳିଙ୍ଗ ଯୁବ ସେନା ଆଜିକୁ ଦୀର୍ଘ ୧୦ ବର୍ଷ ଧରି ଗାଈମାନଙ୍କ ପାଇଁ ସମର୍ପିତ ଭାବେ କାମ କରି ଆସିଛି । ରାଜଧାନୀର ଯେକୌଣସି ସ୍ଥାନରେ ଦୁର୍ଘଟଣାଗ୍ରସ୍ତ ଗାଈ, ବଳଦ, ଷଣ୍ଢମାନଙ୍କୁ ନିରନ୍ତର ଭାବେ ଚିକିତ୍ସା ସେବା ଯୋଗାଇ ଆସିଛି । ଦୁର୍ଘଟଣାର ଶିକାର ହେଉଥିବା ଗୋମାତାମାନଙ୍କୁ ଗାଡ଼ିରେ କଳିଙ୍ଗ ଯୁବ ସେନାର ଗୋଶାଳାକୁ ଆଣି ସେଠାରେ ସେବା ଯୋଗାଇ ଦେଉଛନ୍ତି । ଏଥିସହିତ ଯେଉଁ ଗୋମାତା ରାସ୍ତାରେ ବିଭିନ୍ନ ରୋଗରେ ପୀଡ଼ିତ ହୋଇ କଷ୍ଟ ପାଉଛନ୍ତି ସେମାନଙ୍କୁ ମଧ୍ୟ ଗୋଶାଳାକୁ ଆଣି ସେମାନଙ୍କୁ ଚିକିତ୍ସା ସେବା ଯୋଗାଇ ଆସୁଛନ୍ତି। ଏଥିପାଇଁ କଳିଙ୍ଗ ଯୁବ ସେନାର ଶତାଧିକ ଗୋସେବକ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି । ନିତିଦିନର ଜଞ୍ଜାଳମୟ ଜୀବନରୁ ସମୟ ବାହାର କରି ପ୍ରତିଦିନ ସହରର ବିଭିନ୍ନ ସ୍ଥାନରେ ଗୋମାତାମାନଙ୍କ ସେବାରେ ନିଜକୁ ନିୟୋଜିତ କରିଛନ୍ତି।

ଆଜିର କାର୍ଯ୍ୟକ୍ରମରେ କଳିଙ୍ଗ ଯୁବ ସେନାର ପ୍ରତିଷ୍ଠାତା ଚନ୍ଦ୍ରଶେଖର ଦାସ ଅତିଥିମାନଙ୍କୁ ସମ୍ପର୍ଦ୍ଧିତ କରିଥିଲେ। ଯୁବ ସେନାର ସଦସ୍ୟ ସିଦ୍ଧାର୍ଥ ଦାସ, ପୁଷ୍ପାଞ୍ଜଳୀ ମିଶ୍ର, ଦେବାଶିଷ ମହାରଣା, ପ୍ରଭୁଦତ୍ତ ସାହୁ, ଅଜିତ ସାମଲ, ମୌସମ ବଡୁ, ସତ୍ୟଜିତ୍ ଲେଙ୍କା, ଧୀରେନ୍ଦ୍ର ସାମନ୍ତରାୟ, ଶୁଭମ କୁମାର ସ୍ୱାଇଁ, ଅନୀଲ, ଅନୁ, ରାକେଶ, ଚନ୍ଦ୍ରକାନ୍ତ ପ୍ରମୁଖ ଯୋଗ ଦେଇଥିଲେ। ସମସ୍ତ ସଦସ୍ୟମାନେ ଗୋମାତାମାନଙ୍କୁ ପୂଜା କରିବା ସହ ଆଶୀର୍ବାଦ କାମନା କରିଥିଲେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Kalinga Yuba Sena Celebrates Gopashtami in Bhubaneswar; Actor Babushan Worships Gomata | Argus News