Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଧାମନଗର ମନ୍ତ୍ରବାଶୁଳି ମା'ଙ୍କ ପୀଠରେ କାଳିଶି ଯାତ୍ରା ଅନୁଷ୍ଠିତ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଧାମନଗର ମନ୍ତ୍ରବାଶୁଳି ମା'ଙ୍କ ପୀଠରେ କାଳିଶି ଯାତ୍ରା ଅନୁଷ୍ଠିତ

ଅର୍ଗସ ବ୍ୟୁରୋ:  ପ୍ରତିବର୍ଷ ଭଳି ଧାମନଗର ମନ୍ତ୍ରବାଶୁଳି ମା'ଙ୍କ ପୀଠରେ କାଳିଶି ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବିଗତ ଦିନର ଧର୍ମେଶ୍ୱର ମହାରାଜାଙ୍କ କୁଳ ଦେବୀ ମା' ମନ୍ତ୍ରବାଶୁଳି ନଙ୍ଗୁଆ ଗାଁରୁ ତାଙ୍କ ପୀଠସ୍ଥଳୀ ଧାମନଗର ଶ୍ୟାମପୁରରେ ଅବସ୍ଥିତ ହୋଇ ଥିବାରୁ ଅମାବାସ୍ୟାଠୁ ପ୍ରତିପଦ ପର୍ଯ୍ୟନ୍ତ ଦୀର୍ଘ ୯ ଦିନ ଧରି ପୂଜା ପାଆନ୍ତି । ଶେଷରେ ଦଶହରା ଦିନ କାଳିଶି ଯାତ୍ରା ମାଙ୍କ ପୀଠରୁ ଆରମ୍ଭ ହୋଇ ମା' ମନ୍ତ୍ରବାସିନୀ ଗ୍ରାମଦେବୀଙ୍କୁ ସାକ୍ଷାତ କରି ଦକ୍ଷିଣ ବାଡ ହୋଇ ଦୋହୁରୀୟା ପଡ଼ା କଳିଶୀ ପୋଖରୀରେ ସ୍ନାନ କରି ଏହି କାଳିଶି ଯାତ୍ରା ସମାପନ ହୋଇଥାଏ ।

ଏହି ଯାତ୍ରା ୧୦୦ ବର୍ଷରୁ ଅଧିକ ହେବ ଗ୍ରାମବାସୀଙ୍କ ସହଯୋଗରେ ପୂର୍ବ ବିଧିକୁ ବଜାୟ ରଖାଯାଇଛି । ଏହି କାଳିଶି ଯାତ୍ରାରେ ଧାମନଗର ଓ ଆଖପାଖ ଅଞ୍ଚଳରୁ ଶହ ଶହ ଲୋକ ଯୋଗଦେଇ ମାଙ୍କ ଆଶୀର୍ବାଦ ପ୍ରାପ୍ତ କରିଥିଲେ ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Kalishi Yatra was held at the shrine of Dhamnagar Mantrabashuli Maa | Argus News