Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆଜି ହେବ କମଳା ପୂଜାରୀଙ୍କ ଅନ୍ତିମ ସଂସ୍କାର

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
ଆଜି ହେବ କମଳା ପୂଜାରୀଙ୍କ ଅନ୍ତିମ ସଂସ୍କାର

କୋରାପୁଟ : ଜୟପୁର ମେଡିକାଲରେ ପହଞ୍ଚିଲା ପଦ୍ମଶ୍ରୀ କମଳା ପୂଜାରୀଙ୍କ ପାର୍ଥିବ ଶରୀର। ଆଜି ଭୋର ୧.୧୦ ମିନିଟରେ କଟକ ଏସ. ସି.ବି ମେଡିକାଲରୁ ଆମ୍ବୁଲାନ୍ସରେ ଯୋଗେ ଜୟପୁର ଜିଲ୍ଲା ଡାକ୍ତରଖାନାରେ ପହଞ୍ଚିଥିଲା  । କମଳା ପୂଜାରୀ ଙ୍କ ପାର୍ଥିବ ଶରୀର ପହଂଚିବା ପରେ ଜିଲ୍ଲା କଲେକ୍ଟର, ଜିଲ୍ଲା ଏସପି, ଜୟପୁର ସବ୍-କଲେକ୍ଟର, ତହସିଲଦାର, ଏସ୍ ଡି ପି ଓ, ବି,ଡି, ଓ, ସଦର ଥାନା ଅଧିକାରୀ, ତଥା ଅନ୍ୟ କେତେକ ଅଧିକାରୀ ଆସି କମଳା ପୂଜାରୀଙ୍କ ପାର୍ଥିବ ଶରୀରକୁ  ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଆଜି ସକାଳ ୭.୩୦ ମିନିଟରେ ଏକ ଶୋଭାଯାତ୍ରା ଯୋଗେ ତାଙ୍କର ପାର୍ଥିବ ଶରୀର ତାଙ୍କ ଗାଁ ପାତ୍ର ପୁଟ ପହଞ୍ଚିବ। ସେଠାରେ ତାଙ୍କୁ  ଗାର୍ଡ ଅଫ୍ ଅନର ଦିଆ ଯିବାପରେ ଶେଷକୃତ୍ୟ ସମ୍ପର୍ଣ୍ଣ କରାଯିବ ବୋଲି ତାଙ୍କ ପୁଅ କହିଛନ୍ତି  । ଅନ୍ତିମ ସଂସ୍କାର ଗାଁ ଶ୍ମଶାନରେ କରାଯିବ ବୋଲି ଜିଲ୍ଲା କଲେକ୍ଟର ସୂଚନା ଦେଇଛନ୍ତି।

ଅଧିକ ପଢନ୍ତୁ : କମଳା ପୂଜାରୀ; ଅସାଧାରଣ ବ୍ୟକ୍ତିତ୍ୱ, ଅତୁଳନୀୟ ଅବଦାନ

ତେବେ ଚିକିତ୍ସାଧୀନ ଅବସ୍ଥାରେ କଟକ ଏସସିବିରେ ଗତକାଲି ତାଙ୍କର ଦେହାନ୍ତ ହୋଇଥିଲା । କିଡନୀ ଜନିତ ସମସ୍ୟା ସହ ଜ୍ବରରେ ଦୀର୍ଘ ଦିନ ଧରି ପୀଡ଼ିତ ଥିଲେ । କୋରାପୁଟ ଜିଲ୍ଲାର ବୈପାରୀଗୁଡ଼ା ବ୍ଳକ ଅନ୍ତର୍ଗତ କାଣ୍ଡକିଗୁଡ଼ା ଗାଁରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ଦୁଇ ପୁଅ ଓ ଦୁଇ ଝିଅ ଅଛନ୍ତି । ଦେଖିବାକୁ ଖୁବ ସାଧା ସିଧା ଓ ସରଳ ଚେହେରା ମଧ୍ୟରେ ସେ କରିଯାଇଥିବା କାମକୁ କେହି ଭୁଲି ପାରିବେ ନାହିଁ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Kamala Pujari's funeral will be held today | Argus News