Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News -  କେବଳ ପ୍ରମୋସନ ନୁହେଁ ଗୋମାଂସ ଖାଇଛନ୍ତି କାମ୍ୟା

Odisha

 କେବଳ ପ୍ରମୋସନ ନୁହେଁ ଗୋମାଂସ ଖାଇଛନ୍ତି କାମ୍ୟା

Manini Pattanayak
Browse all articles by Manini Pattanayak
·2 years ago·2 min read
 କେବଳ ପ୍ରମୋସନ ନୁହେଁ ଗୋମାଂସ ଖାଇଛନ୍ତି କାମ୍ୟା

 ଭୁବନେଶ୍ୱର:  ୟୁଟ୍ୟୁବ ଇନଫ୍ଲୁଏନ୍ସର କାମ୍ୟା ଜାନି ଓ 5T ଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କ ଭିଡ଼ିଓକୁ ନେଇ ବଢୁଛି ବିବାଦ ।  ଗୋ ମାଂସ ଭକ୍ଷଣ ପାଇଁ ସୋସିଆଲ ମିଡିଆରେ ପ୍ରବର୍ତ୍ତାଇଥିବା କାମ୍ୟା ଜାନୀଙ୍କୁ ପାଣ୍ଡିଆନ ଶ୍ରୀ ମନ୍ଦିରକୁ ନେଇ ଭିଡିଓ କରିବା କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ଆସ୍ଥା ଉପରେ ଆଘାତ କରିଛି । ଶ୍ରୀ ମନ୍ଦିର ପରିସରରେ କାମିଆ ଜାନି ଭିଡ଼ିଓ କରି ଗଣମାଧ୍ୟମରେ ପ୍ରସାରିତ କରିଛନ୍ତି ବୋଲି ଅଭିଯୋଗ କରିଛି ବିଜେପି । କୌଣସି ଗୋ ମାଂସ ଖାଉଥିବା ବା ଖାଇବା ପାଇଁ ପ୍ରମୋସନ କରୁଥିବା ବ୍ୟକ୍ତି ଶ୍ରୀ ମନ୍ଦିରକୁ ଯାଇପାରିବେ ନାହିଁ । ତେଣୁ ଭି.କେ.ପାଣ୍ଡିଆନ କାମିଆ ଜାନୀଙ୍କୁ ମନ୍ଦିରକୁ ନେଇ ଗର୍ହିତ ଅପରାଧ କରିଛନ୍ତି । ହିନ୍ଦୁଙ୍କ ଧାର୍ମିକ ଭାବନା ଉପରେ ଆଘାତ କରିଛନ୍ତି ପାଣ୍ଡିଆନ ଏବଂ କାମିଆ ଜାନୀ । ତେଣୁ IPC Section 295 A ଧାରା ଅନୁସାରେ ଭି.କେ. ପାଣ୍ଡିଆନ ଏବଂ କାମିଆ ଜାନିଙ୍କ ଉପରେ ମନ୍ଦିର ପ୍ରଶାସନ କେସ କରି ତୁରନ୍ତ ଗିରଫ କରିବାକୁ ଦାବି କରିଛି ବିଜେପି । ଏହାସହ ମନ୍ଦିର ଭିତରକୁ କ୍ୟାମେରା ନେଇ ସୁଟିଂ କରି ଶ୍ରୀ ଜଗନ୍ନାଥ ମନ୍ଦିର ଆଇନର ଉଲଂଘନ ହୋଇଛି । ଯେଉଁମାନେ ଏଥିରେ ସଂପୃକ୍ତ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଦଳ । ଶ୍ରୀ ମନ୍ଦିର ପ୍ରଶାସନ ମଧ୍ୟ କ୍ଷମା ପ୍ରାର୍ଥନା କରନ୍ତୁ । ଏହାସହ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ନେଇ ମନ୍ଦିର ଶୁଦ୍ଧି କରାଯାଉ । ନଚେତ୍ ବିଜେପି କୋର୍ଟଙ୍କ ଦ୍ବାରସ୍ଥ ହେବ ହୋଲି ଚେତାବନୀ ଦେଇଛି ବିଜେପି ।  ସେପଟେ ଗୋମାଂସ ପ୍ରମୋସନ ବିବାଦ ଘଟଣାକୁ ନେଇ ମହାପ୍ରଭୁଙ୍କ ସେବାୟତ ଓ ଭକ୍ତ ମଧ୍ୟ ପ୍ରତିକ୍ରିୟାଶୀଳ ହୋଇଛନ୍ତି ।

ତେବେ ଏ ଘଟଣା କୋଟି କୋଟି ଜଗନ୍ନାଥ ଭକ୍ତଙ୍କ ଭାବାବେଗକୁ ଗଭୀର ଆଘାତ ଦେଇଥିବା ବେଳେ  । ଏଭଳି କାଣ୍ଡକୁ ନେଇ ରାଜାୟସାରା ଦେଖାଦେିଛି ତୀବ୍ର ପ୍ରତିକ୍ରିୟା।   ଅନ୍ୟପଟେ ଶ୍ରୀମନ୍ଦିର ପରିସରକୁ କାମିଆ ଜାନି କ୍ୟାମେରା ନେବା ଅଭିଯୋଗ ସଂପୂର୍ଣ୍ଣ ଭିତ୍ତିହୀନ ଏବଂ ଏଥିରେ କୌଣସି ସତ୍ୟତା ନାହିଁ ବୋଲି ପୁରୀ ଶ୍ରୀମନ୍ଦିର କାର୍ଯ୍ୟାଳୟ ସୋସିଆଲ ମିଡିଆ ଏକ୍ସରେ ସ୍ପଷ୍ଟୀକରଣ ରଖିଛି । ଏହାସହ ଯଦି କାହା ପାଖରେ କିଛି ପ୍ରମାଣ ଅଛି, ଉପସ୍ଥାପନ କଲେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏକ୍ସରେ ପୋଷ୍ଟ କରିଛି ଶ୍ରୀମନ୍ଦିର କାର୍ଯ୍ୟାଳୟ । ତେବେ ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରତିକ୍ରିୟା ଦେବାକୁ ସିଧା ମନା କରିଥିବା ବେଳେ କାମିଆ ଜାନିଙ୍କ ମନ୍ଦିର ପ୍ରବେଶ କରିନାହାନ୍ତି ବୋଲି ଫାଙ୍କି ଉଡେଇ ଦେଇଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ । ସେପଟେ ବିଜେପିର ଅଭିଯୋଗ ଉପରେ ସାମ୍ବାଦିକ ସମ୍ମିଳନୀ କରି ଜବାବ ରଖିଛି ବିଜେଡି ।  ମହାପ୍ରଭୁ ଶ୍ରୀଜଗନ୍ନାଥ ସନାତନ ବା ହିନ୍ଦୁ ଧର୍ମର ଆସ୍ଥାର ପ୍ରତୀକ । ମହାପ୍ରଭୁଙ୍କ ଅପମାନ କେବେ ବି ଜଣେ ଜଣେ ଜଗନ୍ନାଥ ପ୍ରେମୀ ସହିପାରେ ନାହିଁ । ସେହିପରି ହିନ୍ଦୁ ଧର୍ମରେ ଗାଈକୁ ଗୋମାତା ଭାବେ ପୂଜା କରାଯାଏ । ସନାତନୀଙ୍କ ପାଇଁ ଗୋମାଂସ ଭକ୍ଷଣ ମହାପାପ । ଆଉ ଗୋମାଂସ ଖାଇବା ପାଇଁ ପ୍ରମୋସନ କରିବା ମଧ୍ୟ ବଡ ପାପ ।   

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Kamya has eaten beef not just promotions | Argus News