Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

KV Singh Deo Conducted Surprise Visit / ଭିଜିଲାନ୍ସ ସହ ଇଆଇସି କାର୍ଯ୍ୟାଳୟରେ ଚଢଉ କଲେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ

Bikash Mohanty
Browse all articles by Bikash Mohanty
·3 months ago·2 min read
ଭିଜିଲାନ୍ସ ସହ ଇଆଇସି କାର୍ଯ୍ୟାଳୟରେ ଚଢଉ କଲେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ
Kanak vardhan singhdeo

Key Points

ଆକ୍ସନ ମୋଡ୍‌ରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ
ଶକ୍ତି ବିଭାଗର ଇଆଇସିଙ୍କ କାର୍ଯ୍ୟାଳୟରେ କଲେ ଚଢାଉ
ଦୁର୍ନୀତି ଅଭିଯୋଗ ପରେ ଭିଜିଲାନ୍ସ ଅଧିକାରୀଙ୍କ ସହ ପହଞ୍ଚିଲେ
ଭୁବନେଶ୍ଵର,୧୦/୪:ଆକ୍ସନ ମୋଡ୍‌ରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ। ଦୁର୍ନୀତି ଅଭିଯୋଗ ପାଇବା ପରେ ଭିଜିଲାନ୍ସ ଅଧିକାରୀଙ୍କ ସହ ପହଞ୍ଚିଲେ ମୈତ୍ରୀ ବିହାର ସ୍ଥିତ ଶକ୍ତି ବିଭାଗର ଇଆଇସିଙ୍କ କାର୍ଯ୍ୟାଳୟରେ ଚଢାଉ।

ଦିନ ୩ଟା ୧୫ରେ କୌଣସି କର୍ମଚାରୀଙ୍କୁ ନ ପାଇବାରୁ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ। ଦୁର୍ନୀତି ସହ ଅନିୟମିତତା ଅଭିଯୋଗ କରିଥିଲେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଅପରାହ୍ଣ ପାଖାପାଖି ୩ଟା ୧୫ ଅଫିସ୍‌ରେ କେହି ନାହାନ୍ତି। ଜଣେ ମହିଳା କର୍ମଚାରୀଙ୍କୁ ଛାଡ଼ିଦେଲେ ବାକି ଅଫିସ ସାରା ଚେୟାର ଖାଲି। ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଭିଜିଲାନ୍ସ ଟିମ୍‌କୁ ନେଇ ମୈତ୍ରୀବିହାରରେ ଥିବା ଇଆଇସି କାର୍ଯ୍ୟାଳୟରେ ଚଢ଼ଉ କରିବାକୁ ଯାଇଥିବା ବେଳେ ଏଭଳି ସ୍ଥିତି ଦେଖି ଚକିତ ହୋଇଥିଲେ।

ତେବେ ଉପମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତି ଶୁଣି ସମସ୍ତେ ଅଫିସ୍‌ରେ ପହଞ୍ଚିଯାଇଥିଲେ । ଉପମୁଖ୍ୟମନ୍ତ୍ରୀ ଲାଞ୍ଚ କାରବାର ସମ୍ପର୍କରେ ପଚାରିବାରୁ ସମସ୍ତଙ୍କ ପାଟି ଖନିମାରିଥିଲା ଉପମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ କହିଥିଲେ ଯେ ସେ ବାଲିଅନ୍ତାର ଏକ ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଥିବା ବେଳେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ଫୋନ୍ ଆସିଥିଲା। ମୈତ୍ରୀବିହାର ସ୍ଥିତ ଇଆଇସି କାର୍ଯ୍ୟାଳୟରେ ଲୋକଙ୍କଠାରୁ ଲାଞ୍ଚ ନିଆଯାଉଛି। ୨୦୦୯ ମସିହାରୁ ଜଣେ ଅଧିକାରୀ ସେଠାରେ ରହି ପଞ୍ଚାନନ ସ୍ବାଇଁ ନାମକ ଜଣେ କର୍ମଚାରୀଙ୍କୁ ଅସ୍ଥାୟୀ ଭାବେ ନିଯୁକ୍ତି ଦେଇଛନ୍ତି। ତାଙ୍କୁ ବ୍ୟବହାର କରି ଲୋକଙ୍କ ଠାରୁ ଲାଞ୍ଚ ଆଦାୟ କରୁଛନ୍ତି। ଏଭଳି ଅଭିଯୋଗ ପାଇବା ପରେ ଖୋଦ୍ ଉପମୁଖ୍ୟମନ୍ତ୍ରୀ ଭିଜିଲାନ୍ସ ଟିମ୍‌କୁ ନେଇ ସେଠାରେ ଚଢ଼ଉ କରି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ପଢନ୍ତୁ ଏହି ଖବର: ଗିରଫ ହେଲେ କୁବେର ଯନ୍ତ୍ରୀ, ଗତକାଲି ଘରୁ ମିଳିଥିଲା ପୁଳା ପୁଳା ଟଙ୍କା

ଏବେ ଆକ୍ସନ ମୋଡରେ ଭିଜିଲାନ୍ସ। ଭିଜିଲାନ୍ସ ଦ୍ବାରା ଜାନୁଆରି ୨୦୨୩ ଠାରୁ ଡିସେମ୍ବର ୨୦୨୫ ମଧ୍ୟରେ ୬୮୩ଟି ଦୁର୍ନୀତି ମାମଲା ରୁଜୁ ହୋଇଛି । ୩୩୭ଟି ମାମଲାରେ ଦଣ୍ଡ ବିଧାନ କରାଯାଇଛି । ୬ ଜଣ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ସମ୍ପତ୍ତି ସରକାର ବ୍ୟାଜ୍ୟାପ୍ତି କରିଛନ୍ତି। ବ୍ୟାଜ୍ୟାପ୍ତି ହୋଇଥିବା ସଂପତ୍ତିକୁ ଲୋକଙ୍କ କାର୍ଯ୍ୟରେ ବ୍ୟବହାର କରାଯାଇଛି । ଗୋଟିଏ ସରକାରୀ ଉଦ୍ୟାନ କୃଷି ନର୍ସରୀ, ଗୋଟିଏ ସାର୍ବଜନୀନ ହୋମିଓପାଥ୍‌କ ଡିସପେନସାରୀ, ତିନୋଟି ଅଙ୍ଗନୱାଡି କେନ୍ଦ୍ର, ଗୋଟିଏ କାର୍ଯ୍ୟରତ ମହିଳା ଛାତ୍ରାବାସ, ଗୋଟିଏ ଉପ ଡାକଘର ଭାବେ ବ୍ୟବହାର ହେଉଛି । ୨୨ଜଣ ସରକାରୀ ଅଧିକାରୀ ଓ କର୍ମଚାରୀ ଙ୍କ ଠାରୁ ୪୦ କୋଟି ୮୪ ଲକ୍ଷ ୬୭ ହଜାର ଟଙ୍କା ଜବତ ହୋଇଛି। ସରକାରୀ କୋଷାଗାରରେ ୩୨ଲକ୍ଷ୫୦ହଜାର ୮୪୪ ଟଙ୍କା ନଗଦ ଜମା କରାଯାଇଛି ବୋଲି ବିଧାନସଭାରେ କହିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
KV Singh Deo Conducted Surprise Visit | KV Singh Deo Conducted a Surprise Visit | Kanak Vardhan Singh Deo Leads Vigilance Raid at EIC Office in Odisha | Argus News