vigilance Raid / ଗିରଫ ହେଲେ କୁବେର ଯନ୍ତ୍ରୀ, ଗତକାଲି ଘରୁ ମିଳିଥିଲା ପୁଳା ପୁଳା ଟଙ୍କା
·5 months ago·2 min read

Key Points
ଗିରଫ ହେଲେ କୁବେର ଯନ୍ତ୍ରୀ ରାଜେଶ ମହାନ୍ତି
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ କରିଛି ଭିଜିଲାନସ
ଗତକାଲି ଭିଜିଲାନ୍ସ ଜାଲରେ ପଡ଼ିଥିଲେ ଅତିରିକ୍ତ ମୁଖ୍ୟଯନ୍ତ୍ରୀ

ଭୁବନେଶ୍ବର,୦୯/୦୪: ଗିରଫ ହେଲେ କୁବେର ଯନ୍ତ୍ରୀ ରାଜେଶ ମହାନ୍ତି। ଗତକାଲି ଭିଜିଲାନ୍ସ ଜାଲରେ ପଡ଼ିଥିଲେ ଜଳସେଚନ ବିଭାଗର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ରାଜେଶ ମହାନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ କରିଛି ଭିଜିଲାନସ।
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରି ଗତକାଲି ଭିଜିଲାନ୍ସ ହାବୁଡ଼ରେ ପଡ଼ିଥିଲେ ଜଳସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ରାଜେଶ ଚନ୍ଦ୍ର ମହାନ୍ତି। ଭିଜିଲାନ୍ସ ଅଧିକାରୀମାନେ ଡ୍ୟାମ୍ ସେପ୍ଟିରେ ଥିବା ବା ତାଙ୍କ ଅଫିସ୍, ଢେଙ୍କାନାଳ ଦେଉଳସାହି ସମ୍ପର୍କୀୟଙ୍କ ଘର, ଯାଜପୁର ଜିଲ୍ଲା ବଡ଼ଚଣାର କୋହ୍ରାସିଂହପୁର ପୈତୃକ ଘର, ଢେଙ୍କାନାଳ ବିଳାସପୂର୍ଣ୍ଣ ଫାର୍ମ ହାଉସ୍, ସରକାର ନାରୀ କ୍ୱାର୍ଟର୍ସ ସମେତ ମୋଟ୍ ୬ଟି ସ୍ଥାନରେ ଚଢ଼ଉ କରିଥିଲେ। ଚଢ଼ ଚଢ଼ଉ ସମୟରେ ୮ କୋଟିରୁ ଅଧିକ ଟଙ୍କାର ମୂଲ୍ୟର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ କରାଯାଇଥିଲା।
1994 ମସିହାରେ ମାତ୍ର ୨000 ଟଙ୍କାରେ ଷ୍ଟାଇପେଣ୍ଡାରି ଇଞ୍ଜିନିୟର( ହାଉସିଂ ବୋର୍ଡ) ଭାବରେ ରାଜେଶ ମହାନ୍ତି ଚାକିରି ଆରମ୍ଭ କରିଥିଲେ। ଏବେ ସେ ଟଙ୍କାର ପାହାଡ଼ ଉ ହାଡ଼ ଉପରେ ବସିଛନ୍ତି। ବାବୁଙ୍କ ଠାଣି ପୂରା ଜମିଦାରଙ୍କ ଭଳି। ବିନା ଟଙ୍କାରେ ସେ କୌଣସି କାମ କରୁନଥିଲେ। ଖାଲି ସେତିକି ନୁହେଁ ପିସି ବଦଳରେ ସେ ଠି ଠିକାଦାରଙ୍କ ସହ ଅଘୋଷିତ ପାର୍ଟନରସିପରେ ଠିକା କାମ କରୁଥିଲେ।
ପଢନ୍ତୁ ଏହି ଖବର: ଭିଜିଲାନ୍ସ ଜାଲରେ କୁବେର ଯନ୍ତ୍ରୀ, ଟଙ୍କା ଗଣି ଗଣି ଭିଜିଲାନ୍ସ ହାଲିଆ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ମହାନ୍ତିଙ୍କର ସ୍ଥାବର ସମ୍ପତ୍ତି ମଧ୍ୟରେ ରହିଛି, ବରମୁଣ୍ଡା ହାଉସିଂ ବୋର୍ଡ୍ କଲୋନୀ ପୃଟ୍ ନମ୍ବର ୨୧୦-ବିରେ ୩ ହଜାର ବର୍ଗଫୁଟ୍ର ୩ ମହଲାର ବଳାସପୂର୍ଣ୍ଣ କୋଠା, ଢେଙ୍କନାଳ ଜିଲ୍ଲା ଭାପୁରର ବିମ୍ବୋଳରେ ଥିବା ପ୍ରାୟ ଦୁଇ ଏକରର ଫାର୍ମ ହାଉସ୍ । ତା' ଭିତରେ ରେ ୪ ହଜାର ବର୍ଗଫୁଟ୍ର ଦୁଇ ମହଲାର ସୌଖୀନ ଘର । ଭୁବନେଶ୍ବରରେ ୨ଟି ପୁଟ୍, ଯାଜପୁର ଓ ଢେଙ୍କାନାଳରେ ବି ରହିଛି ୪ଟି ପ୍ଲଟ୍।
ଚଢ଼ଉ ସମୟରେ ତାଙ୍କ ଘରୁ ମିଳିଥିଲା ୨୦ରୁ ଅଧିକ ଦାମୀ ଘଣ୍ଟା । ଖାଲି ସେତିକି ନୁହେଁ ଚଷମାର ଭଣ୍ଡାର ମଳିଥିଲା। ଆଉ ସାଢ଼େ ୩ ଶହ ଗ୍ରାମ୍ ଓଜନର ସୁନା ଅଳଙ୍କାର। ତା'ଛଡା ଅସ୍ଥାବର ସମ୍ପତ୍ତିରେ ମିଳିଛି ନଗଦ ୬ ଲକ୍ଷ ୨୩ ହଜାର ଟଙ୍କା, ୧ କୋଟି ୭୦ ଲକ୍ଷ ବ୍ୟାଙ୍କ୍ ଜମା, ୨ଟି ଚାରିଚକିଆ ଯାନ ଓ ୨ଟି ଦୁଇଚକିଆ ଯାନ। ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଲା ବାବୁ ଜଣଙ୍କ ୨୦୨୫ରେ ଭ୍ରମଣ ପାଇଁ ବିମାନ ଟିକଟ୍ ବାବଦକୁ ଖର୍ଚ କରିଛନ୍ତି ୧୩.୪୭ ଲକ୍ଷ ଟଙ୍କା । ଏତେ ଟଙ୍କାର ବିମାନ ଯାତ୍ରାରେ ସେ କେଉଁ ଆଡ଼େ ଯାଇଥିଲେ ଏବଂ କେମିତି ଟଙ୍କା ଉଡ଼ାଇଥିଲେ ତାହର ହିସାବ କରିଛି ଭିଜିଲାନ୍ସର ଟେକ୍ନିକାଲ୍ ୱିଙ୍ଗ୍।

Related Topics
Explore more stories