Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - କଣ ପାଇଁ ଏତେ ତରତର ବିଜେଡ଼ି ସରକାର

Odisha

କଣ ପାଇଁ ଏତେ ତରତର ବିଜେଡ଼ି ସରକାର

Jitendra Dash
Browse all articles by Jitendra Dash
·2 years ago·2 min read
କଣ ପାଇଁ ଏତେ ତରତର ବିଜେଡ଼ି ସରକାର

ଅର୍ଗସ ବ୍ୟୁରୋ : ୫ଟି ବିଦ୍ୟାଳୟର ନିର୍ମାଣ କାମ ସରିନାହିଁ କିନ୍ତୁ ହେଲା ଉଘାଟନ । ଭର୍ଚ୍ଚୁଆଲ ମାଧ୍ୟମରେ କନ୍ଧମାଳ ଜିଲ୍ଲାର ୪୭ଗୋଟି ହାଇସ୍କୁଲର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଫିରିଙ୍ଗିଆ ବ୍ଲକ୍ ଡିଣ୍ଡିରାଙ୍ଗା ପଞ୍ଚାୟତ ସରୁକୋଉ ଉଚ୍ଚ ବିଦ୍ୟାଳୟରେ ୫ଟି କାମ ନିର୍ମାଣ ହେଉଥିବା ବେଳେ, ବିଦ୍ୟାଳୟ ଠାରୁ ଦୁଇ କିମି ଦୂର ଅନ୍ୟଏକ ବିଦ୍ୟାଳୟରେ ପାଠ ପଢ଼ୁଛନ୍ତି ଛାତ୍ର ଛାତ୍ରୀ ମାନେ । 

ଗୋଟାଏ ଶ୍ରେଣୀ ଗୃହରେ ଦୁଇଟି ଶ୍ରେଣିର ପିଲାମାନେ ପାଠ ପଢ଼ୁଛନ୍ତି । ପ୍ରଥମରୁ ଦଶମ ଶ୍ରେଣୀ ପିଲାଙ୍କୁ ପାଠ ପଢ଼ାଇବା ପାଇଁ ଦଶ ଜଣ ଶିକ୍ଷକ ଶିକ୍ଷୟତ୍ରୀ ଥିବା ବେଳେ, ଖେଳପଡିଆ ଭଳି ସାଇନ୍ସ ଲବୋରୋଟରି, କମ୍ପ୍ୟୁଟର, ଲାଇବ୍ରେରୀ ଭଳି ଗୁରୁତ୍ଵ ପୂର୍ଣ୍ଣ କ୍ଲାସର ବି ଅଭାବ ରହିଛି । ବିଦ୍ୟାଳୟ ନିର୍ମାଣ କାମ ଚାଲୁଥିବା ବେଳେ, ଟଏଲେଟ୍,  ସୁରକ୍ଷା ପ୍ର।ଚେରୀ, ସହ ବିଦ୍ୟାଳୟର ସୌନ୍ଦର୍ଯ୍ୟ କରଣ କାମ ଏବେବି ବାକି ରହିଛି । ଯାହାକୁ ନେଇ ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ ।

ସରୁକୋଉ ଉଚ୍ଚ ବିଦ୍ୟାଳୟରେ ନିର୍ମାଣ କାମ ଚାଲିଥିବା ବେଳେ, ନିମ୍ନ ମାନର କାମ ହେଉଥିବା କଥା କହିଛନ୍ତି ସରପଞ୍ଚ । ଏପିରିକି ଫିରିଙ୍ଗିଆ ବ୍ଲକର ବିଭାଗୀୟ ଯନ୍ତ୍ରୀ ମଧ୍ୟ ନିଜେ ଠିକାଦାରଙ୍କ ସହ ଅଂଶୀଦାର ହୋଇ କାମ କରୁଛନ୍ତି । ଏଥିରୁ ସ୍ପଷ୍ଟ ଯାହା ବିଦ୍ୟାଳୟରେ କାମ ହେଉଥିବ ।  ବିଦ୍ୟାଳୟ ନିର୍ମାଣ କାମ ସରିନଥିବା ବେଳେ, କିଭଳି ମୁଖ୍ୟମନ୍ତ୍ରୀ ଉଦଘାଟନ କରିଲେ, ପଚାରିବାରୁ ବଡିଓ କ୍ୟାମେରା ସାମ୍ନାରୁ ଏଡେଇ ଯାଇଛନ୍ତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ରାଜ୍ୟସରକାର ଦିନବେଳେ ଆଦିବାସୀ ହରିଜନ ଛାତ୍ରଛାତ୍ରୀଙ୍କ ସହ ଖେଳ ଖେଳୁଥିବା ବେଳେ, ଦିନରେ କିଭଳି କନ୍ଧମାଳ ଜିଲ୍ଲାରେ ଲଣ୍ଠନ ଦେଖେଇଛନ୍ତି ତାହାର ନିଛକ ଉଦାହରଣ ସରୁକୋଉ ଉଚ୍ଚ ବିଦ୍ୟାଳୟ । ଦିନରେ ରାଜ୍ୟସରକାର ଦେଖାଇଲେ ଲଣ୍ଠନ । ଛାତ୍ର ଛାତ୍ରୀ ମାନଙ୍କ ଭବିଷ୍ୟତ ସହ ଖେଳୁଥିବା ବେଳେ, ନିଜର ପ୍ରଚାର କାମରେ ମାତିଛନ୍ତି ରାଜ୍ୟ ସରକାର । କାମ ନ ସରୁଣୁ ବିଦ୍ୟାଳୟ ଉଦଘାଟନ କରି କି ବାର୍ତ୍ତା ଦେଉଛନ୍ତି, ତାହା ଚର୍ଚ୍ଚା ହେଉଛି । 
 

Painting
Sponsored
kandhamal bjd issue | Argus News