Videos
|
Odisha

କନ୍ଧମାଳ ଦାଦନଙ୍କ ରାଜସ୍ଥାନରେ ମୃତ୍ୟୁ, ଶବ ଆଣିବା ପାଇଁ ପରିବାରର ନିବେଦନ

Smruti Parija
Browse all articles by Smruti Parija
·2 years ago·1 min read
କନ୍ଧମାଳ ଦାଦନଙ୍କ ରାଜସ୍ଥାନରେ ମୃତ୍ୟୁ, ଶବ ଆଣିବା ପାଇଁ ପରିବାରର ନିବେଦନ

ନବରଙ୍ଗପୁର/କନ୍ଧମାଳ:  ପୁଣି ଦାଦନ ଯନ୍ତ୍ରଣା । ଦାଦନ ଖଟିବାକୁ ଯାଇ ଚାଲିଯାଇଛି  ଜୀବନ । ସେପଟେ ଅର୍ଥାଭାବରୁ ଘରକୁ ଫେରିପାରୁନି ମୃତଦେହ ।  କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅଞ୍ଚଳର ଗୌତମ ଦିଗାଲ 6 ମାସ ତଳେ ଦାଦନ ଖଟିବାକୁ ରାଜସ୍ଥାନ ଯାଇଥିଲେ । 24 ତାରିଖ ରାତିରେ କମ୍ପାନୀ କାମ ସାରି ଘରକୁ ଫେରିଥିବାବେଳେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ I ସାଥି କର୍ମଚାରୀ ଓ  କମ୍ପାନୀ କର୍ତ୍ତୃପକ୍ଷଙ୍କ ସହଯୋଗରେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । 

ସେପଟେ ରୋଜଗାରିଆ ପୁଅକୁ ହରାଇ ଭାଙ୍ଗିପଡିଛନ୍ତି ପରିବାର ଲୋକେ । ପୁଅର ମୃତଦେହ ଫେରାଇ ଆଣିବାକୁ କନ୍ଧମାଳ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି ପରିବାର । 

ଅନ୍ୟପଟେ ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନାରେ ମଧ୍ୟ ଦାଦନ ଦୁଃଖ । ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଇ ଶବ ହୋଇ ଫେରିଛନ୍ତି ପାଟଖଲିଆ ଗାଁର ଖିରସିନ୍ଧୁ ମାଝୀ । ସେ ତେଲେଙ୍ଗାନାର ଏକ ଇଟା ଭାଟିରେ କାମ କରୁଥିଲେ । ରେଳ ଲାଇନ୍ ରୁ ତେଲେଙ୍ଗାନା ରେଲୱେ ପୋଲିସ୍ ତାଙ୍କ ମୃତଦେହ ଉଦ୍ଧାର କରିଛି । ପରିବାର ଲୋକେ ହତ୍ୟା  ଅଭିଯୋଗ ଆଣି ଚନ୍ଦାହାଣ୍ଡି ଥାନାରେ ଏତଲା ଦେଇଛନ୍ତି । 

ଆହୁରି ପଢନ୍ତୁ ଓଡିଶା ଖବର...
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Kandhamal Dadan's death in Rajasthan, family appeals to bring body | Argus News