କନ୍ଧମାଳ ବିକାଶ ପରିଷଦ ପକ୍ଷରୁ କନ୍ଧମାଳ ବନ୍ଦ ଡାକରା
·2 years ago·1 min read

କନ୍ଧମାଳ : ଆଜି କନ୍ଧମାଳ ବନ୍ଦ ପାଳନ ସଫଳ ହୋଇଛି ବାଲିଗୁଡ଼ା ରେ। ସୂଚନା ପ୍ରକାରେ କନ୍ଧମାଳ ବିକାଶ ପରିଷଦ ପକ୍ଷରୁ ବନ୍ଦ ଡାକରା ଦିଆ ଯାଇଛି। ଗୋପାଳପୁର-ସମ୍ବଲପୁର ଭାୟା ଫୁଲବାଣୀ ରେଳ ପ୍ରକଳ୍ପରୁ ଫୁଲବାଣୀ ସହରକୁ ବାଦ୍ ଦେବା ପରିପ୍ରେକ୍ଷୀରେ ଆଜି ସମଗ୍ର ଜିଲ୍ଲାରେ ବନ୍ଦ ପାଳନ କରାଯାଉଛି । ବାଲିଗୁଡ଼ା , ତୁମୁଡ଼ିବନ୍ଧ, କୋଟଗଡ଼ ବ୍ଳକରେ ଯାତାୟତ ସମ୍ପୂର୍ଣ ଭାବେ ବ୍ୟାଘାତ ହୋଇଛି ଓ ଦୋକାନ ବଜାର ବି ବନ୍ଦ ଥିବା ଦେଖିବାକୁ ମିଳୁଛି ।
କେନ୍ଦ୍ର ସରକାରଙ୍କ ବଜେଟ ରେ ପ୍ରକଳ୍ପକୁ ୧ କୋଟି ଟୋକନ ଅର୍ଥ ପ୍ରଦାନ, ଓରିଡିଲ୍ର ୨୦୨୨ ସର୍ବେକ୍ଷଣରେ ଫୁଲବାଣୀ ଥିଲା, ୨୦୨୩ରେ ବାଦ୍ ବୈଷୟିକ ଓ ଆର୍ଥିକ ବୃଦ୍ଧି ଦର୍ଶାଇ ମାର୍ଗ ପରିବର୍ତ୍ତନ ପ୍ରତିବାଦରେ ଆଜି କନ୍ଧମାଳ ବିକାଶ ପରିଷଦ ପକ୍ଷରୁ କନ୍ଧମାଳ ବନ୍ଦ ଡାକରା ଦିଆଯାଇଛି। ପୁନର୍ବାର ସର୍ଭେ କରି ଫୁଲବାଣୀ ସହର କୁ ପୁନଃ ସଂଯୋଗ କରିବା ଦାବି ରେ ଆଜି ବନ୍ଦ ପାଳନ କରାଯାଇଛି।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: