Videos
|
Odisha

ନିଯୁକ୍ତି ନାଁରେ ଗୋଚର ଜମି ହଡ଼ପ କରୁଛନ୍ତି କନ୍ଧମାଳ ସାଂସଦ

Ritu Das
Browse all articles by Ritu Das
·2 years ago·1 min read
ନିଯୁକ୍ତି ନାଁରେ ଗୋଚର ଜମି ହଡ଼ପ କରୁଛନ୍ତି କନ୍ଧମାଳ ସାଂସଦ

ଅର୍ଗସ ବ୍ୟୁରୋ: ସ୍କୁଲ ଭିତରକୁ ଧସେଇ ପଶିଲେ ଲୋକେ , ସାଇନ ବୋର୍ଡ ଭାଙ୍ଗିଲେ। ଜମି ମାଫିଆ କହି ଦେଲେ ନାରାବାଜି l ଏଭଳି ଘଟଣା ବର୍ତ୍ତମାନ ସାରା ଜିଲ୍ଲାରେ ଚର୍ଚ୍ଚା ହୋଇଥିବା ବେଳେ ଘଟଣାକୁ ନେଇ ରାଜନୀତି ମହଲରେ ଜୋରସୋର ଚର୍ଚ୍ଚା ଧରିଛି l ସୂଚନା ଥାଉକି ବର୍ତ୍ତମାନର ବିଜେଡି କନ୍ଧମାଳ ସାଂସଦ ପାର୍ଥି ଥିବା  ତଥା କିସ କିଟର ପ୍ରତିଷ୍ଠାତା ଡ଼ ଅଚ୍ୟୁତ ସାମନ୍ତ ବୌଦ୍ଧ ଜିଲ୍ଲା ଲୁଣିବାହାଲ ଠାରେ ନିର୍ମାଣ କରିଥିବା କିସ ବିଦ୍ୟାଳୟଟି ଗୋଚର ଜମି ଉପରେ ବେଆଇନ ଭାବେ କେନାଲ ଉପରେ ରାସ୍ତା ନିର୍ମାଣ କରିବା, ଏବଂ  ସ୍ଥାନୀୟ ଲୋକଙ୍କୁ ବିଦ୍ୟାଳୟରେ ନିଯୁକ୍ତି ନ ଦେବାରୁ ଶହ ଶହ ଗ୍ରାମବାସୀ ପ୍ରତିବାଦ କରିଛନ୍ତି। 

ଏପରିକି ବିଦ୍ୟାଳୟରେ ଆଦିବାସୀ ପିଲାଙ୍କୁ ନାମ ଲେଖାଇବା ପାଇଁ ଆଦିବାସୀ ପିଲା ନାମରେ ଶୋଷଣ କରାଯାଉଥିବା ଅଭିଯୋଗରେ ଆଜି ଅଞ୍ଚଳର ଶତାଧିକ ପୁରୁଷ ମହିଳା ଅସନ୍ତୋଷ ପ୍ରକାଶ କରି ବିକ୍ଷୋଭ କରିଥିଲେ l ଏହାର ସମାଧାନ ନ ହେଲେ ଆଗାମୀ ଦିନରେ ବିକ୍ଷୋଭ ତୀବ୍ରତର ହେବା ନେଇ ଲୋକେ ଦାବି କରିଛନ୍ତି। 

ଏହି ଘଟଣାକୁ ନେଇ ଅଞ୍ଚଳରେ ଏବେ ଜୋରଦାର ଚର୍ଚ୍ଚା ଚାଲିଛି। ଖାଲି ସେତିକି ନୁହେଁ ଶିକ୍ଷା ଓ ସ୍ୱାସ୍ଥ୍ୟ ନା ରେ ବ୍ୟବସାୟ କରୁଛନ୍ତି କନ୍ଧମାଳ ସାଂସଦ ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟବାସୀନ୍ଦା। ତୁରନ୍ତ ଏହାର ସମାଧାନ ନ କଲେ ଆନ୍ଦୋଳନ ଜାରି ରହିବ ବୋଲି ଗ୍ରାମବାସୀ କହିଛନ୍ତି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Kandhamal MP is grabbing | Argus News