Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ନିର୍ମାଣଧୀନ ସେତୁ ନିର୍ମାଣ ସମ୍ପୂର୍ଣ୍ଣ ହେବ କେବେ ?

Odisha

ନିର୍ମାଣଧୀନ ସେତୁ ନିର୍ମାଣ ସମ୍ପୂର୍ଣ୍ଣ ହେବ କେବେ ?

Smruti Parija
Browse all articles by Smruti Parija
·1 year ago·1 min read
ନିର୍ମାଣଧୀନ ସେତୁ ନିର୍ମାଣ ସମ୍ପୂର୍ଣ୍ଣ ହେବ କେବେ ?

କନ୍ଧମାଳ: ଅସରାଏ ବର୍ଷାରେ ଧୋଇଗଲା ରାସ୍ତା । ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଅନ୍ତର୍ଗତ ସେତୁ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ନାହିଁ । ଠିକାଦାର ଓ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ହନ୍ତସନ୍ତ ହେଉଛନ୍ତି ଜନତା । 

ସୂଚନା ଅନୁଯାୟୀ କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକର କୁଡୁତୁଲି ଠାରୁ ଡାମେରିକିଆ ପର୍ଯ୍ୟନ୍ତ (4.40 କିଲୋ ମିଟର ଦୂର) ଏକ ନମ୍ବର ରାଜ୍ୟ ରାଜପଥର ମୂଖ୍ୟ ରାସ୍ତାକୁ ସଂଯୋଗ କରିବା ପାଇଁ ୧ କୋଟି ୭୯ ଲକ୍ଷ ୬୦ ହଜାର ଟଙ୍କାରେ ରାସ୍ତା ନିର୍ମାଣ ନିମନ୍ତେ ଠିକାଦାର ଶ୍ରୀମତୀ ଦେମନ୍ତି ଅଗ୍ରୱାଲ କାର୍ଯ୍ୟାଦେଶ ପାଇଥିଲେ । 

ଏହା ୧୯/୦୮/୨୦୨୧ ରେ ଆରମ୍ଭ ହୋଇ ୧୮/୦୨/୨୦୨୩ ରିଖରେ କାର୍ଯ୍ୟ ଶେଷ ହେବା କଥା । ଅବଧି ସରି  ଦୀର୍ଘ ୧୭ ମାସ ବିତିଗଲେ ସୁଧା କାର୍ଯ୍ୟଟି ସଂପୂର୍ଣ୍ଣ ହୋଇପାରୁନାହିଁ । ଏହି ରାସ୍ତାଦେଇ, ପାଇବର ସାହି, ମାର ବାଲି, ଡାମେରିକିଆ ଓ ପ୍ରେମାକିଆର ଲୋକମାନେ ପଞ୍ଚାୟତରୁ ଚାଉଳ ଓ ଭତ୍ତା ପାଇବା ପାଇଁ ପଞ୍ଚାୟତ କାର୍ଯ୍ୟାଳୟକୁ ଯାତାୟାତ କରନ୍ତି । ସେତୁକୁ ସଂଯୋଗୀକରଣ ରାସ୍ତାଟି ସାମାନ୍ୟ ବର୍ଷାରେ ଧୋଇ ହୋଇଯିବା ଯୋଗୁଁ ସ୍ଥାନୀୟ ଲୋକମାନେ ଗମନା ଗମନ ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ବିଷୟରେ କନିଷ୍ଠ ଯନ୍ତ୍ରୀ ଧବଳେଶ୍ଵର ପାତ୍ରଙ୍କୁ ପଚାରିବାରୁ ବର୍ଷା ସରିଲେ କାମଟି  ସଂପୂର୍ଣ୍ଣ କରାଯିବ ବୋଲି କହିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...
 

Sponsored
kandhamal-nuagaon-block-kudutuli-road-flahed-out-in-rain- | Argus News