Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଡାବୁଗାଁ ଥାନା ଅଞ୍ଚଳରେ କଙ୍ଗାରୁ କୋର୍ଟ, ପ୍ରେମୀ ଯୁଗଳଙ୍କୁ ନିର୍ଦ୍ଧୁମ ମାଡ

Odisha

ଡାବୁଗାଁ ଥାନା ଅଞ୍ଚଳରେ କଙ୍ଗାରୁ କୋର୍ଟ, ପ୍ରେମୀ ଯୁଗଳଙ୍କୁ ନିର୍ଦ୍ଧୁମ ମାଡ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଡାବୁଗାଁ ଥାନା ଅଞ୍ଚଳରେ କଙ୍ଗାରୁ କୋର୍ଟ, ପ୍ରେମୀ ଯୁଗଳଙ୍କୁ ନିର୍ଦ୍ଧୁମ ମାଡ

ଅର୍ଗସ ବ୍ୟୁରୋ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଞ୍ଚଳରେ ହୃଦୟ ବିଦାରକ କଙ୍ଗାରୁ କୋର୍ଟ। ଦୁଇ ପ୍ରେମୀ ଯୁଗଳଙ୍କ ଆଖିକୁ କପଡାରେ ବାନ୍ଧି ନିର୍ଦ୍ଧୁମ ମାଡ଼ ମାରିଛନ୍ତି ଗାଁଲୋକ । ମାଡ଼ ନ ମାରିବାକୁ ଆକୁଳ ନିବେଦନ କରିଥିଲେ ସୁଦ୍ଧା କୌଣସି ଦୟା  ଦେଖାଇ ନାହାନ୍ତି ଗାଁଲୋକ । ଏହି କଙ୍ଗାରୁ କୋର୍ଟର ଭିଡିଓ କେହି ଜଣେ ଉତ୍ତୋଳନ କରି ଭାଇରାଲ୍ କରିଥିବା ବେଳେ ଘଟଣାଟି ଝରିଗାଁ ବ୍ଲକର ବୋଲି ଜଣାପଡିଛି । ଗାଁର ଜଣେ ବିବାହିତ ଯୁବକ ଡାବୁଗାଁ ଥାନା ଅଞ୍ଚଳର ଜଣେ ନାବାଳିକା ଯୁବତୀକୁ ପ୍ରେମ କରି ଆସୁଥିଲେ। ନାବାଳିକା ଝିଅର ବୟସ କମ୍ ସହ ଉଚ୍ଚ ଜାତିର ହୋଇଥିବାରୁ ପରିବାର ଲୋକେ ଏଥିରେ କ୍ଷୁବ୍ଧ ହୋଇ ସର୍ବ ସମ୍ମୁଖରେ ନିର୍ଦ୍ଧୁମ ମାରିଥିଲେ।

ଯାହା ଏବେ ମୋବାଇଲ ରୁ ମୋବାଇଲ ଘୁରି ବୁଲୁଛି। ତେବେ ଏ ନେଇ ଡାବୁଗାଁ ଥାନାରେ କୌଣସି ଅଭିଯୋଗ ହୋଇ ନ ଥିବା ଡାବୁଗାଁ ଥାନା ଅଧିକାରୀ ସୁନିଲ ପ୍ରଧାନ କହିଛନ୍ତି । ତେବେ ଥାନା ଅଞ୍ଚଳରେ ଏଭଳି ଘଟଣା ଘଟୁଥିବାବେଳେ ପୋଲିସର କାର୍ଯ୍ୟକାରିତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Kangaroo court in Dabugon police station area, brutally beat up lovers | Argus News