kanhu charan lenka / ଆଉ ନାହାଁନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ କାହ୍ନୁ ଚରଣ ଲେଙ୍କା, ୮୭ ବର୍ଷ ବୟସରେ ହେଲା ଦେହାନ୍ତ
·5 months ago·2 min read

Key Points
ପରଲୋକରେ କାହ୍ନୁ ଚରଣ ଲେଙ୍କା
ପୂର୍ବତନ କେନ୍ଦ୍ରମନ୍ତ୍ରୀ କାହ୍ନୁ ଚରଣ ଲେଙ୍କା
୮୭ ବର୍ଷ ବୟସରେ ଦେହାନ୍ତ

ପରଲୋକରେ କାହ୍ନୁ ଚରଣ ଲେଙ୍କା। ଆଉ ନାହାଁନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ କାହ୍ନୁ ଚରଣ ଲେଙ୍କା । ୮୭ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଛି । ଭୁବନେଶ୍ୱର ବିଜେବି ନଗର ସ୍ଥିତ ବାସ ଭବନରେ କାଁହୁ ଲେଙ୍କା ଙ୍କ ମର ଶରୀରକୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ବହୁ ମାନ୍ୟଗଣ୍ୟ ବ୍ୟକ୍ତି। ତାଙ୍କ ବିୟୋଗରେ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି । ବିଶେଷ କରି କଂଗ୍ରେସର ବରିଷ୍ଠ ନେତୃବୃନ୍ଦ ଜଣେ ମୁରବିକୁ ହରାଇଛନ୍ତି।
୧୯୩୯ ମାର୍ଚ୍ଚ ୨ ତାରିଖରେ କାହ୍ନୁ ଚରଣ ଲେଙ୍କାଙ୍କ ଜନ୍ମ । ଓଡ଼ିଶାର ଜଣେ ବରିଷ୍ଠ କଂଗ୍ରେସ ରାଜନେତା । ଯିଏ ରାଜ୍ୟ ସଭାକୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ।୧୯୮୮-୯୪ ମସିହା ଯାଏଁ ରାଜ୍ୟସଭା ସାଂସଦ ଥିଲେ । ପି. ଭି. ନରସିଂହ ରାଓଙ୍କ ସରକାରରେ ରେଳ ଓ କୃଷି ରାଷ୍ଟ୍ରମନ୍ତ୍ରୀ ଥିଲେ । ଓଡ଼ିଶା କଂଗ୍ରେସର ଜଣେ ପ୍ରମୁଖ ନେତା ଭାବେ ଜଣାଶୁଣା। ସେ କାହ୍ନୁ ଚରଣ ଲେଙ୍କା ନାମରେ ମଧ୍ୟ ପରିଚିତ । ୧୯୯୫-୨୦୦୦ ମସିହା ଯାଏଁ ଚୌଦ୍ଵାର ବିଧାୟକ ଥିଲେ ଏବଂ ରାଜ୍ୟ ସରକାରରେ ସେ ପରିବହ ମନ୍ତ୍ରୀ ଭାବେ ଗୁର ଦାୟୀତ୍ବ ତୁଲାଇଥିଲେ।
କାହ୍ନୁ ଚରଣ ଲେଙ୍କା ୧୯୫୭ ମସିହାରେ କଂଗ୍ରେସରେ ଯୋଗ ଦେଇଥିଲେ। ୩୯ ବର୍ଷ ଧରି ଅଖିଳ ଭାରତୀୟ କଂଗ୍ରେସର କମିଟିର ବରିଷ୍ଠ ସଦସ୍ୟ ଥିଲେ। କଂଗ୍ରେସ ଦଳ ସହ ଦୀର୍ଘ ସମୟ ଧରି ଜଡ଼ିତ ଥିଲେ । ସେ ଆସାମ, ହରିୟାନା ଭଳି ରାଜ୍ୟର ପ୍ରଭାରୀ ଦାୟୀତ୍ବରେ ଥିଲେ। ଦଳୀୟ ବ୍ୟାପାରରେ ନିଜର ମତ ରଖିବା ପାଇଁ ପରିଚିତ।୧୯୯୦ ଦଶକରେ ସେ ଭାରତୀୟ ସଂସଦର ଉପର ସଦନ ରାଜ୍ୟ ସଭାରେ ଓଡ଼ିଶାର ପ୍ରତିନିଧିତ୍ୱ କରିଥିଲେ। ବିଭିନ୍ନ ସମୟରେ ଦଳୀୟ ନେତୃତ୍ୱ ଓ ନିଷ୍ପତ୍ତିକୁ ନେଇ ସ୍ୱର ଉତ୍ତୋଳନ କରି ଚର୍ଚ୍ଚାରେ ରହିଛନ୍ତି । କେନ୍ଦ୍ରରେ ମନ୍ତ୍ରୀ ଭାବେ କାର୍ଯ୍ୟ କରି ଓଡ଼ିଶାରେ କଂଗ୍ରେସ ଦଳକୁ ସୁଦୃଢ଼ କରିବାରେ ଭୂମିକା ଗ୍ରହଣ କରିଥିଲେ।
ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକବ୍ୟକ୍ତ କରିବା ସହ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।
ଏଥିସହ ପଢ଼ନ୍ତୁ: ପୀତବାସ ହତ୍ୟା ମାମଲାରେ ନୂଆ ଟ୍ବିଷ୍ଟ, ହତ୍ୟାକାଣ୍ଡ ପଛରେ ଅଶ୍ଳୀଳ ଫଟୋ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories