Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

12 ଘଣ୍ଟା କଣ୍ଟାବାଞ୍ଜି ବନ୍ଦ

Smruti Parija
Browse all articles by Smruti Parija
·2 years ago·2 min read
12 ଘଣ୍ଟା କଣ୍ଟାବାଞ୍ଜି ବନ୍ଦ

ବଲାଙ୍ଗୀର: ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ ପାଳନ । ସକାଳ ୬ ଘଟିକା ଠାରୁ ସନ୍ଧ୍ୟା ୬ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି । ଅନାବଶ୍ୟକ ନୂଆ ବସଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟକୁ ସ୍ଥଗିତ ଏବଂ ବର୍ତ୍ତମାନ ବସଷ୍ଟାଣ୍ଡର ଆଧୁନିକୀକରଣ ଦାବିରେ ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ ହୋଇଛି । କଣ୍ଟାବାଞ୍ଜି ନଗର କମିଟି ଓ ସମଲେଶ୍ବରୀ ମାର୍କେଟ କମ୍ପ୍ଲେକ୍ସ କମିଟି ପକ୍ଷରୁ ଡାକରା ଦିଆଯାଇଛି । 

କଣ୍ଟାବାଞ୍ଜି ସହରର ଅସ୍ଥାୟୀ ବସ ଷ୍ଟାଣ୍ଡରେ ରହିଛି ସମଲେଶ୍ବରୀ ମାର୍କେଟ କମ୍ପ୍ଲେକ୍ସ । ନୂଆ ବସ ଷ୍ଟାଣ୍ଡ କାର୍ଯ୍ୟକ୍ଷମ ହେବା ପରେ ଏଠାରେ ଥିବା ୩ ଶହରୁ ଅଧିକ ଦୋକାନୀ ଜୀବିକା ହରାଇବେ । ଯାହାକୁ ନେଇ ଚିନ୍ତା ପ୍ରକଟ କରି ସମଲେଶ୍ବରୀ ମାର୍କେଟ କମ୍ପ୍ଲେକ୍ସ କମିଟି ପକ୍ଷରୁ ଆଜି ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ ପାଳନ କରାଯାଇଛି । କମିଟିର ସଭାପତି ସଚିକାନ୍ତ ମିଶ୍ରଙ୍କ ନେତୃତ୍ୱରେ ବନ୍ଦ ପାଳନ କରାଯାଇଛି । 

ଆନ୍ଦୋଳନକାରୀ ମାନଙ୍କ ଅଭିଯୋଗ ଅନୁସାରେ ୫୦ ବର୍ଷ ରୁ ଅଧିକ ହେଲା ଏହି ସ୍ଥାନ ରେ ସାପ୍ତାହିକ ବଜାର ରହିବା ସହ ଦୋକାନୀ ମାନେ ବ୍ୟବସାୟ କରୁଛନ୍ତି । ଏହା ସହ ବସ ଷ୍ଟାଣ୍ଡ ପାଇଁ ଲୋକେ ଯିବା ଆସିବା କରୁଛନ୍ତି । ଯଦ୍ୱାରା ବ୍ୟବସାୟ ମଧ୍ୟ ଠିକ ଚାଲୁଛି । ହେଲେ ନୂଆ ବସ ଷ୍ଟାଣ୍ଡ ପାଇଁ କୌଣସି ବିଜ୍ଞପ୍ତି ନ ଦେଇ ଓଡିଶା ହାଉସିଂ କର୍ପୋରେସନ କେମିତି ସହରରୁ ୩  କିମି ଦୂର ଅଗ୍ନିଶମ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ନିର୍ମାଣ କରୁଛି ବୋଲି ପ୍ରଶ୍ନ କରିଛନ୍ତି । ଯାହାକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବନ୍ଦ ପାଳନରେ ସରକାରୀ, ବେସରକାରୀ କାର୍ଯ୍ୟାଳୟ ସମେତ ବ୍ୟାଙ୍କ, ଦୋକାନ ବଜାର, ଯାନବାହନ ଚଳାଚଳ ବନ୍ଦ ରହିଛି । ବନ୍ଦ ହେବା ଫଳରେ ଶହ  ଶହ ଗାଡି ଅଟକି ରହିଛି । ଲୋକେ ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ।

ଆହୁରି ପଢନ୍ତୁ ଓଡିଶା ଖବର...
 

Sponsored
kantabanjhi-bandh-for-12-hrs | Argus News