Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Stipend Increased / ସରକାରୀ ଆୟୁର୍ବେଦିକ୍ ଓ ହୋମିଓପାଥିକ୍ ମେଡିକାଲ କଲେଜର ପିଜି ଛାତ୍ରଛାତ୍ରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି

Sushanta Sahoo
Browse all articles by Sushanta Sahoo
·7 months ago·2 min read
ସରକାରୀ ଆୟୁର୍ବେଦିକ୍ ଓ ହୋମିଓପାଥିକ୍ ମେଡିକାଲ କଲେଜର ପିଜି ଛାତ୍ରଛାତ୍ରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି
Odisha Govt Raises Ayurveda, Homeopathy PG Stipend

Key Points

ଆୟୁର୍ବେଦ ଓ ହୋମିଓପାଥିକ୍ ଚିକିତ୍ସା କ୍ଷେତ୍ରରେ ଛାତ୍ରଛାତ୍ରୀ ମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି । ଏହାଦ୍ଵାରା ଉଭୟ ପାଠ୍ୟକ୍ରମରେ ପିଜି କରୁଥିବା ୧୨୦ ଜଣ ଛାତ୍ରଛାତ୍ରୀ ଉପକୃତ ହେବେ ।
ଭୁବନେଶ୍ଵର: ରାଜ୍ୟର ସରକାରୀ ଆୟୁର୍ବେଦିକ୍ ଓ ହୋମିଓପାଥିକ୍ ମେଡିକାଲ କଲେଜ ପିଜି ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ ବଢ଼ିଛି । ୨୦୨୬ ଜାନୁଆରୀ ପହିଲାରୁ ଲାଗୁ ହେବ ବର୍ଦ୍ଧିତ ଷ୍ଟାଇପେଣ୍ଡ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏ ସମ୍ପର୍କିତ ନିଷ୍ପତ୍ତିରେ ମୋହର ମାରିଛନ୍ତି ।

ଆୟୁର୍ବେଦ ଓ ହୋମିଓପାଥିକ୍ ଚିକିତ୍ସା କ୍ଷେତ୍ରରେ ଛାତ୍ରଛାତ୍ରୀ ମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି । ଏହାଦ୍ଵାରା ଉଭୟ ପାଠ୍ୟକ୍ରମରେ ପିଜି କରୁଥିବା ୧୨୦ ଜଣ ଛାତ୍ରଛାତ୍ରୀ ଉପକୃତ ହେବେ । ଏହି ନୂତନ ଷ୍ଟାଇପେଣ୍ଡ ୨୦୨୬ ଜାନୁଆରୀ ପହିଲାରୁ ଲାଗୁ କରାଯିବ ।

ଏଥିସହ ପଢ଼ନ୍ତୁ: ବାପା ସାଜିଲା କଂସେଇ, ମାଆ ଛେଉଣ୍ଡ ୫ ପିଲାଙ୍କୁ ଫାଶୀ ଦେଇଦେଲା...

ଏହି ନିଷ୍ପତ୍ତି ଅନୁଯାୟୀ ପିଜି ପ୍ରଥମ ବର୍ଷର ଛାତ୍ରଛାତ୍ରୀ ମାନଙ୍କ ଷ୍ଟାଇପେଣ୍ଡରେ ୫୫ ପ୍ରତିଶତ ବୃଦ୍ଧି କରାଯାଇଛି । ପୂର୍ବରୁ ସେମାନଙ୍କ ମାସିକ ଷ୍ଟାଇପେଣ୍ଡ ୩୧ ହଜାର ଟଙ୍କା ଥିବାବେଳେ, ବର୍ତ୍ତମାନ ଏହା ୪୮ ହଜାର ଟଙ୍କାକୁ ବୃଦ୍ଧି ପାଇଛି । ଦ୍ଵିତୀୟ ବର୍ଷର ଛାତ୍ରଛାତ୍ରୀମାନଙ୍କ ପାଇଁ ଏହା ୩୨ ହଜାରରୁ ୫୨ ହଜାରକୁ ବୃଦ୍ଧି ପାଇଛି । ଏହା ହେଉଛି ୬୨ ପ୍ରତିଶତ ବୃଦ୍ଧି । ତୃତୀୟ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ଷ୍ଟାଇପେଣ୍ଡ ପରିମାଣ ମାସକୁ ୩୩ ହଜାରରୁ ୫୫ ହଜାରକୁ ବୃଦ୍ଧି ପାଇଛି । ଏହି ବୃଦ୍ଧି ୬୭ ପ୍ରତିଶତ ।

ସେହିପରି ସରକାରୀ ଆୟୁର୍ବେଦିକ ଓ ହୋମିଓପାଥିକ ମେଡିକାଲ କଲେଜର ହାଉସ୍ ସର୍ଜନ ମାନଙ୍କ ଷ୍ଟାଇପେଣ୍ଡ ୧୭ ହଜାରରୁ ୩୦ ହଜାରକୁ ବୃଦ୍ଧି କରାଯାଇଛି । ଏହା ଚଳିତ ବର୍ଷ ଅଗଷ୍ଟ ପହିଲାରୁ ପିଛିଲା ଭାବେ ଲାଗୁ କରାଯିବ । ଏହାଦ୍ଵାରା ଛାତ୍ରଛାତ୍ରୀମାନେ ଶିକ୍ଷା ଓ ରୋଗୀ ସେବାରେ ଅଧିକ ମନୋନିବେଶ କରି ଗୁଣାତ୍ମକ ସ୍ଵାସ୍ଥ୍ୟସେବା ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି ।

ଏଥିସହ ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟି-ଟ୍ଵେଣ୍ଟିରେ କାମ ଦେଲା ଗମ୍ଭୀରଙ୍କ ଚାଲାକି; ଶେଷ ଓଭର୍‌ରେ କରିଦେଲେ ଖେଳ

କେତେ ମିଳୁଥିଲା, କେତେ ପାଇବେ ?

ପ୍ରଥମ ବର୍ଷ- ୩୧ ହଜାରରୁ ୪୮ ହଜାର
ଦ୍ଵିତୀୟ ବର୍ଷ- ୩୨ ହଜାରରୁ ୫୨ ହଜାର
ତୃତୀୟ ବର୍ଷ- ୩୩ ହଜାରରୁ ୫୫ ହଜାର
ହାଉସ୍ ସର୍ଜନ ମାନଙ୍କ ଷ୍ଟାଇପେଣ୍ଡ ବଢ଼ିଲା
୨୦୨୫ ଅଗଷ୍ଟ ପହିଲାରୁ ପିଛିଲା ଭାବେ ମିଳିବ
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Odisha CM Hikes AYUSH PG Stipend, Big Relief for Students | Argus News | Argus News