Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଅ।ଦିବାସୀଙ୍କ ବିଶ୍ଵାସ ଓ ପରମ୍ପରାର ପୂଜା ହେଉଛି କରମା ପୂଜା

Odisha

ଅ।ଦିବାସୀଙ୍କ ବିଶ୍ଵାସ ଓ ପରମ୍ପରାର ପୂଜା ହେଉଛି କରମା ପୂଜା

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଅ।ଦିବାସୀଙ୍କ ବିଶ୍ଵାସ ଓ ପରମ୍ପରାର ପୂଜା ହେଉଛି କରମା ପୂଜା

ଅର୍ଗସ ବ୍ୟୁରୋ:  ଆଦିବାସୀଙ୍କ ଅନନ୍ୟ ପରମ୍ପରା କରମା ପୂଜା ! ଚାଷରେ ରୋଗ ପୋକ ନଲାଗିବା ପାଇଁ ରୀତିନୀତିରେ ଆଦିବାସୀ ପାଳନ୍ତି ପ୍ରକୃତି ପର୍ବ । ପାରମ୍ପରିକ ପର୍ବ କରମା ପୂଜାରେ ଉତ୍ସବ ମୁଖର ହୋଇପଡ଼ିଛି ସାରା ଅ।ଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ ଜିଲ୍ଲା।  ସୁନ୍ଦରଗଡ ଜିଲ୍ଲାରେ ରହୁଥିବା ଓରାମ, କିଶାନ,ଖଡିଆ, ମୁଣ୍ଡା ଓ ଭୁମିକ ସଂପ୍ରଦାୟ ବସବାସ କରନ୍ତି। ଏହି ସମସ୍ତ ସଂପ୍ରଦାୟର କଥିତ ଭାଷା ମଧ୍ୟରେ କିଛିଟା ଭିନ୍ନତା ରହିଥିଲେ ମଧ୍ୟ ତାଙ୍କ ଲୋକସଙ୍ଗିତ ଓ ନୃତ୍ୟ ବାନ୍ଧି ରଖିଛି ଏକାଠି। ସେଥିରୁ କରମା ଅନ୍ୟତମ। ନୁଅଁ।ଖାଇ ପରେ ପଡୁଥିବା ଏକାଦଶୀ ତିଥି ଓ ଦଶହରା ସମୟରେ ଏହା ପାଳନ କରାଯାଇଥାଏ ।

କରମା ପୁଜାକୁ ନେଇ ରହିଛି ଅନେକ ଲୋକକଥା। ଏହା ସହ କରମା ପର୍ବ ପାଳନର ମଧ୍ୟ ରହିଛି ସ୍ଵତନ୍ତ୍ର ନିୟମ। ଏହି ଦିନ ସକାଳୁ ଅବିବାହିତ ଝିଅ ମାମନେ ଉପବାସ ରହିଥାନ୍ତି। ପରେ ସଂଧ୍ୟା ପୁର୍ବରୁ ମାଦଳ ବଜାଇ ଗୀତ ଗାଇ ଗାଇ ନିକଟସ୍ଥ ଜଙ୍ଗଲକୁ ଯାଇ ସେଠାରୁ କରମା ଡାଳ ଅ।ଣିଥାନ୍ତି। ଅ।ଦିବାସୀଙ୍କ ସୁରକ୍ଷା କବଚ ଭାବେ ଏହି କରମା ଗଛକୁ ମାନିଥାନ୍ତି। ବିଶ୍ଵାସ ରହିଛି ହିମାଳୟ ପର୍ବତ ତଳେ ରହିତିବା କରମା ଗଛ ତଳେ ଅ।ଦିବାସୀଙ୍କ ସୃଷ୍ଠି ହୋଇଥିଲାଏଣୁ କରମା ଗଛକୁ ପୁଜା କରାଯିବା ସହ ପରିବାରର ସୁରକ୍ଷା ପାଇଁ ପାଇଁ କରାଯାଇଥାଏ ଏହା ସହ ଏହି ପୁଜା କଲେ ଚାଷ ମଧ୍ୟ ଖୁବ ଭଲ ହୋଇଥାଏ ବୋଲି ବିଶ୍ବାସ ରହିଛି।

ଚଳିତ ବର୍ଷ ଓରାମ ସାଂସ୍କୃତିକ ସମାଜ ଓଡିଶା ଓ  ସୁନ୍ଦରଗଡ ଓରାମ ସାଂସ୍କୃତିକ ସମାଜ ପକ୍ଷରୁ ଅ।ୟୋଜିତ ହୋଇଛି ଏହି କରମା ପୁଜା।  ଏହି କରମା ଉତ୍ସବରେ ଅତିଥି ଭାବେ ଯୋଗ ଦେଇଥିଲେ କେନ୍ଦ୍ର ଅ।ଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ। କରମା ପୂଜାରେ ଜମିଛି ଲୋକ ନୃତ୍ୟର ଆସର। ଆବାଳ ବୃଦ୍ଧ ବନିତା ହାଣ୍ଡିଆ ପିଇ ହାତରେହାତ ଛନ୍ଦି ରାତି ତମାମ ନାଚର ମଜା ଉଠାଇଛନ୍ତି।  ଏକରମା ପୂଜା ଖାଲି ଏକ ପର୍ବ ନୁହେଁ ବରଂ ଏହାରି ଭିତରେ ଲୁଚି ରହିଛି ଆଦିବାସୀ ସଂସ୍କୃତି ପରମ୍ପରା ଅ।ଉ ଲୋକନୃତ୍ୟ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus Whatsapp Channel Mobile Top
Sponsored
Karma Puja is the belief and tradition of Adivasi people | Argus News