Videos
|
Odisha

ଶ୍ରୀମନ୍ଦିରରେ ଆଜିଠାରୁ ଆରମ୍ଭ ମହାପ୍ରଭୁଙ୍କ କାର୍ତ୍ତିକ ନୀତି

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଶ୍ରୀମନ୍ଦିରରେ ଆଜିଠାରୁ ଆରମ୍ଭ ମହାପ୍ରଭୁଙ୍କ କାର୍ତ୍ତିକ ନୀତି

ଅର୍ଗସ ବ୍ୟୁରୋ:  ଶ୍ରୀମନ୍ଦିରରେ ଆଜିଠାରୁ ଆରମ୍ଭ ହୋଇଛି ମହାପ୍ରଭୁଙ୍କ କାର୍ତ୍ତିକ ନୀତି। ଆଶ୍ବିନ ମାସ ଶୁକ୍ଳ ଏକାଦଶୀଠାରୁ କାର୍ତ୍ତିକ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ଏହି ନୀତି ମହାପ୍ରଭୁଙ୍କ ଚାଲିବାକୁ ଥିବାବେଳେ ଏହି ଏକ ମାସ ଧରି ମହାପ୍ରଭୁଙ୍କ ସ୍ବତନ୍ତ୍ର ବାଳଭୋଗ ସହ ରାଧାଦାମୋଦର ବେଶ ଆରମ୍ଭ ହୋଇଛି। ମହାପ୍ରଭୁଙ୍କ ମଙ୍ଗଳାଆଳତୀ, ମଇଲମ, ତଡପଲାଗି ସହ ଅବକାଶ ପରେ ରାଧାଦାମୋଦର ବେଶ, ଗୋପାଳବଲ୍ଲଭ, ସକାଳଧୂପ, ବାଳଧୂପ, ଭୋଗମଣ୍ତପ ଓ ମଧ୍ୟାହ୍ନ ଧୂପ ଅନୁଷ୍ଠିତ ହେବ। ଏକମାସ କାଳ ପ୍ରତିଦିନ ଏହି ବେଶ ହେବ।

ଶ୍ରୀବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କୁ ତ୍ରିକଚ୍ଛ ପରିଧାନ କରାଯାଇ ଶ୍ରୀଭୂଜରେ ସୁବର୍ଣ୍ଣ ନଳୀ ଲାଗି କରାଯିବ। ବାଉଁଶପାତିଆ ଓ କନାରେ ପ୍ରସ୍ତୁତ ଚୂଳ ଓ ଚନ୍ଦ୍ରିକା ମହାପ୍ରଭୁଙ୍କ ତ୍ରିମୁଣ୍ଡିରେ ଶୋଭା ପାଇବ। ମସ୍ତକରେ ତଡ଼ଗୀ,ଚନ୍ଦ୍ର, ସୂର୍ଯ୍ୟ, ଚିତା,କର୍ଣ୍ଣରେ କୁଣ୍ଡଳ ଓ କଟିରେ ଓଡ଼ିଆଣୀ ଧାରଣ କରିବେ। କାର୍ତ୍ତିକ ମାସରେ ନୀତିକାନ୍ତି ଶୃଙ୍ଖଳିତ ପାଇଁ ପୂର୍ବରୁ ଅନୁଷ୍ଠିତ ହୋଇଥିବା ଶ୍ରୀମନ୍ଦିର ଛତିଶାନିଯୋଗ ବୈଠକରେ ନୀତିକାନ୍ତିକୁ ଚୂଡାନ୍ତ କରାଯାଇଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର: 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: