Videos
|
Odisha

 ପାଣି ଭାର ନେଇ ଯାଉଥିବାବେଳେ ଚାଲିଗଲା ଜୀବନ 

Manini Pattanayak
Browse all articles by Manini Pattanayak
·2 years ago
 ପାଣି ଭାର ନେଇ ଯାଉଥିବାବେଳେ ଚାଲିଗଲା ଜୀବନ 

କଟକ:  ପାଣି ଭାର ନେଇ ଯାଉଥିବା ସମୟରେ ଚାଲିଗଲା ଜୀବନ କାଉଡ଼ିଆ ଭକ୍ତଙ୍କର । ସୂଚନା ମୁତାବକ  କେନ୍ଦ୍ରାପଡ଼ା ଜିଲ୍ଲା  ପାଟକୁରା ବରକାନ୍ଧା ଗାଁ ଚନ୍ଦ୍ରଶେଖର ବୋଲବମ୍ ସଂଘ ର କିଛି ଯୁବକ କଟକ ଗଡ଼ଗଡ଼ିଘାଟରୁ ପାଣି ଆଣି ଆସୁଥିଲେ।

 ବାଟରେ  ସେମାନଙ୍କ ମଧ୍ୟରୁ ଜଣେ କାଉଡିଆ ଭକ୍ତ ସାଲେପୁର  ବିଶେଶ୍ୱର ଶିବ ମନ୍ଦିରର ନିକଟ ରାସ୍ତାରେ ହଠାତ ଅସୁସ୍ଥ ହୋଇପଡିଥିଲେ। ସ୍ଥାନୀୟ ଲୋକ ତାଙ୍କ ସାଥିଙ୍କ ସହାୟତାରେ ସାଲେପୁର ମେଡିକାଲକୁ  ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ମୃତକ ହେଲେ   ମହାକାଳପଡ଼ା ବୁଲୁ ବାରିକ। ଘଟଣାସ୍ଥଳରେ ସାଲେପୁର ପୋଲିସ ପହଞ୍ଚି ଶବକୁ ଜବତ କରି ତଦନ୍ତ ଆରମ୍ଭ କରୁଥିବା ନେଇ ସୂଚନା ଦେଇଛି। 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
kaudia death on road | Argus News