Videos
|
Odisha

ନଦୀରେ ବୁଡି କାଉଡିଆଙ୍କ ମୃତ୍ୟୁ

Ritu Das
Browse all articles by Ritu Das
·2 years ago
ନଦୀରେ ବୁଡି କାଉଡିଆଙ୍କ ମୃତ୍ୟୁ

ଅର୍ଗସ ବ୍ୟୁରୋ: ନଦୀରେ ବୁଡି କାଉଡିଆ ଭକ୍ତଙ୍କ ମୃତ୍ୟୁ ହୋଇଛି। ଭଣ୍ଡାରିପୋଖରୀ ବ୍ଲକ ରହଣିଆ ଗ୍ରାମପଞ୍ଚାୟତ ପୁରସ୍ତମପୁର ଗ୍ରାମର ଦେବେନ୍ଦ୍ର ସାମଲଙ୍କ ପୁଅ ପ୍ରଶାନ୍ତଙ୍କର ଆଜି ଶୋଚନୀୟ ମୃତ୍ୟୁ ଘଟିଛି। 

ପ୍ରଶାନ୍ତ ଆଜି ଦିନ ପ୍ରାୟ ୧୦ ଟା ସମୟରେ ଗାଁର ଅନ୍ୟ ତିନି/ଚାରି ଜଣଙ୍କ ସହିତ ଆଖଣ୍ଡଳମଣି ପୀଠକୁ ପାଣି ଭାର ନେଇ ଯିବାକୁ  ଘରୁ ବାହାରିଥିଲେ। ସ୍ଥାନୀୟ ଯାଜପୁର ଵଲ୍ଲଭି ଘାଟ ସେତୁ ନାଉରିଆ ସାହି ଗଡାରେ ସମସ୍ତ ୪ଜଣ କାଉଡ଼ିଆ ପାଣି ନେବା ପାଇଁ ସ୍ନାନ କରିବାକୁ ନଦୀ ଭିତରକୁ ପ୍ରବେଶ କରିଥିଲେ। 

ତିନି ଜଣ ସ୍ନାନ ସାରି ଉପରକୁ ଉଠି ଆସିଥିବା ବେଳେ ପ୍ରଶାନ୍ତ ନଦୀ ସ୍ରୋତରେ ବୁଡ଼ି ଯାଇଥିଲେ। ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ମେଡିକାଲକୁ ନେଇଥିଲେ ସୁଦ୍ଧା ଡାକ୍ତର ପ୍ରଶାନ୍ତଙ୍କୁ ମୃତ ଘୋଷଣା କରିଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Kaudia | Argus News