Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଜବାବ ରଖ, ସରକାରୀ କାର୍ଯ୍ୟକ୍ରମରେ କାହିଁକି ଦେଉଛି ଶଙ୍ଖ ?

Ritu Das
Browse all articles by Ritu Das
·2 years ago·1 min read
ଜବାବ ରଖ, ସରକାରୀ କାର୍ଯ୍ୟକ୍ରମରେ କାହିଁକି ଦେଉଛି ଶଙ୍ଖ ?

ଅର୍ଗସ ବ୍ୟୁରୋ: ସରକାରୀ କାର୍ଯ୍ୟକ୍ରମରେ ଦଳୀୟ ଚିହ୍ନର ବ୍ୟବହାର ବିଜେଡିକୁ ମହଙ୍ଗା ପଡିଛି । କାହିଁକି ଏମିକି ବେନିୟମ କାମ କଲେ ସରକାର ? ତାହାକୁ ନେଇ ନିର୍ବାଚନ କମିଶନ ପ୍ରଶ୍ନ କରିବା ସହିତ ଜବାବ ତଲବ କରିଛନ୍ତି । ଏବଂ ସ୍ପଷ୍ଟ କରିଛନ୍ତି ଆସନ୍ତା ୨ ତାରିଖ ସଂଧ୍ୟା ୫ଟା ସୁଦ୍ଧା ଉତ୍ତର ଦିଅ ।

୨୪ ନିର୍ବାଚନ ଜିତିବା ସହଜ ନୁହେଁ । କାରଣ ବିଜେଡି ଯେମିତି ଭାବରେ ସରକାରୀ କାର୍ଯ୍ୟକ୍ରମରେ ଶଙ୍ଖ ଚିହ୍ନର ବ୍ୟବହାର କରୁଛି ତାହାକୁ ନେଇ ଆରମ୍ଭ ହେଲାଣି ବିବାଦ । ସେଇଥି ଲାଗି ତ ସରକାରୀ ବିଜ୍ଞାପନରେ ଶଙ୍ଖ ଚିହ୍ନ ବ୍ୟବହାରକୁ ନେଇ ଜବାବ ମାଗିଲେ ନିର୍ବାଚନ କମିଶନ । ରାଜ୍ୟ ସରକାର ଓ ବିଜେଡିଠାରୁ ସ୍ପଷ୍ଟୀକରଣ ମାଗିଲେ ଇସିଆଇ। ମୁଖ୍ୟ ଶାସନ ସଚିବ ଓ ବିଜେଡି ସାଧାରଣ ସଂପାଦକଙ୍କୁ ସ୍ପଷ୍ଟୀକରଣ ମଗାଯାଇଥିବା ସୂଚନା ମିଳିଛି । ମାର୍ଚ୍ଚ ୨ ତାରିଖ ଅପରାହ୍ନ ୫ଟା ସୁଦ୍ଧା ଉତ୍ତର ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ ।

ମୋଟ୍‌ ଉପରେ ସରକାରୀ ପାଣ୍ଠି ବ୍ୟବହାର କରି ଦିଆଯାଉଥିବା ବିଭିନ୍ନ ବିଜ୍ଞାପନରେ ବିଜେଡିର ନିର୍ବାଚନୀ ଚିହ୍ନ ଶଙ୍ଖର ବ୍ୟବହାର ହେଉଥିବା ନେଇ ନିର୍ବାଚନ କମିଶନଙ୍କ ପାଖରେ ଅଭିଯୋଗ ହୋଇଥିଲା । ଖବରକାଗଜ, ଟିଭି, ହୋର୍ଡିଂ ଏବଂ OSRTC ବସ୍‌ ଆଦି ବିଭିନ୍ନ ମାଧ୍ୟମରେ ଏଭଳି ବିଜ୍ଞାପନ ଦିଆଯିବା, ୨୦୧୬ର ନିର୍ଦ୍ଦେଶନାମାର ଉଲ୍ଲଙ୍ଘନ ବୋଲି ଅଭିଯୋଗ ହୋଇଥିଲା । ଆମ ଓଡ଼ିଶା ନବୀନ ଓଡ଼ିଶା ବିଜ୍ଞାପନରେ ଶଙ୍ଖ ଚିହ୍ନକୁ ନେଇ ମଧ୍ୟ ପୂର୍ବରୁ ବିଜେପି ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଥିଲା । କାରଣ ଅନେକ ସମୟରେ ଦେଖାଯାଇଛି ନିର୍ବାଚନରେ ବିଜୟ ହେବା ପାଇଁ ବିଭିନ୍ନ ଯୋଜନା କରୁଛି ରାଜ୍ୟ ସରକାର । କିନ୍ତୁ ସରକାରୀ କାର୍ଯ୍ୟକ୍ରମରେ ଦଳୀୟ ଚିହ୍ନ ବ୍ୟବହାରକୁ ନେଇ ବିବାଦରେ ବିଜେଡି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ରାଜନୀତି ଖବର 

Sponsored
Keep the answer | Argus News